ସଫଳତା ଅନ୍ତରାଳେ…

ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ସମଗ୍ର ବିଶ୍ୱରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ମହିଳା ଦିବସ’। ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା, ସେମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ବିକଶିତ କରାଇବା ଏବଂ ସେମାନଙ୍କୁ ସମାଜରେ ସମସ୍ତଙ୍କ ସହ ପାଦ ମିଳାଇ ଚାଲିବାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ଦିବସ ପାଳିତ ହୋଇଆସୁଛି। ଚଳିତବର୍ଷ ଅବସରରେ ମିଳିତ ଜାତିସଂଘ ପକ୍ଷରୁ ଘୋଷିତ ଥିମ୍‌ ହେଲା, ‘ଡିଜିଟାଲ: ଇନୋଭେଶନ ଆଣ୍ଡ ଟେକ୍ନୋଲୋଜି ଫର ଜେଣ୍ଡର ଇକ୍ୟୁଆଲିଟି’। ଲିଙ୍ଗଗତ କ୍ଷେତ୍ରରେ ମହିଳାମାନଙ୍କୁ ଅବହେଳିତ କରାଯିବା ଆଦୌ ଠିକ୍‌ ନୁହେଁ। ଏହା ଉପରେ ଗୁରୁତ୍ୱ ଦିଆଗଲେ ଅନେକ ମହିଳା ଅନେକ କ୍ଷେତ୍ରରେ ନିଜର ଦକ୍ଷତା ଦେଖାଇବା ସହ ସଫଳତା ହାସଲ କରିପାରିବେ। ଏ ନେଇ ଜନସଚେତନତା ଯେତେ ଅଧିକ ସୃଷ୍ଟି ହେବ, ତାହା ମହିଳାମାନଙ୍କ ପାଇଁ ସେତେ ମଙ୍ଗଳମୟ ହେବ।

ଦିନ ଥିଲା, ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀଟିଏ କେବଳ ଘର ଭିତରେ ସୀମାବଦ୍ଧ ହୋଇ ରହୁଥିଲା। କିନ୍ତୁ ଏବେ ସମୟ ବଦଳିଛି। ନାରୀ ନିଜକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀ ବୋଲି ପ୍ରମାଣ କରିସାରିଛି। ସେ ନିଜକୁ ଉଚ୍ଚ ଶିକ୍ଷିତା ଭାବରେ ପରିଚିତ କରିବା ସହ କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ଚଳିତ ମାସ ୮ ତାରିଖରେ ପାଳନ ହେବାକୁ ଯାଉଥିବା ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଏବଂ ତାହା ପଛରେ ଥିବା କାରଣ ବିଷୟରେ ଉପସ୍ଥାପନା…
କର୍ମ ଉପରେ ବିଶ୍ୱାସ ରଖେ :

ମୈତ୍ରୀ ଟୁଡୁ,ଆଇନଜୀବୀ
ଆଇନ କ୍ଷେତ୍ରକୁ ମୁଁ ପସନ୍ଦ କରିଛି। କାରଣ ଆଜିକାଲି ଏ କ୍ଷେତ୍ରରେ ବହୁ ଗରିବ ମହିଳା ନ୍ୟାୟ ପାଇ ପାରୁନାହାନ୍ତି। ଅବହେଳିତା, ନିଷ୍ପେଷିତା ମହିଳାମାନଙ୍କୁ ମାଗଣାରେ ଆଇନ ସେବା ଯୋଗାଇ ଦେବା ପାଇଁ ମୁଁ ଏହି କ୍ଷେତ୍ର ଚୟନ କରିଛି। ଏହାବ୍ୟତୀତ ବହୁତ ଲୋକ ଆଇନ ବିଷୟରେ ଅନଭିଜ୍ଞ ଅଛନ୍ତି। ପୁଣି ଛୋଟ ଛୋଟ ଅପରାଧ ପାଇଁ ଜେଲଦଣ୍ଡ ବର୍ଷ ବର୍ଷ ଧରି ଭୋଗୁଛନ୍ତି। ନିଜ ସଫଳତା କଥା ତ ମୁଁ କହିବିନି। ତଥାପି ସମସ୍ତଙ୍କୁ ନ୍ୟାୟ ଦେବାକୁ ଯଥାସମ୍ଭବ ଚେଷ୍ଟା କରିବି। କର୍ମ କଲେ ସଫଳତା ଆପେ ଆପେ ଆସିଯିବ-ଏଭଳି ବିଶ୍ୱାସ ମନରେ ସୃଷ୍ଟି ହେଲେ ଜଣେ ନିଜ ଲକ୍ଷ୍ୟପଥରେ ଅଗ୍ରସର ହୋଇପାରିବ। ସଫଳତା ପାଇଁ ଆହୁରି ବହୁତ ଆଗକୁ ଯିବାର ଅଛି। ଭଗବାନ୍‌ ସଫଳତା ନିଶ୍ଚୟ ଦେବେ ବୋଲି ଦୃଢ଼ ବିଶ୍ୱାସ ରହିଛି। କାରଣ ମୁଁ ସବୁବେଳେ ନିଜ କର୍ମ ଉପରେ ବିଶ୍ୱାସ ରଖେ। ପ୍ରତିଭା ଥିଲେ ନିଶ୍ଚିତ ଭାବରେ ବାହାରକୁ ଫୁଟି ବାହାରିବ। ଯାହାର ଯେଉଁ ଜିନିଷ ଉପରେ ଆଗ୍ରହ ଅଛି, ତା’ ଉପରେ ଧ୍ୟାନ କେନ୍ଦ୍ରିଭୂତ କରିବା ଦରକାର। ପ୍ରତ୍ୟେକ ମହିଳା ସ୍ବାର୍ଥକୈନ୍ଦ୍ରିକ ନ ହୋଇ ସମସ୍ତଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ହେବା ଜରୁରୀ। ସମୟ ଲାଗିବ, କିନ୍ତୁ ସଫଳତା ନିଶ୍ଚୟ ଆସିବ।
ଜନସେବା ଆଶା ପୂରଣ ହୋଇଛି: ରଶ୍ମିତା ନାୟକ, ମହିଳା ସ୍ବାସ୍ଥ୍ୟକର୍ମୀ ଜନସେବା କରିବା ପାଇଁ ଇଚ୍ଛା ଥିଲା। ତେଣୁ ଏଭଳି କ୍ଷେତ୍ରକୁ ବାଛିନେଲି। ଅକ୍ଳାନ୍ତ ପରିଶ୍ରମ ଏବଂ ଲୋକମାନଙ୍କର ଭଲପାଇବା ହିଁ ମୋତେ ଆଜି ଏଥିରେ ସଫଳତା ଆଣି ଦେଇଛି। ଜଣେ ନିଜ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଉଚ୍ଚଶିକ୍ଷା, ଦୃଢ଼ ବିଶ୍ୱାସ ଏବଂ ସ୍ବାଧୀନ ଜୀବନଯାପନର ଆବଶ୍ୟକତା ରହିଛି। ସବୁ କ୍ଷେତ୍ରରେ ମହିଳାମାନେ ସଫଳତା ହାସଲ କଲେ ଦେଶ, ରାଜ୍ୟ ଏବଂ ପରିବାରର ଉନ୍ନତି ହେବ। ମହିଳାମାନଙ୍କ ସଫଳତାର ଚାବିକାଠି ସେମାନଙ୍କ ପରିବାର ହାତରେ ଥାଏ। ବିଶ୍ୱାସ, ପ୍ରୋତ୍ସାହନ ଏବଂ ସ୍ବାଧୀନତା ପ୍ରଦାନ ଦ୍ୱାରା ହିଁ ମହିଳାମାନେ ଯେକୌଣସି କାମରେ ସଫଳତା ହାସଲ କରିପାରିବେ। ନାରୀର ନିଜ ମନର ବିଶ୍ୱାସ ହିଁ ତା’ର ସବୁ କାର୍ଯ୍ୟରେ ସଫଳତା ଆଣିପାରିବ।
ଆତ୍ମପ୍ରଚେଷ୍ଟା ମୂଳକଥା:
ପ୍ରତିଭା ସାହୁ, ସାହିତି୍ୟକା
ସତରେ ମୁଁ ନିଜେ ବି ଜାଣିନି ସାହିତ୍ୟ ପ୍ରତି ମୋର ଏତେ
ରୁଚି, ଦୁର୍ବଳତା ଓ ମମତା କାହିଁକି। କହିବାକୁ ଗଲେ ସାହିତ୍ୟ ହେଉଛି ଏକ ସ୍ବତଃସ୍ପୂର୍ତ୍ତ ଆବେଗର ଧାରା। ପିଲାଦିନୁ ଏପର୍ଯ୍ୟନ୍ତ ଶୁଣିଆସିଛି ବାପାଙ୍କ ମୁହଁରୁ ଅନେକ କାବ୍ୟ କବିତା, ଦେଖିଆସିଛି ବୋଉ ବାପାଙ୍କର ପୁସ୍ତକ ପ୍ରତି ଥିବା ଶ୍ରଦ୍ଧା। ଏବେବି ୭୯ ବର୍ଷ ବୟସରେ ବାପା ଦିନକୁ ୬-୮ ଘଣ୍ଟା ପଢ଼ନ୍ତି। ଯଦି ଆଜି ମୁଁ ଦୁଇ ଧାଡ଼ି ଲେଖିପାରୁଛି କି କହିପାରୁଛି ତାହା କେବଳ ମୋ ମା’ବାପାଙ୍କ ପାଇଁ ସମ୍ଭବ ହୋଇପାରିଛି।
ପ୍ରାୟ ପ୍ରତ୍ୟେକ ମହିଳାଙ୍କ ପାଖରେ ନିଶ୍ଚୟ କିଛି ନା କିଛି ପ୍ରତିଭା ଲୁକ୍କାୟିତ ଅବସ୍ଥାରେ ରହିଛି। ଯଦି ଏଭଳି ପ୍ରତିଭା ଲୋକଲୋଚନକୁ ଆସିପାରିଲା, ତେବେ ତାହା କେବଳ ନିଜର ଆତ୍ମପ୍ରଚେଷ୍ଟା ଓ ଆତ୍ମବିଶ୍ୱାସ ପାଇଁ ସମ୍ଭବ ହୋଇପାରିଛି ବୋଲି କହିବି। ମହିଳାମାନେ ହିଁ ବର୍ତ୍ତମାନ ସମାଜର ମେରୁଦଣ୍ଡ। ଅନେକ ସଫଳ ମହିଳାଙ୍କ ଉଦାହରଣ ଆମ ଆଖି ସାମ୍ନାରେ। ଯଦି ପାରିବାରିକ ଓ ସାମାଜିକ ଶାନ୍ତି ଅକ୍ଷୁଣ୍ଣ ରଖି ମହିଳାଟିଏ ଆଗକୁ ବଢ଼ିଲା, ତେବେ ତାହା ପରିବାର ତଥା ସମାଜ ପାଇଁ ନିଶ୍ଚୟ ଗର୍ବ ଓ ଗୌରବର ବିଷୟ।
ଆତ୍ମନିର୍ଭରଶୀଳ ହୋଇପାରିଛି: ଚୌଧୁରୀ ଜ୍ୟୋତ୍ସ୍ନା ଦାସ, ଫ୍ୟାଶନ ଡିଜାଇନର
ପାଠପଢ଼ା ଶେଷ ହେବା ପରେ ମୁଁ ଚାକିରି ପାଇଁ ଚେଷ୍ଟା ନ କରି ନିଜେ ଗୋଟିଏ ସଂସ୍ଥାଟିଏ ଖୋଲିଥିଲି। ଏଥିଲାଗି ପ୍ରଥମେ ମୋତେ ବହୁତ ଷ୍ଟ୍ରଗଲ୍‌ କରିବାକୁ ପଡ଼ିଥିଲା। ଆଜି ମୁଁ ମୋ କର୍ମପଥ ବାଛି ନେଇଛି ଏବଂ ସେଥିରେ ସଫଳ ମଧ୍ୟ ହୋଇଛି, ଆଉ ଏହା ସମ୍ଭବ ହୋଇଛି କେବଳ ମୋ ମା’ଙ୍କ ପାଇଁ। ପିଲାବେଳୁ ମା’ ହାତରେ କ୍ରୁଶ ସାହାଯ୍ୟରେ ବିଭିନ୍ନ ପ୍ରକାର ଡ୍ରେସ, ଉଲେନ୍‌ ସ୍ବେଟର ବୁଣିବା, ବିଭିନ୍ନ ହାତ ଏମ୍ଭ୍ରୋଡରୀ କାମ କରିବା, ବାଲିରେ ପେଣ୍ଟିଂ କରିବା, ପା’ପୋଛ ବୁଣିବା ଆଦି କାମ କରୁଥିଲେ। ପ୍ରଥମେ ମୋ ମା’ଙ୍କର ପୁରୁଣା ଶାଢ଼ି କାଟି ମୋର ଏକ୍ସପେରିମେଣ୍ଟ ଆରମ୍ଭ କରିଥିଲି। ଯୁକ୍ତ ୨ ପଢ଼ିବା ବେଳଠୁ ମୁଁ ନିଜେ ମୋର ଡ୍ରେସ ତିଆରି କରିବା ଆରମ୍ଭ କରିଥିଲି। ଏହା ହିଁ ମୋତେ ଫ୍ୟାଶନ ଡିଜାଇନିଂ ପଢ଼ିବା ପାଇଁ ବହୁତ ସାହାଯ୍ୟ କରିଥିଲା। ଆଜିକାଲି ଜଣେ ନାରୀ ନିଜ ପ୍ରତିଭାକୁ ପ୍ରଦର୍ଶନ କରିବାକୁ ହେଲେ ଘରେ ବସି ନ ରହି କାହା ଉପରେ ନିର୍ଭର ନ କରି ନିଜ ଦ୍ୱାରା ଚେଷ୍ଟା ଜାରି ରଖିବା ଦରକାର। ଆମେ ନିଜ ଭିତରେ ଯେଉଁ କଳାଟି ଅଛି, ତାକୁ ବାଛି ତା’ ଉପରେ ହିଁ କାମ କରିବାକୁ ପଡ଼ିବ। ମହିଳାମାନଙ୍କ ସଫଳତାକୁ ନେଇ ଏଇଆ କହିବି ଯେ, ଏବେ ବହୁତ ସଂଖ୍ୟାରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ବଢ଼ିଛି। ହେଲେ ପରିବାରର କୌଣସି ଚାପରେ ନ ଆସି ନିଜେ ଯେଉଁ ଜିନିଷ ଭଲରେ କରିପାରିବେ ତାହା ଉପରେ ଗୁରୁତ୍ୱ ଦିଅନ୍ତୁ। ନିଜର ଟ୍ୟାଲେଣ୍ଟ ଉପରେ ବିଶ୍ୱାସ ରଖନ୍ତୁ। ଆଉ ସେହି ଅନୁସାରେ ପରିଶ୍ରମ କରି ଆଗକୁ ମଧ୍ୟ ବଢ଼ିବା ଦରକାର। ନିହାତି ରୂପରେ ଯିଏ ପରିଶ୍ରମ କରୁଛି, ତା’ ପାଇଁ ସକ୍‌ସେସ୍‌ ନିଶ୍ଚିତ ଥୁଆ ହୋଇଛି।
ସମସ୍ତଙ୍କ ଆଶୀର୍ବାଦ ମୋ ପାଇଁ ପ୍ରେରଣାଦାୟକ ହୋଇଛି : ଭୂମିକା ଦାଶ, ଅଭିନେତ୍ରୀ
ମୁଁ ଏଇ ଲାଇନ୍‌କୁ ଆସିବି ବୋଲି କିଛି ଯୋଜନା ନ ଥିଲା। ସେଇଟା ଏମିତି ବାସ୍‌ ହୋଇଗଲା। କାରଣ ଏଥିପାଇଁ ମୁଁ ଆଗରୁ କିଛି ସ୍ପେଶାଲ ପ୍ଲାନ କରିନଥିଲି। ମୁଁ ଅଡିସନ୍‌ ଦେଇଥିଲି, ସେଥିରେ ସିଲେକ୍ଟ ହେଲି। ତା’ପରେ ମୋର ଆକ୍ଟିଂ ଜର୍ନି ଷ୍ଟାର୍ଟ ହେଲା। ଭଗବାନ୍‌ ବୋଧେ ଚାହୁଁଥିଲେ ମୁଁ ଏ ଲାଇନ୍‌କୁ ଆସେ। ସଫଳତା ମୋତେ ମିଳିଛି କି ନାହିଁ ମୁଁ ତ ତାହା କହିପାରିବିନି। ସତ କହିବାକୁ ଗଲେ ଯାହା ବି ଆଚିଭ୍‌ କରିପାରିଛି-ଏହା ପଛରେ ମୋ ପ୍ୟାରେଣ୍ଟ୍ସଙ୍କ ସେତିକି ସପୋର୍ଟ, ଟିଚର୍ସଙ୍କର ସେତିକି ଶିକ୍ଷା ଓ ଗୁରୁଙ୍କ ଆଶୀର୍ବାଦ ପାଇଁ ସବୁ ସମ୍ଭବ ହୋଇପାରିଛି। ଟାଇମ୍‌ ମ୍ୟାନେଜ୍‌ମେଣ୍ଟ, ଡେଡିକେସନ୍‌କୁ ଦେଖିକି ହିଁ ସବୁ କିଛି ଆଚିଭ୍‌ କରିହେବ। ଦର୍ଶକମାନଙ୍କ ଭଲପାଇବା ମୋ ପ୍ରତି ନିଶ୍ଚୟ ରହିଛି। ଓଡ଼ିଶୀ ଡ୍ୟାନ୍ସ ମୋତେ ଏହି ଆକ୍ଟିଂ ଲାଇନ୍‌ରେ ବହୁତ କିଛି ସାହାଯ୍ୟ କରିଛି। ମହିଳାମାନେ ନିଜ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଆଗରୁ ସେମିତି କିଛି ପ୍ଲାଟ୍‌ଫର୍ମ ନ ଥିଲା। ଏବେ କିନ୍ତୁ ସମୟ ବଦଳିଛି। ଯଦି ତାଙ୍କର ଟ୍ୟାଲେଣ୍ଟ ଥିବ, ସେମାନେ ନିଶ୍ଚିତ ରୂପେ ସଫଳତା ପାଇବେ। ମୁଁ ଭାବୁଛି, ମହିଳାମାନେ ଆଜିକା ଟାଇମ୍‌ରେ ବିଭିନ୍ନ କ୍ଷେତ୍ରରେ ନିଜ ଦକ୍ଷତା ଦେଖାଉଛନ୍ତି। ମହିଳାମାନଙ୍କୁ ଯଦି ସ୍ବାଧୀନତା ଦିଆଯିବ, ଭଲପାଇବା ସହିତ ଫ୍ୟାମିଲିର ସପୋର୍ଟ ମିଳିବ, ତେବେ ସେମାନେ ନିଶ୍ଚିତ ଭାବରେ ଆତ୍ମନିର୍ଭରଶୀଳ ହୋଇପାରିବେ।
-ମହାଶ୍ୱେତା


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri