Odisha Elections 2024

ବାହା କରାଇ ନ ଦେବାରୁ ମା’ଙ୍କୁ ହତ୍ୟା

ଯାଜପୁର ଅଫିସ/ବିଞ୍ଝାରପୁର/ପ୍ରୀତିପୁର(ଡି.ଏନ.ଏ.),୬ା୩:ବାହା କରାଇ ନ ଦେବାରୁ ଗୋପାଳ ଓଝା ନାମକ ଜଣେ ଯୁବକ ତାଙ୍କ ମା’ ପ୍ରେମଲତାଙ୍କୁ କଟୁରିରେ ହାଣି ହତ୍ୟା କରିଛନ୍ତି। ଏଭଳି ଚାଞ୍ଚଲ୍ୟକର ଘଟଣା ଯାଜପୁର ଜିଲା ବିଞ୍ଝାରପୁର ବିନ୍ଧାଣିସାହିରେ ଶନିବାର ରାତି ପ୍ରାୟ ୧୧ଟାରେ ଘଟିଛି। ଘଟଣା ପରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ଗୋପାଳଙ୍କୁ ବିଞ୍ଝାରପୁର ଥାନା ପୋଲିସ ରବିବାର ସକାଳେ ନିକଟସ୍ଥ ବରପଦାଠାରୁ ଗିରଫ କରିଛି। ତାଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ଥାନାଧିକାରୀ ରଞ୍ଜିତ ମହାନ୍ତି ସୂଚନା ଦେଇଛନ୍ତି।
୩୭ ବର୍ଷୀୟ ଗୋପାଳ ତାଙ୍କ ବିବାହ ବୟସ ଗଡ଼ିଯାଉଥିବାରୁ ଚିନ୍ତାରେ ଥିଲେ। ତାଙ୍କୁ ବିବାହ କରାଇ ଦେବା ପାଇଁ ସେ ବାପା ଶୁକଦେବ ଓଝା ଏବଂ ମା’ ପ୍ରେମଲତାଙ୍କୁ କହି ଆସୁଥିଲେ। ତେବେ ଗୋପାଳ କୌଣସି ରୋଜଗାର କରୁ ନଥିବାବେଳେ ପ୍ରାୟ ସବୁ ସମୟରେ ନିଶାସେବନ କରି ଗଣ୍ଡଗୋଳ କରୁଥିଲେ। ତେଣୁ ତାଙ୍କୁ ଝିଅ ଦେବାକୁ କେହି ରାଜି ହେଉ ନ ଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ଘଟଣାଦିନ ବିବାହ ପ୍ରସଙ୍ଗକୁ ନେଇ ଗୋପାଳ ଘରେ ଗଣ୍ଡଗୋଳ କରିଥିଲେ ଏବଂ ନ ଖାଇ ଶୋଇ ପଡ଼ିଥିଲେ। ପ୍ରଥମେ ତାଙ୍କ ବାପା ଓ ପରେ ମା’ ତାଙ୍କୁ ଖାଇବା ପାଇଁ ଡାକିବାକୁ ଯାଇଥିଲେ। ତେବେ ମା’ ଡାକିବାକୁ ଯିବାରୁ ସେ ହଠାତ୍‌୍‌ କବାଟ ଖୋଲି କଟୁରିରେ ଆକ୍ରମଣ କରି ତାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ ବୋଲି ଜଣାପଡ଼ିଛି। ବିଞ୍ଝାରପୁର ପୋଲିସ ମୃତଦେହକୁ ଜବତ କରିବା ସହିତ ଆଇପିସି ଦଫା ୩୦୨ ଅନୁଯାୟୀ ଏକ ମାମଲା (୭୬/୨୩) ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟରାତିରେ ସ୍ଥଳଭାଗ ଛୁଇବ ବାତ୍ୟା ‘ରେମାଲ’: ବର୍ଷା, ପବନର ମୁକାବିଲା ପାଇଁ ଜିଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬।୫: ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ରବିବାର ମଧ୍ୟରାତିରେ ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପରା ମଝିରେ ବାଂଲାଦେଶ...

ବୃଦ୍ଧଙ୍କୁ ଧକ୍କା ଦେଲା କାର୍‌

ଛତ୍ରପୁର,୧୬।୫(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ରବିବାର ୨...

ଛତ୍ରପୁର ବ୍ଲକ ଟପ୍ପର ହେଲେ ଅଭିପ୍ସା

ଛତ୍ରପୁର,୨୬।୫(ଦିଲ୍ଲୀପ ସାମଲ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୪ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ବ୍ଲକର...

ମାଟ୍ରିକ ପରୀକ୍ଷାରେ ଚମକିଲେ ଦିବ୍ୟ ପ୍ରସାଦ

ପାଟଣା,୨୬।୫(ବୀର କିଶୋର ଦାଶ): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରିଷଦ କଟକ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣା...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଚାଲିଛି ମୂଲ୍ୟାଙ୍କନ, ଏହି ଦଳ ମାରିବ ବାଜି…

ହାଟଡିହୀ,୨୬ା୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପରୀକ୍ଷା ସରିଯାଇଛି। କାହା ସପକ୍ଷରେ କେତେ ଭୋଟ୍‌ ଯିବ ତାକୁ ନେଇ ଏବେ ମୂଲ୍ୟାଙ୍କନ ଚାଲିଛି। ଜନାଦେଶ ଫଳାଫଳ...

ମୋରଡ଼ା ବ୍ଲକର ଦୁଇ ଛାତ୍ରୀଛାତ୍ର ଗ୍ରେଡ୍‌ ଏ-୧ରେ କୃତକାର୍ଯ୍ୟ

ମୋରଡ଼ା,୨୬ା୫(ସ୍ମାରକ ମାଜୀ): ରବିବାର ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଦୁଇଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ୍‌ରେ କୃତକାର୍ଯ୍ୟ ହୋଇଛନ୍ତି।...

ମାଟ୍ରିକ ପରୀକ୍ଷାରେ ଦେବଗଡ଼ ଜିଲା ଟପ୍ପର ହେଲେ ସାଇପ୍ରଜ୍ଞା

ଦେବଗଡ଼,୨୬ା୫(ଶଶାଙ୍କ ଶେଖର ଝାଙ୍କର): ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଦେବଗଡ଼ ଜିଲାର ସହର ଶିଶୁମନ୍ଦିର ଛାତ୍ରୀ ଓ୍ବାର୍ଡନମ୍ବର ୩ ମଠ ସାହିର...

ମାଟ୍ରିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀଛାତ୍ରଙ୍କ ସଫଳତା

ବାଲିଗୁଡ଼ା,୨୬ା୫(ସଞ୍ଜୟ କୁମାର ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦାରା ପରିଚାଳିତ ଦଶମ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି। ଚଳିତ ବର୍ଷର ପାସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri