୨୦୨୫ ସୁଦ୍ଧା ପୃଥିବୀର ଅଧା ବିଦ୍ୟୁତ ଶକ୍ତି ବ୍ୟବହାର କରିବ ଏସିଆ, ଭାରତରେ ବିଦ୍ୟୁତ ଚାହିଦା ୫.୬ ପ୍ରତିଶତ: ରିପୋର୍ଟ…

ପ୍ୟାରିସ,୯।୨ : ଭାରତରେ ବାର୍ଷିକ ୫.୩ ପ୍ରତିଶତ ହାରରେ ବିଦ୍ୟୁତ ଚାହିଦା ୨୦୨୨ ରେ ୮.୪ପ୍ରତିଶତରେ ପହଞ୍ଚିଛି। କୋଭିଡ ମହାମାରୀ ପରେ ଦେଶର ଦ୍ରୁତ ପୁନଃରୁଦ୍ଧାର ଏହାର କାରଣ ଥିଲା। ଏହା ସହିତ ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ଉତ୍ତାପ ଯୋଗୁ ଚାହିଦା ବୃଦ୍ଧି ପାଇଥିଲା। ପ୍ୟାରିସର ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (ଆଇଇଏ) ବୁଧବାର ଏହାର ନୂତନ ରିପୋର୍ଟରେ ଏହା ଉଲ୍ଲେଖ କରିଛି। କରିଛି। ଏଜେନ୍ସି ଆକଳନ କରିଛି ଯେ ୨୦୨୩ ରୁ ୨୦୨୫ ମଧ୍ୟରେ ଭାରତରେ ବିଦ୍ୟୁତ ଚାହିଦା ୫.୬ ପ୍ରତିଶତ ହାରରେ ବଢ଼ିପାରେ।

ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୨୨ରେ ଗତ ୧୦୦ ବର୍ଷ ମଧ୍ୟରେ ଦେଶ ପାଇଁ ସବୁଠାରୁ ଉତ୍ତପ୍ତ ମାସ ବୋଲି ପ୍ରମାଣିତ ହୋଇଥିଲା। ଏପ୍ରିଲରୁ ଜୁଲାଇ ମଧ୍ୟରେ ମଧ୍ୟ ୨୦୨୧ ତୁଳନାରେ ବିଦ୍ୟୁତର ହାରାହାରି ଚାହିଦା ୧୪ ପ୍ରତିଶତ ଅଧିକ ଥିଲା। ଜୁନ ୧୦ ରେ, ୨୧୧ ଗିଗାଓ୍ବାଟ ବିଦ୍ୟୁତ ଚାହିଦାର ଏକ ରେକର୍ଡ ସୃଷ୍ଟି ହୋଇଥିଲା। ଫଳସ୍ବରୂପ, ଚାହିଦା ବାର୍ଷିକ ଅଭିବୃଦ୍ଧି ହାର ୮.୪ ପ୍ରତିଶତରେ ପହଞ୍ଚିଥିଲା। ଯାହା ଚାଇନାର ୨.୬ ପ୍ରତିଶତ ଅଭିବୃଦ୍ଧିଠାରୁ ବହୁ ଅଧିକ। ୨୦୧୫ ରୁ ୨୦୧୯ ମଧ୍ୟରେ ଚାଇନାରେ ଏହା ହାରାହାରି ୫.୪ ପ୍ରତିଶତ ଅଭିବୃଦ୍ଧି ଘଟିଛି।

ଅନ୍ୟପକ୍ଷରେ, ରିପୋର୍ଟରେ ଦର୍ଶାଯାଇଛି ଯେ ଆସନ୍ତା ତିନି ବର୍ଷ ମଧ୍ୟରେ ଅର୍ଥାତ ୨୦୨୫ ସୁଦ୍ଧା ବିଶ୍ୱର ଅଧା ବିଦ୍ୟୁତ ଶକ୍ତି ଏସୀୟ ଦେଶମାନଙ୍କ ଦ୍ୱାରା ଖର୍ଚ୍ଚ ହେବ। ଏଥିମଧ୍ୟରୁ ଚାଇନା ଶୀର୍ଷରେ ଅଛି। ଚାଇନା ୩୩ ପ୍ରତିଶତ ବିଦ୍ୟୁତ ଶକ୍ତି ଖର୍ଚ୍ଚ କରିବ। ଆମେରିକା, ୟୁଏଇ ଏବଂ ଭାରତ ମିଳିତ ଭାବରେ ବ୍ୟବହାର ହେଉଥିବା ବିଦ୍ୟୁତଠାରୁ ଏହା ଅଧିକ ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ...

ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri