Posted inଫୁରସତ

ଆକସ୍ମିକ ଦୁର୍ଘଟଣାରେ ଅଙ୍ଗଗୁଡିକୁ ହରାଇଥିଲେ, ତଥାପି ମଡେଲ…

ଏମିତି ଅନେକ ଅଛନ୍ତି, ଯେଉଁମାନେ ନିଜ ଭିତରେ ଥିବା ଛୋଟ ଛୋଟ ଅଭାବକୁ ନେଇ କାନ୍ଦନ୍ତି। ଭଗବାନଙ୍କୁ ଦୋଷାରୋପ କରନ୍ତି। ହେଲେ ଆଉ କିଛି ଅଛନ୍ତି ଯେଉଁମାନଙ୍କ ଭିତରେ ଅନେକ ଅଭାବ ଥାଇ ମଧ୍ୟ କେବେ ଲୁହ ଗଡାନ୍ତି ନାହିଁ କି କାହାକୁ ଦୋଷାରୋପ ବି କରନ୍ତି ନାହିଁ। ବରଂ ଜିଇବାର ନୂଆ ରାସ୍ତା ଖୋଜନ୍ତି। ସେଇଭଳି ଜଣେ ହେଉଛନ୍ତି ଇକ୍ୱେଡରରେ ରହୁଥିବା ଭିକ୍ଟୋରିଆ ସାଲସେଡୋ। ୨୬ ବର୍ଷୀୟା ସାଲସେଡୋଙ୍କର ନାହିଁ ଦୁଇ ହାତ ଓ ଗୋଟିଏ ଗୋଡ। ଏକ ଆକସ୍ମିକ ଦୁର୍ଘଟଣାରେ ସେ ନିଜର ଏହି ଅଙ୍ଗଗୁଡିକୁ ମାତ୍ର ୬ ବର୍ଷ ବୟସରେ ହରାଇଥିଲେ। ଯେଉଁ ପରିସ୍ଥିତିରେ ଲୋକେ ବଞ୍ଚତ୍ବାର ଆଶା ଛାଡି ଦିଅନ୍ତି ସେମିତି ସ୍ଥିତିରେ ସେ ହାର୍‌ ମାନି ନ ଥିଲେ। ଆଉ ଜୀବନ ସହ ସାଲିସ୍‌ କରି ଆଗେଇ ଚାଲିଲେ। ନିଜର ସବୁ କାମ ଗୋଟିଏ ଗୋଡରେ କରିବା ଶିଖିଲେ। ତେବେ ତାଙ୍କୁ ଯେବେ ୧୯ ବର୍ଷ ବୟସ ତାଙ୍କ ଉପରେ ଏକ ମଡେଲିଂ ସ୍କାଉଟ୍‌ଙ୍କର ପଡିଥିଲା। ଆଉ ସେ ସାଲସେଡୋଙ୍କୁ ବହୁତ ପସନ୍ଦ କରିଥିଲେ। ତାଙ୍କୁ ମଡେଲିଂ କରିବାକୁ ପ୍ରସ୍ତାବ ଦେଲେ। ସୁନ୍ଦରୀ ହେବା ସହ ଭିକ୍ଟୋରିଆ ବେଶ୍‌ ପ୍ରଫେଶନାଲ ବି ଥିଲେ। ତେଣୁ ମଡେଲିଂ ଜଗତରେ ଧୀରେ ଧୀରେ ନାଁ କରିବାକୁ ଲାଗିଲେ। ୨୦୨୧ରେ ସେ ମିସ୍‌ ଇକ୍ୱେଡର୍‌ ବିଉଟି ପେଜେଣ୍ଟରେ ବି ଅଂଶଗ୍ରହଣ କରିଥିଲେ। ସେ ସୋସିଆଲ ମିଡିଆରେ ନିଜର ଦୈନନ୍ଦିନ କାର୍ଯ୍ୟର ଭିଡିଓ ଅପଲୋଡ କରିବା ସହ ମଡେଲିଂର ଭିଡିଓ ଅପ୍‌ଲୋଡ କରି ତାଙ୍କ ଭଳି ଅନେକଙ୍କୁ ପ୍ରେରଣା ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri