ଜଣେ ଅଧିକାରୀଙ୍କୁ ୩ ଦାୟିତ୍ବ, କାର୍ଯ୍ୟ ସମ୍ପାଦନା ନେଇ ଉଠିଲା ପ୍ରଶ୍ନ

ଗୁଣପୁର,୧୦ା୨(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ରାମନାଗୁଡ଼ା ବିଡିଓଙ୍କୁ ଗୁଣପୁର ବିଡିଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଆଇଟିଡିଏ ପିଏ ରୂପେ ବଦଳି କରାଯିବା ପରେ ରାମନାଗୁଡ଼ା ବିଡିଓ ପ୍ରଭାତି ଝୋଡ଼ିଆଙ୍କୁ ଗୁଣପୁର ବ୍ଲକର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବିଡିଓ ଝୋଡ଼ିଆ ପୂର୍ବରୁ ଗୁଣପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ମଧ୍ୟ ରହିଛନ୍ତି। ଜଣେ ଅଧିକାରୀଙ୍କୁ ତିନି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ପ୍ରଦାନ କରାଯିବା ପରେ ଠିକ୍‌ରେ କାର୍ଯ୍ୟ ସମ୍ପାଦନା ନେଇ ପ୍ରଶ୍ନ ଉଠିଛି। ଗୁଣପୁର ଭଳି ସମ୍ବେଦନଶୀଳ ସ୍ଥାନରେ ଜଣେ ଅଧିକାରୀଙ୍କୁ କାହିଁକି ରାମନାଗୁଡ଼ା ସହ ଗୁଣପୁରର ଦାୟିତ୍ବ ପ୍ରଦାନ କରାଗଲା ତାହାକୁ ନେଇ ରାଜନିତି ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଗୁଣପୁର ବ୍ଲକରେ ବିଡିଓ ଏବଂ ଅଧ୍ୟକ୍ଷାଙ୍କ ମଧ୍ୟରେ ବହୁ ବାଦ ବିବାଦ ପରେ ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ବଦଳି କରାଯାଇଥିଲା। ତାଙ୍କୁ ଗୁଣପୁର ଆଇଟିଡିଏ ପିଏ ଦାୟିତ୍ୱ ଦିଆଯାଇଛି। ବାରକୋଟ ତହସିଲଦାରଙ୍କୁ ଗୁଣପୁର ବିଡିଓ ଭାବେ ବଦଳି ହୋଇଥିବା ବେଳେ ସେ ଏବେସୁଦ୍ଧା କାର୍ଯ୍ୟରେ ଯୋଗ ଦେଇନାହାଁନ୍ତି। ଏପରି ଘଟଣା କ୍ରମ ମଧ୍ୟରେ ମଙ୍ଗଳବାର ଜିଲା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଡିଓଙ୍କୁ ରିଲିଭ୍‌ କରାଯିବା ସହ ରାମନାଗୁଡ଼ା ବିଡିଓଙ୍କୁ ଗୁଣପୁର ବ୍ଲକର ଅତିରିକ୍ତ ବିଡିଓ ଦାୟିତ୍ବ ନେବାକୁ ନିର୍ଦ୍ଦେଶ ହୋଇଥିଲା। ଏହିକ୍ରମରେ ଉଭୟେ ନିଜ ନିଜର ଦାୟିତ୍ବ ବୁଧବାର ଗ୍ରହଣ କରିଛନ୍ତି। ବିଡିଓ ଶାନ୍ତିପ୍ରଭା ପ୍ରଧାନ ବଦଳି ହୋଇ ଯିବା ପରେ ବିଡିଓ ଏବଂ ଅଧ୍ୟକ୍ଷାଙ୍କ ମଧ୍ୟରେ ରହିଥିବା ବିବାଦ ଥମୁଛି ନଁା ଆଗକୁ ଆଉ କ’ଣ ରୂପ ନେଉଛି ତାହା ଦେଖିବାକୁ ରହିଲା। ଅନ୍ୟପଟେ ଏବେ ଦାୟିତ୍ବ ନେଇଥିବା ବିଡିଓ ଝୋଡ଼ିଆ ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ମଧ୍ୟରେ ସମନ୍ବୟ ରହିବ ନଁା ନାହିଁ ତାହାକୁ ନେଇ ମଧ୍ୟ ଜନସାଧାରଣଙ୍କ ଅପେକ୍ଷା। ୩ଟି ଦାୟିତ୍ବ ନେବା ପରେ ପ୍ରଭାତି ଝୋଡ଼ିଆ ଅଧ୍ୟକ୍ଷା ମାନଙ୍କ ସହ ତାଳମେଳ ରଖି ନିଜ ଗୁରୁ ଦାୟିତ୍ବ କିପରି ତୁଲାଇବେ ତାହା ଉପରେ ଏବେ ସମସ୍ତଙ୍କ ନଜର। ରାମନାଗୁଡ଼ା ବିଡିଓ ପୌର ପରିଷଦର ଅଧ୍ୟକ୍ଷା ଦାୟିତ୍ବ ନେବା ପରେ ପୌର ପରିଷଦର ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ଉଠିଥିବାବେଳେ ପୁଣି ନୂତନ ଦାୟିତ୍ବ ନେବା ପରେ ନିଜର କାର୍ଯ୍ୟ କିପରି କରିବେ ତାହାକୁ ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri