ଉପଖଣ୍ଡ ଚିକିତ୍ସାଳୟରେ ନାହିଁ ମୃତଦେହ ବ୍ୟବଚ୍ଛେଦ ଗୃହ

ମାଥିଲି,୨୫ା୨ (ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ମହକୁମାସ୍ଥିତ ସରକାରୀ ଚିକିତ୍ସାଳୟକୁ ସରକାର ଉପଖଣ୍ଡ ଚିକିତ୍ସାଳୟ ମାନ୍ୟତା ଦେଇଥିଲେ। ୨୦୨୧ରୁ ଏହି ମାନ୍ୟତା ମିଳିଥିଲେ ମଧ୍ୟ ଏଯାଏ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ଲାଗି ଗୃହଟିଏନାହିଁ। ବ୍ଲକର ୨୦ ପଞ୍ଚାୟତର ୧ଲକ୍ଷ ୧୧ ହଜାର ୧୪୫ ଲୋକ ସ୍ବାସ୍ଥ୍ୟସେବା ପାଇଁ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ପଡୋଶୀ ଖଇରପୁଟ ବ୍ଲକର ୮୦ ହଜାର ୮୭୩ ଲୋକ ମଧ୍ୟ ଏହା ଉପରେ ନିର୍ଭର କରିଥାନ୍ତି। ମାତ୍ର ଏଠାରେ ସ୍ବାସ୍ଥ୍ୟସେବା ପାଇଁ ଅନୁସାଙ୍ଗିକ ବ୍ୟବସ୍ଥା ନାହିଁ। ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଲାଗିରହିଛି। ସାମାନ୍ୟ ରୋଗ ପାଇଁ ରୋଗୀ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟ ଓ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଉପରେ ନିର୍ଭର କରିଥାନ୍ତି। ଏନେଇ ବିଭିନ୍ନ ସମୟରେ ଜନଅସନ୍ତୋଷ ପ୍ରକାଶ ପାଇଛି। ମାତ୍ର ବ୍ୟବସ୍ଥାରେ କୌଣସି ସୁଧାର ଆସିନାହିଁ। କୌଣସି ଦୁର୍ଘଟଣାଜନିତ ମୃତ୍ୟୁ ଘଟିଲେ ଏଠାରେ ମୃତଦେହ ବ୍ୟବଚ୍ଛେଦ ଲାଗି ଗୃହଟିଏ ନାହିଁ। ପ୍ରତେହ ୧୦ରୁ ୧୫ଟି ମୃତଦେହ ବ୍ୟବଚ୍ଛେଦ ପାଇଁ ଏହି ଡାକ୍ତରଖାନାକୁ ଆସିଥାଏ। ମାତ୍ର ମୃତଦେହ ବ୍ୟବଚ୍ଛେଦ ଗୃହ ନ ଥିବାରୁ ଜଙ୍ଗଲରେ ଖୋଲା ଆକାଶତଳେ ମୃତଦେହ ବ୍ୟବଚ୍ଛେଦ ହେଉଥିବା ଦେଖିବାକୁ ମିଳୁଛି। ଏନେଇ ସ୍ଥାନୀୟ ଲୋକେ ଅନେକଥର ଜିଲା ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଚଳିତ ମାସ ୧୪ ତାରିଖରେ କୋରାପୁଟ ଜିଲା ବୈପାରିଗୁଡା ଥାନା ରାମଗିରି ପଞ୍ଚାଯତ ଅନ୍ତର୍ଗତ ପୂଜାରୀପୁଟ ଗ୍ରାମର ନରସିଂହ ପୂଜାରୀ ଓ ଲଇଖନ ଭୂମିଆ ତେନ୍ତୁଳିଗୁମ୍ମା ଓ ଲୁଲେରରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଦଶାହ ଖବର ଦେବାକୁ ଯାଇ ଉଦୟଗିରିଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟଜଣେ କମାରପାଲି ପଞ୍ଚାୟତ ମୁଣ୍ଡାଗୁଡା ଗ୍ରାମର ରତନ ଭୂମିଆଙ୍କ ମଧ୍ୟ ପୋଖରୀରେ ବୁଡି ମୃତ୍ୟୁ ହୋଇଥିଲା। ଗୋଟିଏ ଦିନରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ତିନିଟା ମୃତଦେହ ବ୍ୟବଚ୍ଛେଦ ଲାଗି ପହଞ୍ଚତ୍ଥିଲା। ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ଗୃହ ନ ଥିବାରୁ ଡାକ୍ତରମାନେ ନିକଟସ୍ଥ ଜଙ୍ଗଲରେ ଖୋଲା ଆକାଶ ତଳେ ମୃତଦେହ ବ୍ୟବଚ୍ଛେଦ କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଭିତ୍ତିଭୂମି ନ ଥିବାରୁ ଡାକ୍ତରମାନଙ୍କୁ ଅଯଥା ଅନେକ ସମୟ ନଷ୍ଟ କରିବାକୁ ପଡୁଛି। ଚିକିତ୍ସାଳୟରେ ରୋଗୀ ସେବା ମଧ୍ୟ ଏଥିପାଇଁ ବାଧାପ୍ରାପ୍ତ ହେଉଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri