ହାଇଦ୍ରାବାଦରେ ଗ୍ରାହକଙ୍କ ମନ ଜିଣୁଛି କୋରାପୁଟ ମାଣ୍ଡିଆ ଚା’

କୋରାପୁଟ,୧୩ା୨(ସ୍ବ.ପ୍ର.):କୋରାପୁଟ ମାଣ୍ଡିଆର ଦିନେ ଏତେ ଆଦର ନ ଥିବାବେଳେ ଏବେ ଏହାର ଚାହିଦା ଯଥେଷ୍ଟ ବଢିଯାଇଛି। ରାଜ୍ୟ ସରହଦ ଡେଇଁ ଏହା ରାଜ୍ୟ ବାହାରେ ଲୋକଙ୍କ ମନ ଜିଣିଛି। ମାଣ୍ଡିଆରୁ ପ୍ରସ୍ତୁତ ସାମାଗ୍ରୀକୁ ଲୋକେ ଏବେ ବେଶ୍‌ ଲୋଡୁଛନ୍ତି। ମାଣ୍ଡିଆ ମିକ୍ସଚର, ମୁଡକି, କେକେ, ଗାଣ୍ଠିଆ , ବିସ୍କୁଟ ଭଳି ବହୁ ରକମର ପିଠା ତିଆରି କରାଯାଇ ଏବେ ବଜାରରେ ବିକ୍ରି ହେଉଛି ା ଓଡ଼ିଶାର ପ୍ରସ୍ତୁତ ଖାଦ୍ୟକୁ ଜାତୀୟ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଏବେ ହାଇଦ୍ରାବାଦରେ ଓଡିଆ ଫୁଡ ଓ କ୍ରାପ୍ଟ ମେଳା ଚାଲିଛି ା କଳିଙ୍ଗ ସ୍ବରାଜ ଓମେନ୍ସ ୱିଙ୍ଗ ପକ୍ଷରୁ ହୋଇଥିବା ଏହି ମେଳାରେ ମାଣ୍ଡିଆରୁ ପ୍ରସ୍ତୁତ ସମସ୍ତ ଖାଦ୍ୟ ସାମଗ୍ରୀ ସହ ସ୍ନାକ ମଧ୍ୟ ପ୍ରଦର୍ଶିତ ହେଉଛି। କୋରାପୁଟ ଜିଲା ଜୟପୁର ଅଞ୍ଚଳର ଜଗନ୍ନାଥ ଚିନାରି ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଏଠାରେ ପ୍ରଦର୍ଶିତ କରୁଛନ୍ତି। ତାହା ଏଠଶରେ ଓଡ଼ିଆ ଓ ଅଣଓଡିଆଙ୍କ ମଧ୍ୟରେ ବେଶ୍‌ ଆଦୃତ ହେଉଥିବା ଦେଖିବାକୁ ମିଳୁଛି। ଜଗନ୍ନାଥଙ୍କ ଷ୍ଟଲରେ ମିକ୍ସଚରଠାରୁ ଆରମ୍ଭ କରି ବିସ୍କୁଟ, ମୁଡକି ଓ ଚା’ ପରି ପ୍ରାୟ ୨୦ରୁ ୨୫ ପ୍ରକାରର ମାଣ୍ଡିଆରୁ ପ୍ରସ୍ତୁତ ସାମାଗ୍ରୀ ମିଳୁଛି ା ତେବେ ପ୍ରଥମ କରି ସେ ପ୍ରସ୍ତୁତ କରି ବିକ୍ରି କରୁଥିବା ମାଣ୍ଡିଆ ଚା’ର ସ୍ବାଦ ବେଶ୍‌ ନିଆରା ବୋଲି ଆଲୋଚନା ହେଉଛି। ଜଗନ୍ନାଥ ଦୀର୍ଘ ୧୦ ବର୍ଷ ହେଲା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସାମାଗ୍ରୀ ବିକ୍ରି କରି ଆସଛନ୍ତି। ଏଥିପାଇଁ ସେ ଜାତୀୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ପ୍ରଥମ ମାଣ୍ଡିଆ ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟଜଗନ୍ନାଥଙ୍କୁ ସମ୍ମାନିତ କରାଯାଇଥିଲା ଏନେଇ ଜଗନ୍ନାଥକହନ୍ତି, ମାଣ୍ଡିଆକୁ ନେଇ ସେ ୪୦ରୁ ୫୦ ପ୍ରକାରର ଜିନିଷ ତିଆରି କରୁଛନ୍ତି। ଏଠାରେ ୨୦ରୁ ୨୫ ପ୍ରକାରର ସାମଗ୍ରୀ ପ୍ରଦର୍ଶିତ କରାଯାଇଛି ା ମାଣ୍ଡିଆରୁ ପ୍ରସ୍ତୁତ କୁକିଜ, ମିକ୍ସଚର ଓ ଚା’ ଟେଷ୍ଟକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ପ୍ରଥମେ ମାଣ୍ଡିଆ ଚା’ ପିଇବାକୁ ଲୋକେ ଅନିଛା ପ୍ରକାଶ କରିଥିଲେ ମଧ୍ୟ ପରେ ଏହାକୁ ବେଶ ପସନ୍ଦ କରିଥିଲେ ା ରାଜ୍ୟ ସରକାର ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ମାଣ୍ଡିଆ ଜାତୀୟ ଖାଦ୍ୟ ପ୍ରସ୍ତୁତିରେ ସହଯୋଗ କରୁଛନ୍ତି, ମାତ୍ର ମୋତେ ସେମିତି କିଛି ପ୍ରୋତ୍ସାହନ ଏଯାଏ ମିଳିନି ା ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଆମକୁ ମାଣ୍ଡିଆ ଖାଦ୍ୟ ବିକ୍ରି କରିବାକୁ ସୁଯୋଗ ମିଳୁଛି ହାଇଦ୍ରାବାଦରେ ଆୟୋଜିତ ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାରେ ମୁଁ ପୁରସ୍କୃତ ହେଇଥିଲି ା ସେଠାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲି ା ପରେ ରାଜ୍ୟ ସରକାର ଜାଣିପାରିଥିଲେ ମାଣ୍ଡିଆରେ ବହୁ ଖାଦ୍ୟ ସାମାଗ୍ରୀ ପ୍ରସ୍ତୁତ ହୋଇପାରୁଛି ା ଏଥିପାଇଁ ପ୍ରଥମ ମାଣ୍ଡିଆ ଦିବସରେ ମୋତେ ସରକାର ସମ୍ମାନିତ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏସ୍‌ଏସଏମ୍‌ଇ ଅଣ୍ଡରରେ ଆମକୁ ଲୋନ ମିଳିଛି। ଆମେ କୋରାପୁଟ ମିଲେଟ ବ୍ୟାଙ୍କ ନାମରେ ଏକ ନାମ ମଧ୍ୟ ପଞ୍ଜୀକୃତ କରିଛୁ ା ଏହା ଦ୍ୱାରା ଆମେ ସମଗ୍ର ଦେଶରେ ମିଲେଟ ପ୍ରସ୍ତୁତ ସାମାଗ୍ରୀ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଜଗନ୍ନାଥ କହିଛନ୍ତି। ସୂଚନାଯୋଗ୍ୟ, ୨୦୨୨ରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ମିଲେଟ ରିସର୍ଚ୍ଚ ଏନ୍‌ୟୁଟିଆର୍‌ଆଇ ଏଚ୍‌ୟୁବି ସହିତ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ହାଇଦ୍ରାବାଦଠାରେ ଆୟୋଜିତ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପ୍ରତିଯୋଗିତାରେ ଓଡ଼ିଶା ମିଲେଟ ମିଶନ ଏବଂ ଜୟପୁରର ଜଗନ୍ନାଥ ପୁରସ୍କୃତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

‘ଗୁଣାତ୍ମକ ଶିକ୍ଷା ବିନା ଦେଶର ପ୍ରଗତି ଅସମ୍ଭବ’

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖର୍ଲିକାନିସ୍ଥିତ ଶେମର୍ଫୋଡ ଫ୍ୟୁଚ୍‌ରିଷ୍ଟିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ସଞ୍ଜୀବ...

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri