Posted inଫୁରସତ

ନିଷ୍ଠା ମହିଳାଙ୍କୁ ଅଗ୍ରଗାମୀ କରାଇଛି

ମୁଁ ଯେତେବେଳେ ଓୟୁଏଟିରେ ପଢ଼ୁଥିଲି ସେତେବେଳେ ପୁଅ ପିଲାଙ୍କ ସଂଖ୍ୟା ଅଧିକ ଥିଲା। କିନ୍ତୁ ଏବେ ସମୟ ବଦଳି ଯାଇଛି। ବର୍ତ୍ତମାନ ଏଠାରେ ଯଦି ଏକ ଆକଳନ କରାଯାଏ ତେବେ ପାଖାପାଖି ୬୦ ପ୍ରତିଶତ ଝିଅ ପିଲା ପଢ଼ୁଛନ୍ତି। କେବଳ ଏତିକି ନୁହେଁ, ଏମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ କୃଷି ଏବଂ ବିଜ୍ଞାନ କ୍ଷେତ୍ରରେ ଚାକିରି କରୁଛନ୍ତି। ପ୍ରକୃତପକ୍ଷେ ଏବେ ମହିଳାମାନଙ୍କର ନିଷ୍ଠା ଓ ଆଗ୍ରହ ସେମାନଙ୍କୁ ଅଗ୍ରଗାମୀ କରାଇଛି। ବିଭିନ୍ନ କ୍ଷେତ୍ରରେ ସେମାନେ ନିଜର ପାରଦର୍ଶିତା ପ୍ରଦର୍ଶିତ କରିଚାଲିଛନ୍ତି। ତେଣୁ ସେମାନେ ନିଜ ସ୍ବପ୍ନକୁ ସାକାର ଲାଗି ମନୋବଳକୁ ଦୃଢ଼ କରିବା ଦରକାର। ବର୍ତ୍ତମାନ ବିଜ୍ଞାନ ବେଶ୍‌ ଉନ୍ନତି କରିଛି। ଅନେକ ମହିଳା ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଉଦାହରଣ ସାଜିଲେଣି। ତେଣୁ ଅନ୍ତର୍ଜାତୀୟ ମହିଳା ଏବଂ ବାଳିକା ବିଜ୍ଞାନ ଦିବସର ତାତ୍ପର୍ଯ୍ୟ ବୁଝିପାରିଲେ ବିଜ୍ଞାନ କ୍ଷେତ୍ରରେ ଆହୁରି ଅଧିକ ସଂଖ୍ୟାରେ ସାମିଲ ହୋଇ ନିଜ ପରାକାଷ୍ଠା ପ୍ରତିପାଦିତ କରାଇପାରିବେ।
-ଡ. ଅନୁପମା ବଳିୟାରସିଂ
ପ୍ରଫେସର, ଆଗ୍ରୋନୋମି ବିଭାଗ, କଲେଜ ଅଫ୍‌ ଏଗ୍ରିକଲଚର,
ଓୟୁଏଟି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ପଡିଲେ ବାଦ୍‌, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୦।୧୨: ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା...

ଆଜି ପୁଣି ରାଜଧାନୀରେ ବାତିଲ ହେଲା ୧୦୦ ବିମାନ, ଏହି କାରଣରୁ…

ନୂଆଦିଲ୍ଲୀ,୨୦ା୧୨: ଶନିବାର ରାଜଧାନୀ ଦିଲ୍ଲୀରେ ପୁଣି ବହୁ ବିମାନ ବାତିଲ କରାଯାଇଛି। ତେବେ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ୧୦୦ରୁ ଊଦ୍ଧର୍‌ବ ବିମାନ ବାତିଲ କରାଯାଇଛି।...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ଇମ୍ରାନଙ୍କ ସହ ସ୍ତ୍ରୀଙ୍କୁ ୧୭ ବର୍ଷ ଜେଲ୍‌, ଏହି କାରଣ ପାଇଁ କୋର୍ଟ…

ଇସଲାମାବାଦ,୨୦ା୧୨: ତୋଶାଖାନା-୨ ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନ ଏବଂ ତାଙ୍କ ସ୍ତ୍ରୀ ବୁଶ୍‌ରା ବିବିଙ୍କୁ ୧୭ ବର୍ଷ ଜେଲ୍‌ଦଣ୍ଡ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri