ବଳକା ଧାନ ବିକ୍ରି ଚିନ୍ତା

ଢେଙ୍କାନାଳ ଅଫିସ, ୧୩।୨:ମିଳିଥିବା ଟୋକନ ଅନୁଯାୟୀ ବିକ୍ରି ସରିଛି ଧାନ। ହେଲେ ଅମଳ ତୁଳନାରେ ଏହା ଯଥେଷ୍ଟ କମ୍‌। ବଳିଯାଇଥିବା ଧାନ ଅସୁରକ୍ଷିତ ଭାବେ ଖଳାରେ ଏବଂ ଘର ବାରଣ୍ଡାରେ ପଡ଼ିଥିବାବେଳେ ହାତୀ, ବାର୍‌ହା ମୁହଁରେ ଯାଉଛି। ଏଭଳି ସ୍ଥିତିରେ ଝାଳବୁହା ପରିଶ୍ରମ କରି ଉତ୍ପାଦନ କରିଥିବା ଧାନ କୁଆଡ଼େ ନେବେ, କାହାକୁ ଏବଂ କେମିତି ବିକ୍ରି କରିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲାର ଚାଷୀ। ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ଧାନ ସଂଗ୍ରହ କେବେ ଆରମ୍ଭ ହେବ ତାହା ସ୍ପଷ୍ଟ ହୋଇପାରୁ ନ ଥିବାରୁ ଏହାର ସୁଯୋଗରେ ଦଲାଲ ସକ୍ରିୟ ହୋଇଉଠିଛନ୍ତି।
ଢେଙ୍କାନାଳ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷ ୯୬ ହଜାର ୨୫୦ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏଥିଲାଗି ୧୩୬ ମଣ୍ଡି କରାଯାଇଥିଲା। ସେଥିରୁ ୮୦ଟି ପାକ୍ସ ଏବଂ ଅବଶିଷ୍ଟ ୫୬ଟି ଏସ୍‌ଏଚ୍‌ଜି ପରିଚାଳନା କରୁଛି। ୨୦୨୨ ଡିସେମ୍ବର ୨୮ରୁ ୨୦୨୩ ମାର୍ଚ୍ଚ ୩୧ ଯାଏ ଧାନକିଣା ଲାଗି ସମୟସୀମା ଧାର୍ଯ୍ୟ କରାଯାଇଥିବାବେଳେ ପଞ୍ଜୀକୃତ ୫୮ ହଜାର ୧୮୮ ଚାଷୀ ଟୋକନ ପାଇଥିଲେ। ଫେବୃୟାରୀ ପ୍ରଥମ ଦ୍ୱିତୀୟ ସପ୍ତାହ ସୁଦ୍ଧା ୧୦ ଲକ୍ଷରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଧାନ କିଣା ସରିଲାଣି। ବୃହତ୍‌ ଚାଷୀମାନେ ନିର୍ଦ୍ଧାରିତ ପରିମାଣର ଧାନ ବିକ୍ରି କରିସାରିଥିବାବେଳ ଏବେ ସେମାନଙ୍କୁ ଘାରିଛି ବଳକା ଧାନ ବିକ୍ରି ଚିନ୍ତା। ଧାନ ଅମଳ ସମୟରେ କୃଷି ବିଭାଗ ପକ୍ଷରୁ ଠିକ୍‌ ଭାବେ ସର୍ଭେ କରାଯାଉ ନ ଥିବାରୁ କମ୍‌ ଟାର୍ଗେଟ୍‌ ମିଳୁଛି। ତେଣୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଚଳିତବର୍ଷ ଜିଲାରେ ମୋଟ ୧୬ ଲକ୍ଷ ୪୧ହଜାର ୧୨୬ କୁଇଣ୍ଟାଲ ଧାନ ଉତ୍ପାଦନ ହୋଇଥିବା କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩ ଲକ୍ଷ ୪୪ହଜାର ୮୭୬ କୁଇଣ୍ଟାଲ ଧାନ କିଣିବା ଲାଗି ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହାସତ୍ତ୍ୱେ ସମସ୍ତଙ୍କଠାରୁ ଧାନ କିଣାଯାଇପାରିବ ନାହିଁ ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ସଦର ବ୍ଲକ ଗୋବିନ୍ଦପୁର ଗ୍ରାମର ଚାଷୀ ସନ୍ତୋଷ ସ୍ବାଇଁ କୁହନ୍ତି, ଚଳିତ ବର୍ଷ ୨୩୦ କୁଇଣ୍ଟାଲ ଧାନ ଉତ୍ପାଦନ ହୋଇଛି। ପ୍ରାୟ ୩୦ କୁଇଣ୍ଟାଲ ଧାନ ହାତୀ ଓ ବାର୍‌ହା ନଷ୍ଟ କରିଦେଲେ। ୫୪ କୁଇଣ୍ଟାଲ ଧାନ ରାଜ୍ୟ ବିହନ ବିକ୍ରି ସଂସ୍ଥାକୁ ଦେଲୁ। ବାକି ୧୧୬ କୁଇଣ୍ଟାଲ ମଣ୍ଡିରେ ବିକ୍ରି କରାଯାଇଛି। ତଥାପି ପ୍ରାୟ ୩୦ କୁଇଣ୍ଟାଲ ଧାନ ଘରେ ପଡ଼ିଛି। ସରକାର ଧାନ ନ କିଣିଲେ ବ୍ୟବସାୟୀଙ୍କୁ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହେବୁ ବୋଲି ସେ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାସ କୁହନ୍ତି, କୃଷି ବିଭାଗର ସର୍ଭେ ଅନୁଯାୟୀ ମଣ୍ଡିରେ ଧାନ ବିକ୍ରି ଟାର୍ଗେଟ୍‌ ଧାର୍ଯ୍ୟ ହେଉଛି। ଆବଶ୍ୟକତାକୁ ନଜରରେ ରଖି ପୁନର୍ବାର ମଣ୍ଡି ମାଧ୍ୟମରେ ୩ ଲକ୍ଷ ୪୪ ହଜାର ୮୭୬ କୁଇଣ୍ଟାଲ ଧାନ କିଣିବା ଲାଗି ପ୍ରସ୍ତାବ ଦିଆଯାଇଛି। ଜିଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ତୋଷ କୁହନ୍ତି, ରାଜସ୍ବ, କୃଷି ଓ ପରିସଂଖ୍ୟାନ ବିଭାଗର ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଧାନ ଅମଳ ସମ୍ପର୍କିତ ସର୍ଭେ କରାଯାଇଥାଏ। ଚାଷୀମାନେ ଏହାକୁ ଭଲଭାବେ ଜାଣିପାରନ୍ତି ନାହିଁ। ଏବେ ସବୁ ରିପୋର୍ଟ ଅନ୍‌ଲାଇନ୍‌ ମାଧ୍ୟମରେ ପଠାଯାଉଛି। ତେଣୁ ମନଇଚ୍ଛା ସର୍ଭେ କରିବା ସମ୍ଭବ ନୁହେଁ ା ଅନଲାଇନ ପୂର୍ବରୁ କେଉଁଠି କ’ଣ ହେଉଥିଲା ତାହା କହିପାରିବୁନାହିଁ। କିନ୍ତୁ ୨୦୧୯ ପରେ ସବୁକିଛି ଅନ୍‌ଲାଇନ ମାଧ୍ୟମରେ ଫଟୋ ସହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri