ଭୂକମ୍ପରେ ୭୦ ଲକ୍ଷ ଶିଶୁ ପ୍ରଭାବିତ

ଡେନ୍‌ମାର୍କ/ ଜେନେଭା, ୧୫।୨: ତୁର୍କୀ, ସିରିଆରେ ଭୟଙ୍କର ଭୂମିକମ୍ପକୁ ମଙ୍ଗଳବାର ଆଠ ଦିନ ବିତିଯାଇଛି। ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ରେସ୍କ୍ୟୁ ଟିମ୍‌। ପାଖାପାଖି ୨୦୦ ଘଣ୍ଟାର ଅପରେଶନ୍‌ ପରେ ମଙ୍ଗଳବାର ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୩୮,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ତୁର୍କୀରେ ୩୧,୯୭୪ ଏବଂ ସିରିଆରେ ୫,୭୧୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ମଙ୍ଗଳବାର ତୁର୍କୀର ସାଉଥର୍ନ ସିଟି ହତାୟରେ ବିଲ୍ଡିଂର ଭଗ୍ନାବଶେଷତଳୁ ୨୦୩ ଘଣ୍ଟା ପରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି।
ଉଭୟ ତୁର୍କୀ ଓ ସିରିଆରେ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ ପ୍ରଭାବିତ ହୋଇଥିବା ଜାତିସଂଘ କହିଛି। ଭୂକମ୍ପ ଫଳରେ ତୁର୍କୀର ୧୦ ସହର କ୍ଷତିଗ୍ରସ୍ତ ହୋଇଛି। ତୁର୍କୀରେ ୪୬ ଲକ୍ଷ ଏବଂ ସିରିଆରେ ମୋଟ ୨୫ ଲକ୍ଷ ଶିଶୁ ଭୂକମ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ଜାତିସଂଘ ଚିଲ୍‌ଡ୍ରେନ୍ସ ଏଜେନ୍ସି ୟୁନିସେଫ୍‌ ମୁଖପାତ୍ର ଜେମ୍ସ ଏଲ୍‌ଡର କହିଛନ୍ତି। ଅନେକ ଶିଶୁ ସେମାନଙ୍କ ଅଭିଭାବକଙ୍କୁ ହରାଇଥିବାବେଳେ ବହୁ ଲୋକଙ୍କଠାରୁ ଭୟଙ୍କର ଭୂମିକମ୍ପ ସେମାନଙ୍କ ସନ୍ତାନମାନଙ୍କୁ ଛଡ଼ାଇ ନେଇଥିବା ସେ କହିଛନ୍ତି। ଅନେକେ ବାସହରା ଲୋକ ଏବେବି ଖାଦ୍ୟ ଓ ଆଶ୍ରୟସ୍ଥଳୀ ପାଇଁ ସଂଘର୍ଷ କରୁଛନ୍ତି। ଅନ୍ୟପକ୍ଷେ ମଲ୍‌, ସ୍କୁଲ, ରାସ୍ତାକଡ଼, ମସ୍‌ଜିଦ୍‌ ଏବଂ ବସ୍‌ ଷ୍ଟେଶନ୍‌ଗୁଡ଼ିକରେ ଲୋକେ ଆଶ୍ରୟ ନେଇଛନ୍ତି। ତୁଷାରପାତ ହେବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହେଉଛି। ଫଳରେ ଛୋଟପିଲାମାନେ ଶ୍ୱାସକ୍ରିୟା ଜନିତ ସଂକ୍ରମଣ ଏବଂ ହାଇପୋଥେମିଆ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି।
ସପ୍ତାହରେ ତୁର୍କୀରେ ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପଯ୍ୟୟ ବୋଲି ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମଙ୍ଗଳବାର କୁହାଯାଇଛିି। ୧୦୦ ବର୍ଷରେ ପ୍ରଥମ ଥର ପାଇଁ ପ୍ରକୃତିର ଏପ୍ରକାର କରାଳ ରୂପ ଦେଖିବାକୁ ମିଳିଛି। ୭.୮ ତୀବ୍ରତା ଭୂକମ୍ପ ପରେ ତୁର୍କୀ ଓ ସିରିଆର ନକ୍‌ସା ବଦଳିଯାଇଥିବାବେଳେ ଏହାର ପ୍ରଭାବ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଥିବା ୟୁରୋପ ପାଇଁ ଡବ୍ଲ୍ୟୁଏଚ୍‌ଓ ରିଜିଓନାଲ ଡିରେକ୍ଟର ହାନ୍ସ କ୍ଲୁଜ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri