ଜଣେ ମୃତ, ୨୭ ଅସୁସ୍ଥ

ସୋର, ୧୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଗାନ୍ଧୀ ସେବା ସଂଘ ପୁରୁବାଈ କନ୍ୟାଶ୍ରମରେ ଅଜଣା ରୋଗ ବ୍ୟାପିଛି। ବାନ୍ତି, ପେଟ ବ୍ୟଥା ସାଙ୍ଗକୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି ଅନ୍ତେବାସିନୀ। ସେମାନଙ୍କ ମଧ୍ୟରୁ ଜଣଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ଘଟିଥିବାବେଳେ ଆଉ ୨୭ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏବଂ ଅନ୍ୟମାନଙ୍କୁ ସୋର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। କନ୍ୟାଶ୍ରମରେ ଖାଦ୍ୟ ଓ ପାନୀୟ ଅବ୍ୟବସ୍ଥାରୁ ଏଭଳି ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ମୃତ ଅନ୍ତେବାସିନୀ ଜଣକ ହେଲେ ରୁବିନା ସିଂ। ତାଙ୍କ ଘର ନୀଳଗିରି ଅଞ୍ଚଳରେ ହୋଇଥିବାବେଳେ ସେ କନ୍ୟାଶ୍ରମରେ ରହି ୧୦ମ ଶ୍ରେଣୀରେ ପଢ଼ୁଥିଲେ।
କନ୍ୟାଶ୍ରମଟି ହେଉଛି ଏକ ଘରୋଇ ଆବାସିକ ଶିକ୍ଷାନୁଷ୍ଠାନ। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ରାଜ୍ୟ ଶିଶୁ ସୁରକ୍ଷା ସମିତି ଅନୁଦାନରେ ଏହା ଚାଲିଥିବା ଜଣାପଡ଼ିଛି। ଏଠାରେ ଛାତ୍ରୀମାନେ ରହି ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପଢ଼ିବା ବ୍ୟବସ୍ଥା ରହିଛି। ବର୍ତ୍ତମାନ ମୋଟ ୧୫୫ ଅନ୍ତେବାସିନୀ ରହିଛନ୍ତି। ୩ଦିନ ତଳେ ଆଶ୍ରମର କେତେଜଣ ଅନ୍ତେବାସିନୀ ମଧ୍ୟାହ୍ନଭୋଜନ ଖାଇବା ପରେ ସେମାନଙ୍କର ପେଟବ୍ୟଥା ହେବା ସହ ବାନ୍ତି ଓ ମୁଣ୍ଡବିନ୍ଧା ହୋଇଥିଲା। ସେହି ସମୟରେ କୌଣସି ଚିକିତ୍ସା ବ୍ୟବସ୍ଥା କରାଯାଇ ନ ଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ପ୍ରବଳ ବାନ୍ତି ସହ ମୁଣ୍ଡବିନ୍ଧା ଯୋଗୁ ଗୁରୁତର ହୋଇପଡ଼ିଥିଲେ। ଶୁକ୍ରବାର ଅପରାହ୍ନରେ ସେମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ୨ଜଣକ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ହେଲେ ରୁବିନାଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିଲା। ଖବର ପାଇ ବାଲେଶ୍ୱରରୁ ଶିଶୁ ମଙ୍ଗଳ ଅଧିକାରୀ ଓ ଡାକ୍ତରୀ ଟିମ୍‌ ଆଶ୍ରମରେ ପହଞ୍ଚି ଅନ୍ୟ ଗୁରୁତର ୨୭ଜଣଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଅସୁସ୍ଥ ଅନ୍ତେବାସିନୀମାନେ
କନ୍ୟାଶ୍ରମରେ ଖାଦ୍ୟ ଅବ୍ୟବସ୍ଥା…
ହେଲେ ମାମା ସିଂ(୬), ସୀତା ହାଂସଦା(୬), ଶ୍ରୀମନ୍ତି ସିଂ(୧୩), ଗାୟତ୍ରୀ ଘଡାଇ(୧୨), ଶୁଭଶ୍ରୀ ବେହେରା(୧୪), ପୂଜାରାଣୀ ଗିରି(୧୫), ବିନି ଦାସ(୧୨), ଚାଲ୍‌ସେ ହାଁସଦା(୧୧), ଗୀତା ସିଂ(୮), ପାନି ମାଝି(୬), ରାଧି ସିଂ(୭)। ଅନ୍ୟମାନଙ୍କ ନାମ ଜଣାପଡ଼ିନାହିଁ। ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଡା. ସତ୍ୟନାରାୟଣ ନାୟକଙ୍କ ତତ୍ତ୍ୱାବଧାନରେ ଏକ ଡାକ୍ତରୀ ଟିମ୍‌ ଅସୁସ୍ଥଙ୍କୁ ଚିକିତ୍ସା କରୁଛନ୍ତି। ସୋର ପୌରାଧ୍ୟକ୍ଷ ମାଧବ ଧଡ଼ା ଓ ଉପାଧ୍ୟକ୍ଷା ସସ୍ମିତା ଦାସ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା ବୁଝୁଛନ୍ତି। ଏ ସମ୍ପର୍କରେ କନ୍ୟାଶ୍ରମ ସମ୍ପାଦିକା ସୁମତୀ ମହାନ୍ତି କହିଛନ୍ତି, ଖେଳଛୁଟିରେ ଆସିବା ପରେ ଜଣେ ପିଲା ବାନ୍ତି କରିବା ସହ ପେଥବ୍ୟଥା ହେଇଥିଲା। ତାଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri