ଜିଲାରେ ୨୬୫ ବଦଳରେ ଅଛନ୍ତି ୧୦୬ ଡାକ୍ତର

ନବରଙ୍ଗପୁର,୧୮।୨(ବି.ପ୍ର.): ସ୍ବାସ୍ଥ୍ୟ ହିଁ ସମ୍ପଦ। ସରକାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାସ୍ତବରେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ନବରଙ୍ଗପୁରରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ନେଇ ସରକାର ଡିଣ୍ଡିମ ପିଟୁଥିବାବେଳେ କିନ୍ତୁ ବାସ୍ତବରେ ତାହା କାଗଜକଲମରେ ସୀମିତ ରହିଛି। ଏଠାରେ ଡାକ୍ତର ଅଭାବ। ତେଣୁ ଲୋକେ ଉନ୍ନତ ଚିକିତ୍ସା ପାଇଁ ବିଶାଖାପାଟଣା, ରାୟପୁର ଭଳି ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି।
ନବରଙ୍ଗପୁର ଜିଲାରେ ୧୦ ବ୍ଲକରେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଏଠାରେ ଗୋଟିଏ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଟିଏ ଉପଖଣ୍ଡ ଡାକ୍ତରଖାନା ରହିଛି। ୧୦ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୪୧ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏ ସବୁ ସ୍ଥାନରେ ଡାକ୍ତର ଅଭାବ ଯୋଗୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ସେମାନେ ଅନ୍ୟ ଜିଲା ଓ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରୁଛନ୍ତି ।
ନବରଙ୍ଗପୁର ଜିଲାରେ ମୋଟ ୨୬୫ ଡାକ୍ତର ପଦବୀ ରହିଥିବା ବେଳେ ବର୍ତ୍ତମାନ ୧୦୬ ଜଣ ଡାକ୍ତର ଅଛନ୍ତି। ଜିଲାରେ ୧୫୯ଟି ଡାକ୍ତର ପଦବୀ ଖାଲି ରହିଛି। ମୋଟ ୬୮ଟି ବିଶେଷଜ୍ଞ ଡାକ୍ତର ରହିବା ବଦଳରେ ଅଛନ୍ତି ମାତ୍ର ୧୫ ଜଣ । ୮୩ ଜଣ ସ୍ଥାନରେ ଅଛନ୍ତି ୪୬ ଏମ୍‌ବିବିଏସ୍‌ ଡାକ୍ତର। ସେହିଭଳି ଏଲ୍‌ଟିଆର୍‌ଏମ୍‌ଓ (ଆଡହକ୍‌ /କଣ୍ଟ୍ରାକ୍‌ଚୁଆଲ ) ଡାକ୍ତର ୯୪ ଜଣ ରହିବା ପରିବର୍ତ୍ତେ ଅଛନ୍ତି ମାତ୍ର ୩୩ ଜଣ ଡାକ୍ତର। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାର ନବରଙ୍ଗପୁର ଜିଲାକୁ ହତାଦର କରୁଥିବା ଲୋକେ ଅଭିଯୋଗ କରୁଛନ୍ତି।
ଜିଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ତେନ୍ତୁଳିଖୁଣ୍ଟି ବ୍ଲକ ସମେତ ନନ୍ଦାହାଣ୍ଡି ବ୍ଲକ, ପଡ଼ୋଶୀ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର, କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ପ୍ରାୟ ଦେଢ଼ଲକ୍ଷ ଲୋକ ନିର୍ଭର କରନ୍ତି। ଏଠାରେ ୪ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ୯ ଡାକ୍ତର ପଦବୀ ରହିଛି। କିନ୍ତୁ ସରକାର ଓ ଜିଲା ସ୍ବାସ୍ଥ୍ୟ ବିଭାଗ ଅବହେଳା ଓ ଆନ୍ତରିକ ମନୋଭାବ ଅଭାବ ଯୋଗୁ ୨ ଜଣ ଡାକ୍ତର ଦିନରାତି ଅଛନ୍ତି। କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଚାପ ଅତ୍ୟଧିକ ପଡ଼ୁଛି। ସେଠାରେ ନିୟୋଜିତ ହେଉଥିବା ଡାକ୍ତରଙ୍କୁ ଅନ୍ୟତ୍ର ଡେପୁଟେଶନ କରାଯାଉଥିବା ଯୋଗୁ ଏହି ଚାପ ଅଧିକ ହେଉଛି। ଡାକ୍ତର ଓ ଟେକ୍ନିସିଆନ ଅଭାବରୁ ମେଶିନଗୁଡ଼ିକ ଖତ ଖାଉଥିବା ଦେଖିବାକୁ ମିଳିଛି। ସରକାର ଏହି ଜିଲାରେ ବାୟୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା କହି ଡିଣ୍ଡିମ ପିଟୁଥିବା ବେଳେ ପ୍ରକୃତରେ କିନ୍ତୁ ଡାକ୍ତର ଅଭାବରୁ ଲୋକେ ଉତ୍ତମ ଚିକିତ୍ସା ନ ପାଇ ପ୍ରାଣ ହରାଉଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି lଜିଲାର ୧୪ ଲକ୍ଷ ଲୋକ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ଏଠାରେ ମଧ୍ୟ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ୨୩ ଜଣ ବିଶେଷଜ୍ଞ ଡାକ୍ତର ବଦଳରେ ଅଛନ୍ତି ମାତ୍ର ୧୩ ଜଣ। ସେହିଭଳି ୧୭ଜଣ ଏମ୍‌ବିବିଏସ୍‌ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ୭ ଓ ଏଲ୍‌ଟିଆର୍‌ଏମ୍‌ଓ ଡାକ୍ତର ୩୨ ଜଣଙ୍କ ବଦଳରେ ଅଛନ୍ତି ମାତ୍ର ୨ ଜଣ । ଏଠାରେ ବିଶେଷଜ୍ଞ ଡାକ୍ତରଙ୍କ କଥା କହିଲେ ନ ସରେ। ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ୫ଜଣ ପରିବର୍ତ୍ତେ ୨ ଜଣ, ମେଡିସିନ ବିଶେଷଜ୍ଞ ୨ ଜଣ ଅଦଳରେ ଜଣେ ଅଛନ୍ତି। ସେହିଭଳି ଏଠାରେ ଥିବା ୨ ଚକ୍ଷୁ ବିଶେଷଜ୍ଞ ପଦବୀ ଖାଲି ରହିଛି। ନିଦାନ ବିଶେଷଜ୍ଞ, ରଶ୍ମିରଞ୍ଜନ ବିଶେଷଜ୍ଞ, ଚର୍ମ ବିଶେଷଜ୍ଞ , ଇଏନ୍‌ଟି ବିଶେଷଜ୍ଞ ଓ ମାନସିକ ରୋଗ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି । ରୋଗୀ ଏଠାକୁ ଆସିଲେ ଉତ୍ତମ ଚିକିତ୍ସା ନ ପାଇ ଅନ୍ୟ ଜିଲା କିମ୍ବା ଅନ୍ୟ ରାଜ୍ୟର ମେଡିକାଲକୁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ଲୋକେ ଦାବି କରିଛନ୍ତି।
ଅନ୍ୟପଟେ ଜିଲାରେ ଡାକ୍ତର ଅଭାବ କଥାକୁ ନେଇ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଧିକାରୀ କାଳୀପ୍ରସାଦ ବେହେରା ସ୍ବୀକାର କରିବା ସହ ଏଥି ସକାଶେ ସରକାରଙ୍କ ସହ ଯୋଗାଯୋଗ କରାଯାଇଛି। ତୁରନ୍ତ ସେଗୁଡ଼ିକ ପୂରଣ କରାଯାଇ ଜିଲାରେ ସ୍ବାସ୍ଥ୍ୟସେବା ଉନ୍ନତମାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର ଅଫିସ,୧।୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ...

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୧।୩ (ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲର ବୁଧବାର...

ଗାଁ ସମସ୍ୟା ନ ସୁଧୁରିଲେ ଭୋଟ ଦେବୁନି

ରାୟଗଡ଼ା,୧।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାବୁଗୁଡ଼ା ଗ୍ରାମରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଁରେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ବ୍ରେକ୍‌ ଫେଲ୍‌ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ଜଣଙ୍କ ଜୀବନ

ବଣାଇଁ, ୧।୫ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା କେ ବଲାଙ୍ଗ ଥାନା ଚୁନାଘାଟିରେ ଏକ ଦୁର୍ଘଟଣା ଘଟିଛନ୍ତି। ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି l...

ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ...

ସାନମାଛ କାନ୍ଦଣା ଡ୍ୟାମ୍‌ରେ ଜଳାଭାବ

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଟପିଯାଇଥିବା ବେଳେ ବିଭିନ୍ନ ଜଳଭଣ୍ଡାର, ନଦୀନାଳର ଜଳସ୍ତର ହ୍ରାସ ପାଇଛି। ବର୍ଷା ହେଉ ନ...

ପ୍ରାର୍ଥିପତ୍ର ଦାଖଲ କଲେ ପଦ୍ମଶ୍ରୀ ଦିଲୀପ ତିର୍କୀ,ଯୋଗେଶ ସିଂହ

ସୁନ୍ଦରଗଡ଼,୧ା୫(ଜୟ ନାରାୟଣ ମେଣ୍ଡୁଳି) ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲାରେ ନାମାଙ୍କନ ଦାଖଲର ୩ୟ ଦିନରେ ବିଧାନ ସଭା ଆସନ ପାଇଁ ୪ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri