ତୁର୍କୀ ଭୂକମ୍ପ: ୧୨୨ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ୩ ମହିଳା, ୧୦ ଦିନର ନବଜାତ ବି ଉଦ୍ଧାର

ଅଙ୍କାରା,୧୨ ।୨: ତୁର୍କୀ ଓ ସିରିଆରେ ଆସିଥିବା ଚଳିତ ଦଶନ୍ଧିର ସବୁଠାରୁ ବିନାଶକାରୀ ଭୂକମ୍ପରେ ଏବେ ସୁଦ୍ଧା ୨୫,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ହେଲେ ଏହାରି ଭିତରେ ୧୨୨ ଘଣ୍ଟା ପରେ ୩ ଜଣ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିବା କୌଣସି ଚମତ୍କାରଠାରୁ କମ ନୁହେଁ ବୋଲି କୁହାଯାଉଛି । ଏମାନେ ହେଉଛନ୍ତି ୭୦ ବର୍ଷୀୟା ମେନେକସେ ତବକ, ୫୫ ବର୍ଷୀୟା ମସଲଲ୍ଲାହ ସିସେକ ଓ ତୃତୀୟ ଜଣକ ୪୦ ବର୍ଷୀୟା ଜେନେପ କହରାମନ । ତେବେ ଜେନେପଙ୍କୁ ସର୍ବ ପ୍ରଥମେ ୧୦୪ ଘଣ୍ଟା ପରେ କୋଠାର ଭଗ୍ନାବଶେଷ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଏମାନଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା କରାଯାଇଛି । ଜେନେପଙ୍କୁ ଉଦ୍ଧାର କରିବା ପରେ ତାଙ୍କ ସାନ ଭଉଣୀ ଆତ୍ମହରା ହୋଇ ଉଦ୍ଧାରକାରୀ ଦଳର ସଦସ୍ୟ ଷ୍ଟିଭନ ବାୟରଙ୍କୁ ଆଲିଙ୍ଗନ କରିଥିଲେ ଆଉ କହିଥିଲେ ମୁଁ ଚମତ୍କାରରେ ବିଶ୍ୱାସ କରୁଛି । ପ୍ରକୃତରେ ଏତେ ଘଣ୍ଟାପରେ ଜୀବନ୍ତ ଉଦ୍ଧାର ହେବା ଏକ ଚମତ୍କାର । ଏବେ ଭାରତୀୟ ଉଦ୍ଧାରକାରୀ ଦଳଙ୍କୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି ।
ତୁର୍କୀ ଓ ସିରିଆରେ ଆସିଥିବା ଭୂକମ୍ପର କିଛି ଛାତିଥରା ଦୃଶ୍ୟ ଭିତରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସୁଛି ଯାହା ଆଖିରେ ଆନନ୍ଦାଶ୍ରୁ ଭରି ଦେଉଛି । ଟନ ଟନ ଭଙ୍ଗା ଘର ତଳୁ ଏବେ ଜଣେ ୧୦ ଦିନର ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି । ହାତେର ଦକ୍ଷିଣ ଅଞ୍ଚଳରେ ୧୦ ଦିନର ଏହି ନବଜାତ ଓ ତାଙ୍କ ମାଆଙ୍କୁ ଭୂକମ୍ପର ୯୦ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର କରାଯାଇଥିଲା । ଏବେ ଜୀବନ୍ତଙ୍କ ସଂଖ୍ୟା କମ ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଦିଲ୍ଲୀରେ ଭୀଷଣ ହେଉଛି ବାୟୂ ପ୍ରଦୂଷଣ, ଏୟାର୍ ପ୍ୟୁରିଫାୟର୍‌ରେ GST କମାଇବାକୁ ମନାକଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,,୨୬।୧୨: ଦିଲ୍ଲୀ ବାୟୁ ପ୍ରଦୂଷଣରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାରଙ୍କ ଅନେକ ପଦକ୍ଷେପ ସତ୍ତ୍ୱେ ଏଥିରେ ସୁଧାର ଆସୁ ନାହିଁ। ଫଳରେ ଲୋକେ କେବଳ ଅତ୍ୟାଧୁନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri