ଯାଜପୁରରେ ୨, କେନ୍ଦ୍ରାପଡ଼ା ଜିଲାକୁ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୨୩ା୨: ରାଜ୍ୟ ସରକାରଙ୍କ ସ୍ବାସ୍ଥ ଓ ପରିବାର ମଙ୍ଗଳ ବିଭାଗ ପକ୍ଷରୁ ରାଜ୍ୟର ୭ଟି ସ୍ଥାନରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବ ବୋଲି ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଏହି ସ୍ବାସ୍ଥ୍ୟ ସେବା ସ୍ଥାପନ ପାଇଁ ମାସାଧିକ ସମୟ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ କେନ୍ଦ୍ରାପଡ଼ା ସହରର ନାମ ଉଲ୍ଲେଖ ନାହିଁ। ଯାହାକୁ ନେଇ ସହରବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଆନ୍ଦୋଳନକୁ ତୀବ୍ର କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମେଡ଼ିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରି ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ସୂଚନା ମୁତାବକ, ସ୍ଥାନୀୟ ଶାସକ ଦଳର ନେତାଙ୍କୁ ଏଥର ଟାର୍ଗେଟ ହେବ ବୋଲି ଜଣାଇଛନ୍ତି।
ଏ ସମ୍ପର୍କରେ କମିଟି କର୍ମକର୍ତ୍ତା ଗୟାଧର ଧଳ, ଅଜୟ ସାମଲ, ହେମନ୍ତ ଜେନା, ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା, ଜିଲା ଭାଜପା ସଭାପତି କିଶୋର ଚନ୍ଦ୍ର ପଣ୍ଡା, ଆପ ଜିଲା ସଭାପତି ସନ୍ଦୀପ୍ତ ଦାସ ପ୍ରମୁଖ କହିଛନ୍ତି, ସିଟି ହସ୍ପିଟାଲ ଦାବିକୁ ନେଇ ଗତ ସପ୍ତାହରେ ସମ୍ମତ୍ତି ଦେଇଥିଲେ। ବିଜେଡିର କର୍ମକର୍ତ୍ତାମାନେ ଆନ୍ଦୋଳନସ୍ଥଳକୁ ଆସି ବିଧାୟକଙ୍କ ଚିଠି ଦେଖାଇବା ସହ ସିଟି ହସ୍ପିଟାଲ ସ୍ଥାପନ ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି କହିଥିଲେ। ତେବେ ମଙ୍ଗଳବାର ପ୍ରକାଶିତ ବିଜ୍ଞପ୍ତିରେ ରାଜ୍ୟର ୬ ଜିଲାରେ ୭ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଉଲ୍ଲେଖ ଅଛି। ଏପରି କି କେନ୍ଦ୍ରାପଡ଼ା ଜିଲାର ଦୀର୍ଘଦିନର ଆନ୍ଦୋଳନ ସତ୍ତ୍ୱେ ମେଡ଼ିକାଲ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ଯାଜପୁର ରୋଡ ଓ ଟାଉନରେ ୨ଟି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ଆନ୍ଦୋଳନ ପ୍ରତି ଶାସକ ଦଳର ଉପହାସ ପରି ହୋଇଛି। ବିଜୁବାବୁଙ୍କ ରାଜନୈତିକ କର୍ମସ୍ଥଳୀ ଓ ମୁଖ୍ୟମନ୍ତ୍ରୀ ନିଜେ ଏହି ଜିଲାର ଦାୟିତ୍ୱ ନେଇଥିବା କଥା ନିର୍ବାଚନ ସମୟରେ ଉଲ୍ଲେଖ କରୁଥିବା ବେଳେ ଏବେ ଏହା କେବଳ ନିର୍ବାଚନୀ ପ୍ରତିଶ୍ରୁତି ଥିଲା। ସ୍ଥାନୀୟ ଅଞ୍ଚଳର ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଭିନ୍ନ ଦାବି ଉପସ୍ଥାପନ କରାଯାଉଛି। ମାତ୍ର ଶାସକ ଦଳର ସ୍ଥାନୀୟ ନେତାମାନେ ଏହାକୁ ଅଣଦେଖା କରି ଚାଲିଛନ୍ତି। ଏବେ ଏହାକୁ ଜିଲାବାସୀ ବରଦାସ୍ତ କରିବେ ନାହିଁ। ଆମରଣ ଅନଶନ ଓ ଆଇନ ଅମାନ୍ୟ ପରି କଠୋର ପଦକ୍ଷେପ ଆଗକୁ ନିଆଯିବ ବୋଲି ସେମାନେ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ସହରର ଖଡ଼ଇଙ୍ଗସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜାନୁୟାରୀ ପ୍ରଥମ ସପ୍ତାହରେ ସହର ନିକଟ ଶାମଗୁଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ପୁରୁଣା ସ୍ଥାନର ଭିତ୍ତିଭୂମି ଉପରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ଆରମ୍ଭରୁ ସ୍ମାରକପତ୍ର ପ୍ରଦାନ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫେବୃୟାରୀ ୧୭ରେ କେନ୍ଦ୍ରାପଡ଼ା ସହରକୁ ମେଡ଼ିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟିର ଡାକରାରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ସେହିମାସ ୨୪ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri