ଅଙ୍ଗୁଳିରେ କରିଛନ୍ତି ଆୟତ୍ତ

ଢେଙ୍କାନାଳ ଅଫିସ,୨୦।୨(ରତନ ନାୟାର): କାହା ପାଇଁ ବଜରଙ୍ଗୀ ତ କାହା ପାଇଁ ବିରାଜ। ପୁଣି କିଏ ଶ୍ରଦ୍ଧାରେ ଡାକନ୍ତି ଗୋବିନ୍ଦ। ନଁା ଅଲଗା, ହେଲେ ପରିଚୟ ଗୋଟିଏ। ଏବେ ସେଥିରେ ଯୋଡ଼ିହୋଇଛି କୁନି ମୃଦଙ୍ଗ ବାଦକର ସୁନାମ। ଖେଳିବୁଲିବା ବୟସରେ ପାରମ୍ପରିକ ମୃଦଙ୍ଗ ବାଦନ କଳାକୁ କରାୟତ୍ତ କରି ଢେଙ୍କାନାଳ ଜିଲାବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୪ବର୍ଷର ଏହି କୋମଳମତି କଳାକାରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।
ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ନୂଆବତାସିଂହ ଗ୍ରାମନିବାସୀ ତଥା ଟାଟା କନସଲ୍‌ଟାନ୍ସି ସର୍ଭିସରେ କାର୍ଯ୍ୟରତ ସଫ୍ଟଓ୍ବେର ଇଞ୍ଜିନିୟର କୃଷ୍ଣଚନ୍ଦ୍ର ପାଣି ଏବଂ ରାଜଶ୍ରୀ ସୁମିତ୍ରା ରଥଙ୍କ ଏକମାତ୍ର ପୁଅ ହେଉଛନ୍ତି ଗୋବିନ୍ଦ। ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀର ସବୁଠାରୁ କନିଷ୍ଠ ସଦସ୍ୟ ଭାବେ ସେ ଯେତିକି ଜଣାଶୁଣା, ସେତିକି ଚର୍ଚ୍ଚିତ ମୃଦଙ୍ଗ ବାଦନ ପାଇଁ। ଅଷ୍ଟପ୍ରହର ନାମଯଜ୍ଞ, ଯାନିଯାତ୍ରା, ମେଳା, ମହୋତ୍ସବରେ ନାମସଂକୀର୍ତ୍ତନ ଆୟୋଜନ ହେଲେ ପ୍ରଥମେ ଖୋଜାପଡ଼ନ୍ତି ଗୋବିନ୍ଦ। କୋମଳମତି ଚେହେରା ଏବଂ ନିଆରା ମୃଦଙ୍ଗ ବାଦନ ଶୈଳୀ ତାଙ୍କୁ ଦେଇଛି ନୂଆ ପରିଚୟ।
ଜଣେ ଭଲ ତାବଲା ଓ ଢୋଲକ ବାଦକ ଭାବେ ବାପା କୃଷ୍ଣଚନ୍ଦ୍ରଙ୍କ ଖ୍ୟାତି ରହିଥିବାବେଳେ ଏହାଦ୍ୱାରା ପିଲାଟି ଦିନରୁ ପ୍ରଭାବିତ ହୋଇଥିଲେ ଗୋବିନ୍ଦ। ମାତ୍ର ଦୁଇବର୍ଷରୁ ବାପାଙ୍କଠାରୁ ଆରମ୍ଭ ହୋଇଥିବା ମୃଦଙ୍ଗ ବାଦନ ଯାତ୍ରା ଏବେ ଆହୁରି ପରିପକ୍ୱ ହୋଇଛି। ସେ ଭୋର୍‌ ୪ଟା ଏବଂ ସନ୍ଧ୍ୟା ୬ଟାରେ ଦୁଇଓଳି ବାପାଙ୍କ ସହ ଘରେ ଅଭ୍ୟାସ କରୁଛନ୍ତି। ଯମୁନା ଯିବାକୁ ମୋତେ ହେଇଚି ମନା… ଗୀତର ତାଳେତାଳେ ଗୋବିନ୍ଦଙ୍କ ତବଲା ବାଦନ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି। ତାଙ୍କୁ ଜଣେ ଖ୍ୟାତିସମ୍ପନ୍ନ ତବଲା, ଢୋଲକ, ମୃଦଙ୍ଗ ବାଦକ କରିବା ଲାଗି ସମସ୍ତ ଉଦ୍ୟମ କରିବେ ବୋଲି ମା’ବାପା, ଜେଜେବାପା ବସନ୍ତ ପାଣି, ଜେଜେ ମା’ ପ୍ରତିମା ପାଣି କହିଛନ୍ତି। ସୂଚନାଯୋଗ୍ୟ, ଗୋବିନ୍ଦ ଏବେ ତାଳଚେର-ଥର୍ମାଲସ୍ଥିତ ଏଜୁକିଡ୍ସରେ ନର୍ସରିରେ ପଢୁଛନ୍ତି।

ସଙ୍ଗୀତ ସ୍କୁଲରେ ପଢ଼ାଇବାକୁ ଚିନ୍ତା କରିଛୁ
ଛୋଟ ବୟସରୁ ଗୋବିନ୍ଦ ଗୀତର ତାଳେତାଳେ ମୃଦଙ୍ଗ ବଜାଇବା ଦେଖି ଖୁସି ଲାଗୁଛି। ପୁଅର ଇଚ୍ଛାଶକ୍ତି ଦେଖି ଭବିଷ୍ୟତରେ ତାକୁ କୌଣସି ଏକ ସଙ୍ଗୀତ ସ୍କୁଲରେ ପଢ଼ାଇବା ପାଇଁ ଚିନ୍ତା କରିଛୁ ା
-ରାଜଶ୍ରୀ ସୁମିତ୍ରା ରଥ, ମା’
ଭଲ କଳାକାର କରିବା ପାଇଁ ଉଦ୍ୟମ କରିବୁ
ଗୋବିନ୍ଦ ୨ବର୍ଷରୁ ମୃଦଙ୍ଗ ବଜାଇବା ଆରମ୍ଭ କରିଛି। ନାମ ସଂକୀର୍ତ୍ତନରେ ସାମିଲ ହେଉଛି। ପାଠ ପଢ଼ାଇବା ସହ ତାକୁ ଜଣେ ଭଲ କଳାକାର କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବୁ ା
-କୃ୍‌ଷ୍ଣଚନ୍ଦ୍ର ପାଣି, ବାପା
ନିଜ ନାମକୁ ସାର୍ଥକ କରିଛି
ପିଲାଟି ଦିନରୁ ଆଧ୍ୟାତ୍ମିକତା ଲକ୍ଷଣ ଥିବା ଦେଖି ତା’ର ନାମ ଗୋବିନ୍ଦ ଓ ବଜରଙ୍ଗୀ ଦେଇଥିଲି। ସେ ନିଜ ନାମକୁ ସାର୍ଥକ କରିଛି। ତାକୁ ଭଲ କଳାକାର କରିବା ପାଇଁ ଭୁବନେଶ୍ୱରରେ ଯାଇ ରହିବୁ ବୋଲି ଚିନ୍ତା କରିଛୁ।
-ବସନ୍ତ କୁମାର ପାଣି, ଜେଜେବାପା
ଇଚ୍ଛାଶକ୍ତି ଦେଖି ଉତ୍ସାହିତ କରୁ
ଗ୍ରାମର ଭାଗବତ ଗୃହରେ କୀର୍ତ୍ତନ ହେଲେ ଗୋବିନ୍ଦ ଆସି ପାଖରେ ବସେ। ଆମ ସହ ଗିନି ବଜାଏ। ଏବେ ସେ ଭଲ ମୃଦଙ୍ଗ ବଜାଉଛି। କୁନି ବୟସରୁ ଏଭଳି ଇଚ୍ଛାଶକ୍ତି ଦେଖି ଆମେ ସବୁବେଳେ ଉତ୍ସାହିତ କରୁ।
-ସୁଧାକର ବିଶ୍ୱାଳ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଲଢିବେ ସାରଦା ପ୍ରଧାନ, ଏହିଠୁ ଲଢିବେ…

ଭୁବନେଶ୍ୱର,୪।୫: ମାହଙ୍ଗାର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ଚଳିତ ନିର୍ବାଚନ ଲଢିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ମାହାଙ୍ଗା ବିଧାନସଭା ଆସନରୁ ଲଢିବେ...

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଭଡା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୪।୫: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଭଡା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଜଣଙ୍କ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଭୁବନେଶ୍ୱରରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଜୟଶଙ୍କର ଦୁଇ ଦିନ ଓଡ଼ିଶାରେ ରହିବେ। ମିଳିଥିବା ସୂଚନାନୁଯାୟୀ, ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri