୫୦ ଆଦିବାସୀ ପରିବାରକୁ ଭଣ୍ଡାଇଲା ପ୍ରଶାସନ

ଚଣ୍ଡିଖୋଲ,୨୮ା୨(ଡି.ଏନ.ଏ.):ଶିକ୍ଷାର ଅଭାବ ହେତୁ ଅଧିକାଂଶ ସମୟରେ ଆଦିବାସୀମାନେ ଅବହେଳିତ ହୋଇଥାନ୍ତି। ସେମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ନାନା ପ୍ରତିଶ୍ରୁତି ଦେଇ ଠକିଥାଆନ୍ତି ା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପରିମଳର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୁଏନାହିଁ ା ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ କେଶରାଇପୁର ରାଜସ୍ବ ଗ୍ରାମରେ ୬୦ବର୍ଷ ଧରି ବସବାସ କରୁଥିବା ଆଦିବାସୀ ପରିବାର ଏବେ ବି ସେମିତି ନାନା ପ୍ରତିଶ୍ରୁତିରେ ଛନ୍ଦି ହୋଇ ଅବହେଳିତ ଭାବେ ଜୀବନ କାଟୁଛନ୍ତି ବୋଲି ଅଭିଯୋଗ ହୋଇଛି ା
ପଲେଇ ପଞ୍ଚାୟତ ଅଧୀନ କେଶରାଇପୁର ଏକ ରାଜସ୍ବ ଗ୍ରାମ ା ଏଠାରେ ରହିଛି ପାରାଭାଡ଼ି ପାହାଡ଼ ା ୨୦୨୧ ଡ଼ିସେମ୍ବରରେ କେଶରାଇପୁର ପାହାଡ଼ର ଖାତା ନଂ.୧୨୧୮ ଓ ୧୨୧୯ରେ ୪୬.୧୫୯ହେକ୍ଟର ପାହାଡ଼ରୁ ଓଡ଼ିଶା ଖଣି ନିଗମ ତରଫରୁ ଖଣ୍ଡୋଲାଇଟ ପଥର ଖନନ କରାଯିବ ବୋଲି ଜନ ଶୁଣାଣି ହୋଇଥିଲା। ଏହି ମୌଜାରେ ପାହାଡ଼ ପାଦଦେଶରେ ରହୁଥିବା ୫୦ ଆଦିବାସୀ ପରିବାରକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ ବୋଲି ଯାଜପୁର ଜିଲା ପ୍ରଶାସନ ତରଫରୁ ପ୍ରତିଶ୍ରୁତି ମିଳିଲା। ତେବେ ପ୍ରାଥମିକ ଭାବେ ଏହି ଖଣ୍ଡୋଲାଇଟ୍‌ ଖଣିକୁ ରାସ୍ତା କରିବା ପାଇଁ ୩ କୋଟି ୯୧ଲକ୍ଷ ୫ହଜାର ୧୩୭ଟଙ୍କା ବ୍ୟୟରେ ୨୦୨୨ ଜୁଲାଇ ୨ରେ ଶୁଭ ଦିଆଗଲା। ୯ମାସ ମଧ୍ୟରେ କାମ ଶେଷ ହେବ ବୋଲି ପୁର୍ତ୍ତବିଭାଗ ତରଫରୁ ଘୋଷଣା କରାଗଲା। ରାସ୍ତା କାମ ଆରମ୍ଭ ହେବାର ୨ମାସ ପରେ କାମ ବନ୍ଦ କରିଦିଆଗଲା। ପୁର୍ତ୍ତବିଭାଗ ତରଫରୁ କୁହାଗଲା କି ଓଏମ୍‌ସି ଯେଉଁ ଅନୁଦାନ ଦେବା କଥା ତାହା ମନା କରିଥିବାରୁ ଠିକାଦାରକୁ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଗଲା। ଏପରି କି ସେଠାରେ ବହୁ ପୂର୍ବରୁ ଥିବା ଗୋଟିଏ କ୍ଲବ ଘରକୁ ଭାଙ୍ଗି ଦିଆଗଲା। ସେହି ଘର ବଦଳରେ ସେଠାରେ ନୂଆ ବିଲ୍‌ଡ଼ିଂ ନିର୍ମାଣ ହେବ କହି କାମ ଆରମ୍ଭ ହେଲା। କାମ ମାତ୍ର ଡ଼ିପିସି ଲେବ୍‌ଲ ହେବା ପରେ କାମକୁ ବନ୍ଦ କରିଦିଆଗଲା। ସେହିଭଳି ୪୫ପରିବାରକୁ ପାଇଖାନା ଦେବା ଏବଂ ୨ଟି ନଳକୂପ ଖୋଳି ପାନୀୟ ଜଳ ଦେବାକୁ ୨୦୨୨ ଜୁଲାଇ ୫ରେ ବଡ଼ଚଣାର ତତ୍କାଳୀନ ବିଡ଼ିଓ ଅଜିତ୍‌ ନାରାୟଣ ଗିରି ଚିଠି ନଂ. ୩୨୬୪ରେ ଯାଜପୁର ଜିଲାପାଳଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ। ୫୦ ପରିବାର ମଧ୍ୟରୁ ୪୦ପରିବାରର ଘର ନାହିଁ। ସେମାନେ ନୁଆଁଣିଆ ଚାଳଘରେ ଏବେ ବି ବସବାସ କରୁଛନ୍ତି।
ସୂଚନାଯୋଗ୍ୟ, ୧୯୬୨ ରେ ବାଲେଶ୍ୱରର ନୀଳଗିରି ଅଞ୍ଚଳରୁ ଏହି ଆଦିବାସୀ ପରିବାର ବିଜୁବାବୁଙ୍କ ସ୍ବପ୍ନର ତ୍ୱରିତ ଜାତୀୟ ରାଜପଥ କାମ କରିବାକୁ ଆସିଥିଲେ। କାମ କରୁ କରୁ ସେଠାରେ ସ୍ଥାୟୀ ବାସିନ୍ଦା ହୋଇ ରହିଗଲେ। ୧୯୮୩ ରେ କଂଗ୍ରେସ ସରକାର ଅମଳରେ ଏହି ଆଦିବାସୀ ପରିବାରକୁ ଇନ୍ଦିରା ଆବାସ ଦିଆଯାଇ ଇନ୍ଦିରା କଲୋନୀରେ ଥଇଥାନ କରାଗଲା। ତା’ପରେ ସେମାନେ ଏଠାକର ସ୍ଥାୟୀ ବାସିନ୍ଦା ହୋଇଗଲେ। ୧୯୯୯ ମହାବାତ୍ୟାରେ ସେମାନଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ବର୍ତ୍ତମାନ ସେମାନେ ପାଇଥିବା ଜମିପଟ୍ଟା ନାହିଁ କିମ୍ବା ଘର ନାହିଁ। ସରକାର ପୁନର୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆମକୁ ଭଣ୍ଡାଇ ଦେଇଥିବା ଅଭିଯୋଗ କରିଛନ୍ତି ଏହି ଗ୍ରାମର ଅର୍ଜୁନ ଦେହୁରୀ, ଭାରତୀ ଦେହୁରୀ, ଅକ୍ଷୟ ହେମ୍ବ୍ରମ୍‌, ଜିଗିନ୍‌ ସିଂ । ଏ ସମ୍ପର୍କରେ ପୁର୍ତ୍ତବିଭାଗର ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଳ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ଓଏମ୍‌ସି ଆମକୁ କହିଥିଲା ଟେଣ୍ଡର କରି ରାସ୍ତା କାମ କରିବା ପାଇଁ ା ଟେଣ୍ଡର ସରି କାମ ଦିଆଗଲା ପରେ ଆଉ ଟଙ୍କା ଦେଲା ନାହିଁ। ସେଥିପାଇଁ ରାସ୍ତାକାମକୁ ବନ୍ଦ କରିଦିଆଗଲା। ଏ ସଂକ୍ରାନ୍ତରେ ସତ୍ୟ ଜାଣିବା ପାଇଁ ଓଏମ୍‌ସିର ଆଞ୍ଚଳିକ ପ୍ରବନ୍ଧକ ଗଙ୍ଗାଧର ନାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri