ଇନ୍‌ଷ୍ଟା ଲୋନ୍‌ ପ୍ରଦାନରେ ଏଲ୍‌ଟିଏଫ୍‌ଏସ୍‌ର ଅଭିବୃଦ୍ଧି

ଭୁବନେଶ୍ୱର,୧୧।୨: ଗତ କିଛି ମାସ ହେବ ଇନ୍‌ଷ୍ଟା ଲୋନ୍‌ ପ୍ରଦାନ କ୍ଷେତ୍ରରେ ଏଲ୍‌ ଆଣ୍ଡ ଟି ଫାଇନାନସିଆଲ ସର୍ଭିସେସ୍‌ (ଏଲ୍‌ଟିଏଫ୍‌ଏସ୍‌)ର ଦମ୍‌ଦାର ଅଭିବୃଦ୍ଧି ଦେଖିବାକୁ ମିଳିଛି। ଏହା ଏକ ଗ୍ରାହକ କୈନ୍ଦ୍ରିକ ରିଟେଲ ଫାଇନାନ୍ସ କମ୍ପାନୀ ଭାବେ ଆକର୍ଷଣୀୟ ବୃଦ୍ଧି ଘଟାଇପାରିଛି। ଏପରିକି ୨୦୨୨ ସେପ୍ଟେମ୍ବରରେ ଏଲ୍‌ଟିଏଫ୍‌ଏସ୍‌ର ଉକ୍ତ ସେବା ଆରମ୍ଭ ହେବା ଦିନଠାରୁ ଲୋକପ୍ରିୟତା ହାସଲ କରିଛି। ସେହିଭଳି ଇନ୍‌ଷ୍ଟା ଲୋନ୍‌ ପ୍ରଦାନ କ୍ଷେତ୍ରରେ ମଜଭୁଦ ଅଭିବୃଦ୍ଧି ସହ ୨୦୨୩ ଜାନୁୟାରୀ ଶେଷସୁଦ୍ଧା ଏହା ୯୧.୪ କୋଟି ଟଙ୍କାରେ ପହଞ୍ଚତ୍ଛି, ଯାହା ୨୦୨୨ ଅକ୍ଟୋବର ଶେଷ ସୁଦ୍ଧା ୨୨କୋଟି ଟଙ୍କା ଥିଲା। ଏହି ବର୍ଗରେ ଗ୍ରାହକ ଋଣ ଆବେଦନ କରିବାର ୭ମିନିଟ୍‌ ମଧ୍ୟରେ ସମସ୍ତ ପଦ୍ଧତିଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଥାଏ। ଏହାଦ୍ୱାରା ଉନ୍ନତର ଟର୍ନ ଆରାଉଣ୍ଡ ଟାଇମ (ଟିଏଟି) ସହଜ ଓ ସ୍ବାଚ୍ଛନ୍ଦ୍ୟପୂର୍ଣ୍ଣ ବ୍ୟବସ୍ଥା ଉପଲବ୍ଧ ହୋଇଥାଏ। ଏହା ଋଣ ଉପତ୍ାଦ ନିମନ୍ତେ ଏକ ଗ୍ରାହକଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରିଥାଏ। ଏପରିକି ଗ୍ରାହକମାନେ ୫୦,୦୦୦ ଟଙ୍କାରୁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ସେଥିପାଇଁ ପରିଶୋଧ ସମୟ ୧୨ରୁ ୪୮ ମାସ ରହିଛି।
ଏ ସମ୍ପର୍କରେ ଏଲ୍‌ଟିଏଫ୍‌ଏସ୍‌ର ଏମ୍‌ଡି ତଥା ସିଇଓ ଦୀନନାଥ ଦୁଭାଷୀ କହିଛନ୍ତି, ଆମେ ଗ୍ରାହକଙ୍କ ଆବଶ୍ୟକତା ଉପରେ ବର୍ଦ୍ଧିତ ଦୃଷ୍ଟି ନିବଦ୍ଧ କରିଥାଉ। ଏପରିକି ଉକ୍ତ ଶ୍ରେଣୀରେ ସର୍ବୋତ୍ତମ ଉପତ୍ାଦକୁ ନେଇ ଏବଂ ଗ୍ରାହକଙ୍କ ପାଇଁ ସେବା ଯୋଗାଣ ତଥା ଉନ୍ନତ ଟର୍ନ ଆରାଉଣ୍ଡ ଟାଇମ ନିମନ୍ତେ ଆମର ରିଟେଲ ପୋର୍ଟଫୋଲିଓକୁ ସମ୍ପ୍ରସାରିତ କରୁଛୁ। ଆମର ଗତ ତ୍ରୈମାସିକ ଆର୍ଥିକ ଫଳାଫଳରୁ ଏହା ସ୍ପଷ୍ଟ ଯେ ଆମେ ଆମର ଲକ୍ଷ୍ୟ ୨୦୨୬ ଦୂରଦୃଷ୍ଟି ହାସଲ ଦିଗରେ ଠିକ୍‌ ଦିଗରେ ଅଗ୍ରସର ହେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri