ବିଇଓଙ୍କ ପତ୍ରକୁ ୪ ମାସ ଚାପି ଦିଆଗଲା

ଯାଜପୁର ଅଫିସ,୧୧ା୨: ଗତ ଏକ ଦଶନ୍ଧି ହେଲା ନକଲି ପ୍ରମାଣପତ୍ର ବଳରେ ଚାକିରି କରୁଥିବା ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ସରକାରୀସ୍ତରରେ ପଦକ୍ଷେପ ନିଆଯାଉଛି। ହେଲେ ବାଡ଼ ଫସଲ ଖାଇବା ସଦୃଶ ନକଲି ଶିକ୍ଷକଙ୍କୁ ସୁରକ୍ଷା ଦେବା ଆଳରେ ମାସ ମାସ ଧରି ତଦନ୍ତ ରିପୋର୍ଟକୁ ଚପାଇ ଦିଆଯାଉଥିବାରୁ ସରକାରଙ୍କ ଏହି ମହତ ଉଦ୍ଦେଶ୍ୟ ପରାହତ ହେଉଛି। ଯାଜପୁର ଜିଲା କୋରେଇ ବ୍ଲକରେ ଏଭଳି ଉଦାହରଣ ଦେଖିବାକୁ ମିଳିଛି। ଆରଡିସିଙ୍କ ନିର୍ଦ୍ଦେଶ ଆଧାରରେ କୋରେଇ ବିଇଓ(ବ୍ଲକ ଶିକ୍ଷାଧିକାରୀ) ୯ ଜଣ ଶିକ୍ଷକଙ୍କ ଜାତିଗତ ପ୍ରମାଣପତ୍ର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ବ୍ୟାସନଗର ତହସିଲଦାରଙ୍କୁ ଗତ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେବ ପତ୍ର ଲେଖିଥିଲେ ା ହେଲେ ତାହାକୁ ଜାଣିଶୁଣି ଚାପି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି ା
ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ତାଲିକାଭୁକ୍ତ ନକଲି ପ୍ରମାଣପତ୍ରଧାରୀ ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଜିଲା ଶିକ୍ଷାଧିକାରୀ(ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କ ସମେତ ୫୫ ଜଣ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଜବାବ୍‌ ତଲବ ହୋଇଥିଲା। କିନ୍ତୁ ସମ୍ପୃକ୍ତ ଅଧିକାରୀମାନେ ଏହାର ଉଲ୍ଲଂଘନ କରି ଆସୁଛନ୍ତି। ଏହିକ୍ରମରେ ଯାଜପୁର ଜିଲା କୋରେଇ ବ୍ଲକରେ ୯ ଜଣ ନକଲି ପ୍ରମାଣପତ୍ର ବଳରେ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ଅଭିଯୋଗ ଉପରେ କଟକ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଗତ ୮ା୮ା୨୦୨୨ରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଭିତ୍ତି କରି କୋରେଇ ବିଇଓ ତାଙ୍କ ପତ୍ରସଂଖ୍ୟା ୧୩୦୯/୨୩ା୯ା୨୦୨୨ରେ ବ୍ୟାସନଗର ତହସିଲଦାରଙ୍କୁ ୯ ଜଣ ପ୍ରାଥମିକ ଶିକ୍ଷକଙ୍କ ଜାତିଗତ ପ୍ରମାଣପତ୍ର ସମ୍ପୃକ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପତ୍ର ଲେଖିଥିଲେ। ଉକ୍ତ ପତ୍ରରେ କୋରେଇ ବ୍ଲକ ଅସନଝର ପ୍ରାଥମିକ ସ୍କୁଲର ଅନ୍ନପୂର୍ଣ୍ଣା ଦେହୁରା ଓ ସୁଶାନ୍ତ କୁମାର ନାୟକ, ରାମକ୍ରିଷ୍ଣାପୁର ପ୍ରାଥମିକ ସ୍କୁଲର ଭଗବତୀ ଦେହୁରୀ, ଏମ୍‌ଏଲଏ ଉଚ୍ଚ ବିଦ୍ୟାପୀଠର ମୁରଲୀଧର ଦେହୁରୀ, ଧନତ୍ରୀ ପ୍ରାଥମିକ ସ୍କୁଲର ମଧୁସୁଦନ ନାୟକ, ଏସ.କେ. ଗଡିଆ ପ୍ରାଥମିକ ସ୍କୁଲର ବିପିନ ନାୟକ, କଡମା ନୋଡାଲ ସ୍କୁଲର ରାମଚନ୍ଦ୍ର ପ୍ରଧାନ, ସୋଲବନ୍ଦୀ ପ୍ରାଥମିକ ସ୍କୁଲର ପ୍ରକାଶ ଚନ୍ଦ୍ର ଜେନା ଓ ଯୁଗଳ ନୂତନ ପ୍ରାଥମିକ ସ୍କୁଲର ସରୋଜିନୀ ସ୍ବାଇଁଙ୍କ ନାମ ରହିଥିଲା। ଉକ୍ତ ପତ୍ରକୁ ବ୍ୟାସନଗର ତହସିଲ ଅଫିସ କର୍ତ୍ତୃପକ୍ଷ ସିଲ ସହ ୨୬ା୯ା୨୦୨୨ରେ ଗ୍ରହଣ କରିଥିବା ମଧ୍ୟ ସ୍ବାକ୍ଷର ରହିଛି। ଇତିମଧ୍ୟରେ ପାଖାପାଖି ୫ ମାସ ଅତିକ୍ରାନ୍ତ ହୋଇ ସାରିଛି। କିନ୍ତୁ କେଉଁ ସ୍ବାର୍ଥ ରଖି ବିଇଓଙ୍କ ଉକ୍ତ ପତ୍ରକୁ ଚାପି ଦିଆଯାଇଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।
ଏହି ବ୍ଲକର ଅନେକ ଶିକ୍ଷକ ପଡ଼ୋଶୀ ଜିଲାରେ କିଛି ଜମି କିଣି ସେଥିରେ ତହସିଲଭୁକ୍ତ ଜାତି ଓ ଜନଜାତି ଦର୍ଶାଇ ଜମି ପଟ୍ଟା ହାସଲ କରିଛନ୍ତି। ଉକ୍ତ ପଟ୍ଟା ବଳରେ ସରକାରଙ୍କ ବିଭିନ୍ନ ସୁବିଧାସୁଯୋଗ ହାସଲ କରି ଆସୁଛନ୍ତି। ଏଥିରେ କେତେକ ଜିଲା ଓ ରାଜ୍ୟସ୍ତରୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବାରେ ଅବହେଳା କରି ସେହି ନକଲି ପ୍ରମାଣଧାରୀଙ୍କୁ ପରୋକ୍ଷରେ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ଅସନଝର ମୌଜାରେ ଜଣେ ଯୁବକ କେନ୍ଦୁଝର ଘସିପୁରା ତହସିଲ ଅଞ୍ଚଳରେ ୨ ଡେସମିଲ ଜମି କିଣି ସେଥିରେ ଶବର ଜାତି ଦର୍ଶାଇଛନ୍ତି। ସେହି ଜମିପଟ୍ଟା ବଳରେ ଆଦିବାସୀ ଜାତିଗତ ପ୍ରମାଣପତ୍ର ହାସଲ କରି ଗଜପତି ଜିଲା ଆର.ଉଦୟଗିରି ବ୍ଲକର ଏକ ସ୍କୁଲରେ ସରକାରୀ ଶିକ୍ଷକତା କରୁଛନ୍ତି। ଏନେଇ ଅଭିଯୋଗ ହେବା ପରେ ମଧ୍ୟ ଏଯାଏ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନାହିଁ। ସେହିପରି ବଡ଼ଚଣା ବିଇଓଙ୍କ ନାମରେ ଅଭିଯୋଗ ହେବା ପରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲାକୁ ବଦଳି କରିବାରେ କାର୍ଯ୍ୟାନୁଷ୍ଠାନ ସୀମିତ ରଖାଯାଇଛି। ଏଭଳି ଅନେକ ଅନିୟମିତତାରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସହଯୋଗ କରାଯାଉଥିବା ଅଭିଯୋଗ ହେଉଛି। ଯାହାକି କୋରେଇ ବିଇଓଙ୍କ ପତ୍ରକୁ ଚାପି ଦେଉଥିବା ଘଟଣାର ସନ୍ଦେହ ଦୃଢ଼ୀଭୂତ ହେଉଛି।
ଏ ସଂକ୍ରାନ୍ତରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝିଙ୍କୁ ପଚାରିବାରୁ ସେ କହିଛନ୍ତି, ଆଉ ୨ରୁ୩ ଜଣଙ୍କ ତଦନ୍ତ କରିବାର ବାକି ରହିଛି। ଖୁବ୍‌ଶୀଘ୍ର ତଦନ୍ତ ରିପୋର୍ଟ ଦାଖଲ କରାଯିବ। ଅନ୍ୟପକ୍ଷେ ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ପ୍ରଥମେ କହିଛନ୍ତି, ସେଭଳି ଚିଠି ସଂକ୍ରାନ୍ତରେ ସେ କିଛି ଜାଣି ନାହାନ୍ତି। ପରେ ପୁଣି କୋରେଇ ବିଇଓ ମିଛ କହୁଛନ୍ତି, ସେଭଳି କିଛି ଚିଠି ସେ ଦେଇ ନାହାନ୍ତି। ତାଙ୍କୁ ଚିଠି ମାଗ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri