ଲାଲ୍‌ କଙ୍କଡ଼ାଙ୍କ ପ୍ରତି ଘନାଉଛି ବିପଦ

ମହାକାଳପଡ଼ା,୬ା୨(ଡି.ଏନ.ଏ.):ବିସ୍ତୀର୍ଣ୍ଣ ବେଳାଭୂମି ଆଉ ତାରି ଭିତରେ ମେକ୍ରୋ ସେରା ବା ଲାଲ୍‌ ରଙ୍ଗର କଙ୍କଡ଼ାଙ୍କ ମେଳି ସମୁଦ୍ର ବେଳାଭୂମିର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ କରେ। ଏହି କଙ୍କଡା ଓଡ଼ିଶା ଉପକୂଳର ବିଶେଷ ଭାବେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଦେଖାଦେଉଛନ୍ତି। ମୁଖ୍ୟତଃ ଏମାନେ ସ୍ଥାନୀୟ ହୁକିଟୋଲା, ମାଦଳୀ, ଲଞ୍ଚଘୋଲା, ତଣ୍ଡା, ଅଗରନାସୀ ଆଦି ବାଲୁକା ଶଯ୍ୟାର ଗଭୀର ଗାତ ଏମାନଙ୍କ ବାସସ୍ଥାନ ପାଲଟିଛି। ବାଲୁକା ଶଯ୍ୟା ଉପରେ ଲାଲ କଙ୍କଡାମାନଙ୍କ ମେଳି ସୁନେଲୀ ବାଲି ଉପରେ ଲୁଚକାଳି ଖେଳ ପରିବେଶ ଓ ପ୍ରକୃତି ପ୍ରେମୀଙ୍କୁ ଅଭିଭୂତ କରୁଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ କୂଳେ କୂଳେ ବିସ୍ତୀର୍ଣ୍ଣ ହେନ୍ତାଳ ଲୁଣା ଜଙ୍ଗଲ, ଜୈବବିବିଧତା ସାମୁଦ୍ରିକ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଲାଲ୍‌ କଙ୍କଡା ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି। ଏହି ପ୍ରଜାତିର କଙ୍କଡାଗୁଡିକ ୨ରୁ ୨ଫୁଟ୍‌ ପର୍ଯ୍ୟନ୍ତ ବାଲିରେ ଗାତ ଖୋଳି ବାସସ୍ଥାନ ବନେଇ ଥାନ୍ତି। ମୃତ ଶୈବାଳ, ମଲା ମାଛ ଓ ଛୋଟ ସାମୁଦ୍ରିକ ଜୀବଙ୍କୁ ଆହାର ରୂପେ ଗ୍ରହଣ କରିଥାନ୍ତି। ଲାଲ୍‌ କଙ୍କଡା ବିଶେଷକରି ଶୀତଋତୁରେ ପ୍ରଜନନ କରିଥାନ୍ତି। ମାଈ କଙ୍କଡା ଥରକେ ଶହେରୁ ଅଧିକ ଶାବକ ଜନ୍ମ ଦେଇଥାନ୍ତି। ପରେ ମା’ କଙ୍କଡ଼ା ସହ ସମୁଦ୍ର ବେଳାଭୂମି ଓ ସମୁଦ୍ର ଜଳରେ ବିଚରଣ କରିଥାନ୍ତି। ଏହି କଙ୍କଡାମାନଙ୍କ ଲମ୍ବ ୨ ଇଞ୍ଚ ହୋଇଥିବା ବେଳେ ୨ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ଥାନ୍ତି। ଏମାନେ ସଂଘବଦ୍ଧ ଭାବେ ବସବାସ କରିବାକୁ ପସନ୍ଦ କରିଥାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଆସିବାର ଢେର୍‌ ପୂର୍ବରୁ ଏମାନେ ଆଗୁଆ ସୂଚନା ପାଇ ସ୍ଥାନ ପରିବର୍ତ୍ତନ କରିଥାନ୍ତି। ଶତ୍ରୁକୁ ଦେଖିବା ମାତ୍ରେ ନିଜ ଗାତ କିମ୍ବା ସମୁଦ୍ର ଜଳକୁ ଚାଲି ଯାଇଥାନ୍ତି।
ନବେ ଦଶକରେ ଏମାନଙ୍କ ସଂଖ୍ୟା ଢେର ଅଧିକ ଥିଲା। ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଝଡ଼ ଓ ଅସନ୍ତୁଳିତ ପରିବେଶ, ଶିଳ୍ପ, କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ସମୁଦ୍ର ଜଳରେ ମିଶିବା ଦ୍ୱାରା ଏମାନଙ୍କ ବଞ୍ଚତ୍ବା ଜୀବନ ଶୈଳୀ ବାଧକ ସାଜିଛି। ତଟକ୍ଷୟ ଓ ପ୍ଲାଷ୍ଟିକଜାତ ସାମଗ୍ରୀ ସମୁଦ୍ର ଜଳରେ ଭାସି ଆସି ବେଳାଭୂମିରେ କୁଢ଼ କୁଢ଼ ଜମିବା ଦ୍ୱାରା ଏମାନଙ୍କ ଚଳ ପ୍ରଚଳରେ ବାଧା ସୃଷ୍ଟି ହେଉଥିବାରୁ ପରିବେଶବିତ ଚିନ୍ତା ପ୍ରକଟ କଲେଣି। ସମୁଦ୍ର ବେଳାଭୂମିରେ ଏମାନେ ବିଚରଣ କରୁଥିବା ବେଳେ ଚିଲ, କୁଆ ଓ ଜଙ୍ଗଲି ଜନ୍ତୁମାନଙ୍କ ଦ୍ୱାରା ବେଳେ ବେଳେ ଶିକାର ହୋଇଥାନ୍ତି। ପରିବେଶବିତ୍‌ ସମରେନ୍ଦ୍ର ମାହାଳି କୁହନ୍ତି, ପରିବେଶ ସନ୍ତୁଳନ ରକ୍ଷାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସମୁଦ୍ରର ଆବର୍ଜନାକୁ ଏମାନେ ଖାଇବା ଦ୍ୱାରା ପରିବେଶ ପରିଚ୍ଛନ୍ନ ରହିଥାଏ। ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଆବଶ୍ୟକତା ରହିଛି। ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି, ଦିନ ଥିଲା ଆମ ଅଞ୍ଚଳରେ ଏମାନଙ୍କ ସଂଖ୍ୟା ଅଧିକ ଥିଲା। ବିଭିନ୍ନ କାରଣରୁ ସଂଖ୍ୟା ହ୍ରାସ ପାଇ ଚାଲିଛି। ଲାଲ କଙ୍କଡ଼ାଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସ୍ଥାନୀୟ ବନ ବିଭାଗ, ପର୍ଯ୍ୟଟକ ଆଗେଇ ଆସିଲେ ଏମାନଙ୍କ ବଂଶ ବିସ୍ତାର ହୋଇପାରିବ। ନଚେତ ଭବିଷ୍ୟତ ପିଢ଼ିମାନେ କେବଳ ଛବିରେ ଦେଖିବା ସାର୍‌ ହେବ ବୋଲି ସେ କହିଛନ୍ତି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ମାନସ ଦାସଙ୍କ ପଚାରିବାରେ ଲାଲ୍‌ ରଙ୍ଗର କଙ୍କଡା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମୁଦ୍ର ବେଳାଭୂମି ବାଲୁକା ଶଯ୍ୟାରେ ଦେଖିବାକୁ ମିଳନ୍ତି। ସମୁଦ୍ର ବେଳାଭୂମି ଓ ସମୁଦ୍ର ନୀଳ ଜଳରାଶି ଢେଉରେ ଏମାନେ ବିଚରଣ କରୁଥିବା ବେଳେ ସମସ୍ତଙ୍କୁ ଖୁବ୍‌ ଆକର୍ଷଣ କରେ। ବିଭାଗ ଏହି ଲାଲ୍‌ ରଙ୍ଗର କଙ୍କଡା ପ୍ରତି ଯତ୍ନବାନ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri