ଗୋବରୀରେ କୁମ୍ଭୀର: ନଦୀକୂଳବାସୀ ଭୟଭୀତ

ପଟ୍ଟାମୁଣ୍ଡାଇ,୨୦ା୨(ସ୍ବ.ପ୍ର.):: ନଦୀକୁ ଛାଡି ରହିପାରନ୍ତିନି ଏହି ନଦୀକୂଳିଆ ଗାଁ ଲୋକେ। ଗାଧୁଆ ପାଧୁଆଠୁ ମାଛମାରିବା ,ଶୌଚହେବା ଯାଏ ସବୁ ଏହି ନଦୀ ଉପରେ ନିର୍ଭର କରନ୍ତି। ହେଲେ ନଦୀରେ ୫ ଦିନ ହେବ କୁମ୍ଭୀର ବୁଲିବା ଦେଖି ଲୋକେ ଛାନିଆ ହୋଇ ପଡିଛନ୍ତି। ଅଭିଯୋଗ ବନ ବିଭାଗ ନିକଟରେ ପହଞ୍ଚତ୍ଛି। ହେଲେ ବନ ବିଭାଗ ନାଚାର। ନଦୀକୁ ନ ଯିବାକୁ କେବଳ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସିମୁଳିଆ ଗାଁ ନିକଟ ଗୋବରୀ ନଦୀରେ ଏକ ବଡ଼ କୁମ୍ଭୀର ବିଚରଣ କରୁଛି। ଏହି କୁମ୍ଭୀରଟିକୁ ୫ ଦିନ ହେବ ଲୋକେ ଦେଖୁଛନ୍ତି। ଲୋକେ କୁମ୍ଭୀରକୁ ଦେଖି ଯେତେ ହୋହଲ୍ଲା କଲେ ମଧ୍ୟ ସେ ଖାତିର କରୁନାହିଁ। ତାହାର ଗତିବିଧିରୁ ଦେଖାଯାଉଥିଲା ସେ ବୁଡୁଥିଲା କମ୍‌, ଭାସୁଥିଲା ଅଧିକ ସମୟ। ପ୍ରଥମ କରି ଏହି କୁମ୍ଭୀର ଏ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହାର ଲମ୍ବ ୧୦ ଫୁଟ୍‌ରୁ ଅଧିକ ହେବ ବୋଲି ସ୍ଥାନୀୟ ଲୋକ କହୁଛନ୍ତି। ଏହା ଏକ ବଉଳା କୁମ୍ଭୀର, ଯାହା ରାଜନଗର ଅଞ୍ଚଳର ଭିତରକନିକାର ଲୁଣାପାଣିରେ ବାସ କରନ୍ତି। ଲୁଣା ଜୁଆର ଏହି ଅଞ୍ଚଳକୁ ଆସୁଥିବାରୁ ଏହି କୁମ୍ଭୀରଟି ଜୁଆରରେ ଆସି ଥାଇପାରେ ବୋଲି ରାଜନଗର ରେଞ୍ଜର ଚିତ୍ତରଞ୍ଜନ ବେହୁରା ସୂଚନା ଦେଇଛନ୍ତି। କାରଣ ଗୋବରୀ ନଦୀରେ କୁମ୍ଭୀର ନୂଆ ନୁହନ୍ତି। ଏହି ନଦୀର ତଳମୁଣ୍ଡରେ ଥିବା ମହାକାଳପଡ଼ା ବ୍ଲକର ବିଜୟନଗର ଗଁାରେ ୨ ବର୍ଷ ତଳେ ଏକ ବାଉଁଶ ବୁଦାରେ ଏହି ବଉଳା କୁମ୍ଭୀର ପ୍ରଚୁର ଅଣ୍ଡା ଦେଇଥିବା ଦେଖାଯାଇଥିଲା। ମହାକାଳପଡା ଜଙ୍ଗଲ ମଧ୍ୟରେ ଏହି ଅଞ୍ଚଳ ରହିଛି। ଏ ବାବଦରେ ଫରେଷ୍ଟ ବିଭାଗ ନିକଟରେ କୁମ୍ଭୀର ସମ୍ପର୍କରେ ଖବର ପହଞ୍ଚତ୍ଛି। ସ୍ଥାନୀୟ ବନ ବିଭାଗ ଫରେଷ୍ଟର ରୋଜାଲିନ୍‌ ଦାଶଙ୍କୁ ଘଟଣାସ୍ଥଳକୁ ପଠାଇଥିବା ରେଞ୍ଜର ବେହୁରା କହିଛନ୍ତି। ନଦୀକୁ ନ ଯିବା ପାଇଁ ସେ ଲୋକମାନଙ୍କୁ ସଚେତନ କରାଇଛନ୍ତି। ବନ ବିଭାଗ ପକ୍ଷରୁ ସଚେତନତା ବୋର୍ଡ ମଧ୍ୟ ଲଗାଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗୋବରୀ ନଦୀରେ କାରବାର ପାଇଁ ଘେର ଲଗାଇବାକୁ ବନ୍ଦୋବସ୍ତ କରାଯାଉଛି। ନଦୀ କିମ୍ବା ନଦୀକୂଳକୁ ଗଲେ କୁମ୍ଭୀର ଆକ୍ରମଣର ଯଥେଷ୍ଟ ଭୟ ରହିଥିବା ବନ ବିଭାଗ ରେଞ୍ଜର ବେହୁରା କହିଛନ୍ତି। ଅନ୍ୟପକ୍ଷରେ ଗୋବରୀ ନଦୀରେ ଗାଧୋଇବାକୁ ଏ ଅଞ୍ଚଳର ଲୋକେ ଅଧିକ ପସନ୍ଦ କରିଥା’ନ୍ତି। ଏହାଛଡ଼ା ଏହି ନଦୀରୁ ମାଛ ଧରିବାକୁ ଏହି ଅଞ୍ଚଳର ମତ୍ସ୍ୟଜୀବୀମାନେ ଦିନରାତି ଏକ କରିଥା’ନ୍ତି। ନଦୀରୁ ଚିଙ୍ଗୁଡ଼ି ଧରି ଅଧିକ ଦାମ୍‌ରେ ବାହାରକୁ ଚାଲାଣ କରାଯାଇଥାଏ। ନଦୀ ଉପରେ ଲୋକମାନଙ୍କର ଅତ୍ୟଧିକ ନିର୍ଭରଶୀଳତା ସାଙ୍ଗକୁ କୁମ୍ଭୀର ଆକ୍ରମଣର ଭୟ ନଦୀକୂଳିଆ ଲୋକମାନଙ୍କ ଆଖିରୁ ନିଦ ହଜାଇ ଦେଇଛି। କୁମ୍ଭୀରଟିକୁ ଧରି ନେବାକୁ ଲୋକେ ବନ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ଆଗରୁ ଏହି ନଦୀରେ ଦଳ ଭର୍ତ୍ତି ଥିବା ବେଳେ କେତେକ ସ୍ଥାନରେ ଲୋକ ବୁରୁଜ କରି ନଦୀରେ କାରବାର କରୁଥିଲେ। ମାତ୍ର ଗୋବରୀ ପୁନଃ ଉଦ୍ଧାର ପ୍ରକ୍ରିୟାରେ ସିମୁଳିଆ ପର୍ଯ୍ୟନ୍ତ ଦଳ ସଫା କରାଯାଇଛି। ଜୁଆର ସମୟରେ କୁମ୍ଭୀରଟି ଏହି ସ୍ଥାନକୁ ପଳେଇ ଆସିଛି ବୋଲି ଗ୍ରାମର ଅଧିବାସୀ କ୍ଷୀରୋଦ ମଲିକ, ଶଙ୍କର୍ଷଣ ସାହୁ, ଶୁକଦେବ ସାହୁ, ଗଗନ ସାହୁ, ସତ୍ୟବାନ୍‌ ମଲିକ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri