ଅନୁଦାନ ମିଳିଲା, ଆଶଙ୍କାରେ ଉନ୍ନତି

ଢେଙ୍କାନାଳ ଅଫିସ,୧୮।୨: କପିଳାସ କ୍ଷେତ୍ରାଧିପତି ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଆସ୍ଥାନ ତଥା ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ ପୀଠର ଗର୍ଭଗୃହ ଦୁର୍ବଳ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ଭିଜୁଛନ୍ତି ମହାଦେବ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଅବହେଳାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସେବାୟତମାନେ ଅଭିଯୋଗ ଆଣିବା ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏହାପରେ ପୀଠର ମୁଖ୍ୟ ମନ୍ଦିର ମରାମତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉନ୍ନୟନ କାର୍ଯ୍ୟ ଲାଗି ରାଜ୍ୟ ସରକାର ୧୦ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ହେଲେ ଏହି ଅର୍ଥ ଏବେ କିପରି କାର୍ଯ୍ୟରେ ଲାଗିବ ତାହାକୁ ନେଇ ଚିନ୍ତା ବଢ଼ିଛି। କାରଣ ଯଦିଓ ମନ୍ଦିର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗ ନିର୍ବାହ କରୁଛି, ହେଲେ ଏଏସ୍‌ଆଇ ଅଧୀନରେ ଥିବାରୁ ରାଜ୍ୟର ଏହି ପ୍ରମୁଖ ଶୈବପୀଠରେ ମରାମତି କାର୍ଯ୍ୟ ତ ଦୂରର କଥା, ସାମାନ୍ୟ ମାଟି ମୁଠାଏ ମଧ୍ୟ ପକାଇ ପାରୁନାହିଁ ଜିଲା ପ୍ରଶାସନ। ତେଣୁ ରାଜ୍ୟ ସରକାରଙ୍କ ଉକ୍ତ ଅନୁଦାନ ଅର୍ଥ କିପରି ମନ୍ଦିର ବିକାଶରେ ଲାଗିବ ତାହାକୁ ନେଇ ଏବେ ଆଶଙ୍କା ବଢ଼ିଛି।
ପ୍ରସିଦ୍ଧ ଜାଗରଯାତ୍ରାର ଅବ୍ୟବହିତ ପୂର୍ବରୁ ଶୁକ୍ରବାର କପିଳାସ ପୀଠ ପାଦଦେଶରେ ଧ୍ୟାନମୁଦ୍ରାରେ ଥିବା ମହାଦେବଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏଥିସହ ବାରବାଙ୍କ ଘାଟିରାସ୍ତାରେ ଅବଶିଷ୍ଟ ୭ ବାଙ୍କରେ ଆଲୋକୀକରଣ କାର୍ଯ୍ୟ ଲୋକାର୍ପିତ କରାଯାଇଛି। ମୁଖ୍ୟ ଅତିଥି ଭାବେ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଉଭୟ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ସୁଧୀର ସାମଲ, ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ଜିଲାପାଳ ସରୋଜ ସେଠୀ, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର, ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସ୍ନିଗ୍ଧାରାଣୀ ଧଳ, ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ, ଦେଓଗଁା ସରପଞ୍ଚ ବିଜୟ କୁମାର ଦେହୁରୀ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ କହିଲେ, କପିଳାସ ପୀଠର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବର୍ଷକ ମଧ୍ୟରେ ମନ୍ଦିରର ରୂପରେଖ ବଦଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଅନ୍ୟପଟେ ଏହି ପ୍ରାଚୀନ ପୀଠର ପରିଚାଳନା ଦାୟିତ୍ୱରେ ଥିବା ଏଏସ୍‌ଆଇ ସହଯୋଗ ନ କଲେ କିପରି ଗର୍ଭଗୃହ ମରାମତି ହେବ ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ସମ୍ଭବ ହେବ ତାହା ଏବେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। କାରଣ ୨୦୦୪ରୁ କପିଳାସ ମନ୍ଦିର ଏଏସ୍‌ଆଇ ଅଧୀନରେ ରହିଛି। ଇତିମଧ୍ୟରେ ଦୀର୍ଘ ୧୯ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ମନ୍ଦିରର ଆଖିଦୃଶିଆ ଉନ୍ନତୀକରଣ ହୋଇପାରିନାହିଁ। ଏଏସ୍‌ଆଇର ଜଟିଳ ଗାଇଡ୍‌ଲାଇନ ବିକାଶରେ ପ୍ରମୁଖ ବାଧକ ସାଜିଛି। ତେଣୁ ଇଚ୍ଛା ଥିଲେ ବି ପ୍ରଶାସନ କିମ୍ବା ରାଜ୍ୟ ସରକାର ସେଠାରେ ଉନ୍ନୟନ କାର୍ଯ୍ୟ ହାତକୁ ନେଇପାରୁନାହାନ୍ତି। ଏବେ ମଞ୍ଜୁର ହୋଇଥିବା ୧୦ କୋଟି ଟଙ୍କା ଅନୁଦାନ ଅର୍ଥ କିପରି ଖର୍ଚ୍ଚ ହେବ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ବିଧାୟକ ସାମଲ କୁହନ୍ତି, ଏଏସ୍‌ଆଇର ଅସହଯୋଗ ଯୋଗୁ ମନ୍ଦିର ବେଢ଼ାର ଉନ୍ନତୀକରଣ କାମ ହୋଇପାରୁନାହିଁ। ଏହାର ସମାଧାନ କିପରି ହେବ ସେ ନେଇ ୫-ଟି ସଚିବ ଗୁରୁତ୍ୱାରୋପ କରିଛନ୍ତି। ମନ୍ତ୍ରୀ ମଲ୍ଲିକ କୁହନ୍ତି, କପିଳାସ ସମେତ ରାଜ୍ୟର ଅନ୍ୟ ୫ଟି ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ମଞ୍ଜୁର କରିଛନ୍ତି। ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କୁ ଡାକି ଆଲୋଚନା କରାଯିବ। ଯେପରି କାମ ଶୀଘ୍ର ଆରମ୍ଭ ହେବ, ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri