ପାନିଆ ବାଦ୍ୟକାର ଗଣେଶଙ୍କୁ ମିଳିଛି ସ୍ବୀକୃତି, ମିଳୁନି ଭତ୍ତା

କେନ୍ଦ୍ରାପଡ଼ା ଅଫିସ, ୧୦ା୨:କେନ୍ଦ୍ରାପଡ଼ା ବ୍ଲକ ବଡମାଣତିଆ ଗ୍ରାମର ପାନିଆ ବାଦ୍ୟକାର ଗଣେଶ ଚନ୍ଦ୍ର ରାଉତଙ୍କୁ ସଙ୍ଗୀତ ମୂର୍ଚ୍ଛନା ଓ ଲଳିତ କଳା ସଂସ୍କୃତି ଏକାଡେମୀ ପକ୍ଷରୁ ଓଡ଼ିଶା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥ ଭଞ୍ଜ କଳାମଣ୍ଡପରେ ଗତ ୩୦ ତାରିଖରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ବାଦ୍ୟକାର ରାଉତଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, କଣ୍ଠଶିଳ୍ପୀ ଗୀତା ଦାସ, ଅଭିନେତା ଶ୍ରୀକାନ୍ତ ଗୌତମ, ଗୀତିକାର ଅରୁଣ ମନ୍ତ୍ରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ। ରାଉତଙ୍କୁ ଏପରି ଅନେକ ସ୍ବୀକୃତି ଓ ସମ୍ବର୍ଦ୍ଧନା ମିଳିଥିବା ବେଳେ ତାଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ଅଦ୍ୟାବଧି କଳାକାର ଭତ୍ତା ମିଳୁନାହିଁ। ବାରମ୍ବାର ଭତ୍ତା ପାଇଁ ଆବେଦନ ପତ୍ର ଦେଉଥିଲେ ମଧ୍ୟ ଏହା ବିଚାରକୁ ନିଆଯାଉ ନ ଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ତାଙ୍କ ସମ୍ପର୍କରେ କଳାକାର ସଂଘର କର୍ମକର୍ତ୍ତା ସୁବ୍ରତ ରାଉତ କହିଛନ୍ତି ଯେ, ସାଧାରଣ ପ୍ଲାଷ୍ଟିକ ପାନିଆ ଓ ଅତି ପତଳା କାଗଜ ମାଧ୍ୟମରେ ଯେକୌଣସି ସ୍ବର ଦେବାରେ ଗଣେଶ ସିଦ୍ଧହସ୍ତ। ଏଥିପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କୁ ଖୋଜାପଡେ। କେନ୍ଦ୍ରାପଡ଼ା ଜିଲାରେ ନୁହେଁ, ତାଙ୍କର ଏହି ସଙ୍ଗୀତ କଳାଚାତୁରି ପୁରୀ, ଭୁବନେଶ୍ୱର, ରାଉରକେଲା ସହ ରାଜ୍ୟ ବାହାରେ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ଦୀର୍ଘ ୨୫ ବର୍ଷ ଧରି ସଙ୍ଗୀତର ମଧୁର ମୂର୍ଚ୍ଛନା ତୋଳିଧରିଥିବା ଏହି କଳାକାରଙ୍କୁ ଅଦ୍ୟାବଧି କଳାକାର ଭତ୍ତା ମିଳୁନାହିଁ। ସେ ପେସାରେ ଜଣେ ପାଣି ପାଇପ ମିସ୍ତ୍ରି। କେନ୍ଦ୍ରାପଡ଼ା ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘର ସମ୍ପାଦକ ଅଛନ୍ତି। ସ୍ଥାୟୀ ନିଯୁକ୍ତି, ପେନ୍‌ସନ ଓ ସର୍ବନିମ୍ନ ମଜୁରି ପାଇବାକୁ ସଂଘ ଦାବି କରୁଛି। ମାସକୁ ମାତ୍ର ୧୦୦୦ ଟଙ୍କା ମଜୁରିରେ ଘର ଚଳାଉଥିବା ସୁବ୍ରତ କହିଛନ୍ତି। ତବଲା ବାଦକ ସରୋଜକାନ୍ତ ପରିଡା କହିଛନ୍ତି ଯେ, ସାମାନ୍ୟ ପାନିଆରେ ସବୁ ପ୍ରକାର ସ୍ବର ଧରିବାରେ ଗଣେଶ ମାହିର। ଶାସ୍ତ୍ରୀୟ ସଙ୍ଗୀତକୁ ମଧ୍ୟ ସାବଳୀଳ ଭାବେ ସାଧାରଣରେ ଶୁଣାଇ ସେ ବାହା ବାଃ ନେଇଛନ୍ତି। ଲୋକପ୍ରିୟ ହିନ୍ଦୀ ଓ ଓଡ଼ିଆ ଗୀତ, ସିନେମା ସଙ୍ଗୀତ, ଭଜନ ଓ ଜଣାଣ ପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି। ସଙ୍ଗୀତ ସାଧନା ସମ୍ପର୍କରେ ଗଣେଶ କହିଛନ୍ତି ଯେ, ପିଲାଦିନେ ନଗେଶପୁର ଯାତ୍ରା ଦେଖିବାକୁ ଯାଇଥିଲି। ଏହି ଯାତ୍ରା ଆରମ୍ଭରେ ଜଣେ କଳାକାର ମୁହଁରେ କାଗଜ ଓ ପାନିଆ ରଖି ପାଟି ଭିତରର ପବନ ସାହାଯ୍ୟରେ ସୁନ୍ଦର ସ୍ବର ଦେଉଥିଲେ। ଏହି କଳାକୁ ଆପଣେଇବା ପାଇଁ ପ୍ରଥମେ କଷ୍ଟ ହୋଇଥିଲା। ତେବେ କିଛିଦିନ ମଧ୍ୟରେ ନିଜ ଚେଷ୍ଟାରେ ବହୁ ସ୍ବରକୁ ଆୟତ୍ତ କରିଥିଲି। ଏହି ଲୋକକଳା ଏବେ ବୁଡି ଯିବାକୁ ବସିଛି ବୋଲି ସେ କ୍ଷୋଭର ସହ କହିଛନ୍ତି। ସେ କୁହନ୍ତି, ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ବାଦ୍ୟଯନ୍ତ୍ର ଜନସାଧାରଣଙ୍କ ମନକୁ ଯାଉଛି। ତେବେ ନିଜ କଳାରେ ବିଭୋର ଥିବା ଜଣେ କଳାକାର ସର୍ବଦା ଅନ୍ୟଠାରୁ ନିଜେ ବେଶି ଶାନ୍ତି ପାଆନ୍ତି। ପିଲାଳିଆମିରେ ଆରମ୍ଭ କରିଥିବା ଏହି ସ୍ବର ସାଧନା ଯୋଗୁ ସାମ୍ପ୍ରତିକ ସମୟରେ ଦର୍ଶକଙ୍କ ବାହା ବାଃ ପାଉଛନ୍ତି। ଏହି ସ୍ବର ସାଧନା ପାଇଁ ପ୍ଲାଷ୍ଟିକ ପାନିଆ, ଅତି ପତଳା କାଗଜ (ଟିସୁ ପେପର ହେଲେ ଉତ୍ତମ) ଉପକରଣ ଭାବେ ଆବଶ୍ୟକ ଥିବା ବେଳେ ବିଭିନ୍ନ ସ୍ବର ଅନୁକରଣ କରିବାକୁ ସାଧନା ଦରକାର ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ସୋନାଲି ବେହେରାଙ୍କୁ ପଚାରିବାରେ ଏହି କଳା ଓ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ତାଙ୍କର ଭତ୍ତା ଆବେଦନ ପତ୍ର ଯାଞ୍ଚ ସରିଛି। ଆଗାମୀଦିନରେ ପ୍ରୋତ୍ସାହନ ରାଶି ମିଳିଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri