ବିଶୁଦ୍ଧ ପାନୀୟ ଜଳ ନାମରେ ଠକେଇ

ପଟ୍ଟାମୁଣ୍ଡାଇ ୧।୩(ସ୍ବ.ପ୍ର.): ଆଗକୁ ଖରାଦିନ ଆସୁଛି। ଯେଉଁଭଳି ଭାବେ ପାଣିପାଗରେ ଅସ୍ବାଭାବିକ ପରିବତ୍ତର୍ର୍ନ ଦେଖାଦେଉଛି, ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବ ବୋଲି ପୂର୍ବାନୁମାନ କରାଯାଉଛି। ଫେବୃୟାରୀରୁ ଅସହ୍ୟ ଗରମ ଯୋଗୁ ଲୋକେ ଯେତେ କାମ ଥିଲେ ବି ମଧ୍ୟାହ୍ନରୁ ବାହାରକୁ ବାହାରିବାକୁ ପସନ୍ଦ କରୁନାହାନ୍ତି। ଏପରିସ୍ଥଳେ ଯେଉଁମାନେ ବିଭିନ୍ନ କାର୍ଯ୍ୟରେ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଶୋଷ ହେଲେ ପ୍ରାୟତଃ ଥଣ୍ଡା ପାଉଚ ପାଣି ଓ ବୋତଲ ଉପରେ ନିର୍ଭର କରୁଛନ୍ତି। ଯେଉଁ ପାଣିକୁ ଲୋକେ କିଣି ପିଉଛନ୍ତି, ତାହା ପାନୀୟଜଳ ଉପଯୋଗୀ କି ନାହିଁ ତାହା ସେମାନେ ଜାଣି ପାରୁନାହାନ୍ତି। କାରଣ ସହର କି ଗ୍ରାମାଞ୍ଚଳରେ ଆବଶ୍ୟକ ସଂଖ୍ୟକ ନଳକୂପ ନାହିଁ। ଯେଉଁଠି ଅଛି ସେସବୁ ଅଚଳ ହୋଇ ପଡିଛି। ସ୍ବଚ୍ଛ ପାନୀୟଜଳର ବ୍ୟବସ୍ଥା ନାହିଁ। ଏଣୁ ପାଉଚ ପାଣିକୁ ସ୍ବଚ୍ଛ ଭାବି ୨ଟଙ୍କା ଦେଇ ଲୋକେ ପିଉଛନ୍ତି। ହାଟ, ବଜାର, ପାନ ଦୋକାନ ସବୁଠି ଏହା ମିଳୁଛି। ବାହାଘର, ବିଭିନ୍ନ ସଭାସମିତିରେ ମଧ୍ୟ ପାଉଚ ପାଣି ପ୍ୟାକେଟ୍‌ର ବ୍ୟବହାର ବଢ଼ିଛି। ପାଣି ପାଉଚର ବିକ୍ରି ନିଷିଦ୍ଧ ସତ୍ତ୍ୱେ ଏହାର ବହୁଳ ବ୍ୟବହାର ହେଉଛି। ଆମେ ଯେଉଁ ପାଉଚ ପାଣି ପିଉଛୁ, ତାହାର ଶୁଦ୍ଧତା ଓ ଗୁଣବତା ଜାଣିବା ପାଇଁ ଲୋକଙ୍କ ପକ୍ଷେ କିମ୍ବା ପ୍ରଶାସନର ସମୟ ନାହିଁ। କେବେ ମଧ୍ୟ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଯାଉନାହିଁ। ଏହାର ଫାଇଦା ନେଇ ବେପାରୀମାନେ ଖୋଲାଖୋଲି ବେଆଇନ ଭାବେ ପିଇବା ପାଣି ବିକ୍ରି କରୁଛନ୍ତି।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ପିଇବା ପାଣି କାରବାରର ଏବେ ଗୁମର ଖୋଲିବାରେ ଲାଗିଛି। ଲାଇସେନ୍ସ ନ ନେଇ ଲକ୍ଷାଧିକ ଟଙ୍କାର ପିଇବା ପାଣିର କାରବାର ଚାଲିଛି। ବିଲ୍‌ ଭାଉଚର ମାଗିଲେ ବି ଲୋକଙ୍କୁ ଦିଆଯାଉନି। ପିଇବା ପାଣି ନଁାରେ ଲୋକଙ୍କୁ ଏଠି ଖୋଲାଖୋଲି ଠକେଇ ଚାଲିଛି। ନାମୀଦାମୀ କମ୍ପାନୀ ନଁାରେ ନକଲି ପାଣି ବୋତଲ ବି ବଜାରରେ ଯାହାକୁ ଯେତେ ମିଳୁଛି। କେବେ ଓ କେଉଁ କମ୍ପାନୀର ପାଣି ବୋତଲ ବଜାରକୁ ଆସୁଛି, ତାହାର କିଛି ସୂଚନା ଲେଖା ଯାଉ ନଥିବା ଦେଖିବାକୁ ମିଳୁଛି। ଏକ୍ସପାଏରୀ ପାଣି ପାଉଚ ଓ ବୋତଲକୁ ବିକ୍ରି କରାଯାଉଛି। ପାଣି ପାଉଚ୍‌ ବିକ୍ରିକୁ ସରକାରୀ ସ୍ତରରେ ରୋକ ଲାଗିଥିଲେ ବି ଏଠି କୌଣସି ନିୟମକାନୁନ କେହି ମାନୁନାହାନ୍ତି। ପାଣି ଖାଦ୍ୟ ସାମଗ୍ରୀ ତାଲିକାରେ ଯାଉଥିଲେ ବି ଫୁଡ୍‌ ଲାଇସେନ୍ସ ଅନେକଙ୍କ ପାଖରେ ନ ଥିବା ଅଭିଯୋଗ ହୋଇଛି। ପ୍ରସ୍ତୁତକାରୀ ସଂସ୍ଥା ମଧ୍ୟ ପାଣି ପରୀକ୍ଷଣ ରିପୋର୍ଟ କରାଉନାହାନ୍ତି। ପ୍ରତ୍ୟେକ ୭ ଦିନରେ ଥରେ ପାଣିର ନମୁନା ଲାବୋରାଟୋରିରେ ଟେଷ୍ଟ କରାଯିବା କଥା। କିନ୍ତୁ ଏଠି ମାସମାସ ଧରି ନମୁନା ପରୀକ୍ଷଣ କରାଯାଉ ନାହିଁ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ହାତଗଣତି କେତେ ଜଣ ଅନୁମତି ପାଇଥିବା ବେଳେ ସେମାନଙ୍କ କାରବାର ଉପରେ ବି ପ୍ରଶାସନିକ କୌଣସି ତଦାରଖ ନାହିଁ। ଏସବୁ ଭିତରେ ପାଉଚ୍‌ ପାଣି କେଉଁଠୁ ଆସୁଛି, କେଉଁମାନେ ପାଣି ପାଉଚ୍‌ କାରବାରରେ ଜଡ଼ିତ ଏହାର କୌଣସି ଖୋଜଖବର କାହା ପାଖରେ ନାହିଁ। ଏ ନେଇ ଖାଦ୍ୟ ନିରୀକ୍ଷକଙ୍କ ପକ୍ଷରୁ ମଧ୍ୟ ଯାଞ୍ଚ କରାଯାଉ ନାହିଁ। ତହସିଲଦାର ଦିଲୀପ କୁମାର ସେଠୀଙ୍କୁ ପଚାରିବାରେ ବେଆଇନ ପାଣି କାରବାର ଉପରେ ପ୍ରଶାସନିକ ଯାଞ୍ଚ ହେବ ବୋଲି କହିଛନ୍ତି। ପୌର ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁଙ୍କୁ ପଚାରିବାରେ ପାଣି ପାଉଚ୍‌ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି। ପୂର୍ବରୁ ପୌରପାଳିକା ସ୍କ୍ବାଡ୍‌ ଗଠନ କରି ପାଣି ପାଉଚ୍‌ ବିକ୍ରି ଉପରେ ରୋକ ଲଗାଇଥିଲା। ଏହାରି ଭିତରେ ଯଦି ପୁଣି ପାଣି ପାଉଚ୍‌ ବିକ୍ରି ଚାଲିଛି, ତେବେ ଏକ ସ୍ବତନ୍ତ୍ର ଅଭିଯାନ କରି ବେଆଇନ ପାଣି ପାଉଚ୍‌ ବିକ୍ରିକୁ ବନ୍ଦ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri