ଭଙ୍ଗା କୁଡ଼ିଆରେ ଭଗବାନ

ଢେଙ୍କାନାଳ ଅଫିସ, ୧୬।୨: ଗଛ ତଳେ ଦଦରା କୁଡ଼ିଆ। ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ବେଢ଼ାଯାଇଛି ଫଟା ପଲିଥିନ, କୋତରା ଅଖା। ଦିନରେ ସୂର୍ଯ୍ୟ ତ ରାତିରେ ଆତଯାତ ହେଉଛନ୍ତି ଜହ୍ନତାରା। ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ ଭିତରେ ଡିବିରିକୁ ଆଶ୍ରା କରି ଏଭଳି ଏକ ନିର୍ଜନ ସ୍ଥାନରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଭଗବାନ ନାୟକ। ସମସ୍ତେ ଦେଖୁଛନ୍ତି। ସମସ୍ୟା ବି ଜାଣିଛନ୍ତି। ହେଲେ ସାମାନ୍ୟ ଆବାସ ଖଣ୍ଡେ ପାଇଁ ଦୀର୍ଘ ୫ ବର୍ଷ ହେଲା ତାଙ୍କର ସଂଘର୍ଷ ସରୁନାହିଁ। ଅସହାୟ ଭଗବାନଙ୍କ ଯନ୍ତ୍ରଣା ପ୍ରଶାସନ କାନରେ ପଡୁ ନ ଥିବାରୁ ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ।

ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗଦାଶିଳା ଗ୍ରାମରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ୫୪ ବର୍ଷୀୟ ଭଗବାନ ନାୟକ। ଅବିବାହିତ ଥିବା ଏହି ବ୍ୟକ୍ତି ଶାରୀରିକ ଭାବେ ଅସୁସ୍ଥ। ତଥାପି ଅନ୍ୟ ଉପାୟ ନ ଥିବାରୁ ମୂଲମଜୁରି କରି ପେଟ ପୋଷୁଛନ୍ତି। ତାଙ୍କ ଜୀବନସଂଘର୍ଷର ସାକ୍ଷୀ ପାଲଟିଛି ଭଙ୍ଗା କୁଡ଼ିଆ। ଆବାସ ଯୋଜନାରେ ଘର ଖଣ୍ଡିଏ ତ ଦୂରର କଥା, ମାଗଣା ଚାଉଳ, ଶ୍ରମକାର୍ଡ, ସ୍ବାସ୍ଥ୍ୟକାର୍ଡ ତାଙ୍କ ପାଇଁ ସ୍ବପ୍ନ। ଏଭଳି ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଭଗବାନ ଯୋଗ୍ୟ ବୋଲି ପଞ୍ଚାୟତ ପ୍ରତିନିଧିମାନେ ଜାଣିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ଭଗବାନ ମଧ୍ୟ ନିଜର ଅସୁସ୍ଥତା ସମ୍ପର୍କରେ ବିଡିଓଙ୍କୁ ଗୁହାରି କରିଛନ୍ତି। ହେଲେ ସାମାନ୍ୟତମ ସୁଫଳ ମିଳି ନ ଥିବା ଗ୍ରାମର ବିଭୁପ୍ରସାଦ ରଥ, ତାପସ ନାୟକ, ଅନିଲ ତୁଙ୍ଗ ପ୍ରମୁଖ କହିଛନ୍ତି। ଏପରି କି ତାଙ୍କର ଶୀଘ୍ର ଅସ୍ତ୍ରୋପଚାର ନ କଲେ ଅବସ୍ଥା ଗୁରୁତର ହୋଇପଡ଼ିବ ବୋଲି ଗ୍ରାମବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି।

ଏ ସଂକ୍ରାନ୍ତରେ ବିଡିଓ ମନ୍ମଥ ନାୟକଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ତେବେ ତାଙ୍କ ପାଖରେ ଏଭଳି କୌଣସି ଖବର ନ ଥିବା ସେ କହିଛନ୍ତି। ଭଗବାନଙ୍କ ସମସ୍ୟା ଜାଣିବା ପରେ ଆମେ ଦେଖିବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri