ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା

ରସୁଲପୁର,୪ା୨(ଡି.ଏନ.ଏ.): ରସୁଲପୁର ବ୍ଲକ ରାଉତରାପୁର ପଞ୍ଚାୟତର ଦର୍ଶନ ସରକାରୀ ୫-ଟି ରୂପାନ୍ତରିତକରଣ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଓ ଜଣେ ତାଲିମପ୍ରାପ୍ତ କଳା ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନ ଆଦେଶକୁ ରଦ୍ଦ ଦାବିରେ ବିଦ୍ୟାର୍ଥୀ ବିଦ୍ୟାଳୟ ଫାଟକ ସମ୍ମୁଖରେ ଶୁକ୍ରବାର ଧାରଣା ଦେଇଛନ୍ତି। ବିଦ୍ୟାର୍ଥୀ ଶ୍ରେଣୀ ଗୃହ ବର୍ଜନ କରି ଦିନ ତମାମ ଧାରଣାରତ ଥିଲେ। ଫଳରେ ପାଠ ପଢ଼ା ଠପ୍‌ ହୋଇଯାଇଥିଲା।
ସମ୍ପର୍କରେ ସରପଞ୍ଚ ସ୍ବର୍ଣ୍ଣପ୍ରଭା ସାହୁ ଯାଜପୁର ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ ବି ଜିଲା ଶିକ୍ଷାଧିକାରୀ ଆସି ନ ଥିଲେ। ରୂପାନ୍ତରିତ ବିଦ୍ୟାଳୟରେ ଉଚ୍ଚମାନର ଶିକ୍ଷାଦାନ ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଶିକ୍ଷକ ଅଭାବରୁ ପାଠପଢା ବାଧାପ୍ରାପ୍ତ ହେଉଛି। ଏ ଦିଗରେ ଶିକ୍ଷାଧିକାରୀଙ୍କୁ ଅବଗତ କରାଇବା ସତ୍ତ୍ୱେ ଜଣେ ହେଲେ ଅଧିକାରୀ ଏପରିକି କ୍ଲଷ୍ଟର ଦାୟିତ୍ୱରେ କାର୍ଯ୍ୟରତ ସିଆରସିସି ମଧ୍ୟ ବିଦ୍ୟାଳୟରେ ନ ପହଞ୍ଚତ୍ବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ନାପସନ୍ଦ କରାଯାଇଛି।
ବିଦ୍ୟାଳୟରେ ୧ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୭୮୪ ପିଲା ଅଧ୍ୟୟନରତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ରୁ ୮ମ ଶ୍ରେଣୀରେ ୩୮୮ ପିଲା ପଢୁଛନ୍ତି। ମାତ୍ର ସେମାନଙ୍କ ପାଇଁ ୫ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ୯ମ ଓ ୧୦ମ ଶ୍ରେଣୀରେ ୧୯୬ ପିଲା ପଢୁଛନ୍ତି। ସେମାନଙ୍କ ପାଇଁ ୮ ଶିକ୍ଷକ ନିୟୋଜିତ ହୋଇଛନ୍ତି। ଏଲିମେଣ୍ଟାରୀ ପାଇଁ ୧୨ରୁ ଊର୍ଦ୍ଧ୍ୱ ଶିକ୍ଷକ ଆବଶ୍ୟକ ଥିବା ବେଳେ ୫ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ହାଇସ୍କୁଲ ପିଲାଙ୍କ ପାଇଁ ସଂସ୍କୃତ ଶିକ୍ଷକ ନ ଥିବା ବେଳେ ଆଉ ଜଣେ ତାଲିମପ୍ରାପ୍ତ କଳା ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଇବା ପାଇଁ ଜିଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାପାଳଙ୍କ ଏଭଳି ନିଷ୍ପତ୍ତିକୁ ଅଭିଭାବକ ଓ ପରିଚାଳନା କମିଟି ପକ୍ଷରୁ ବିରୋଧ କରାଯାଇଛି। ଶିକ୍ଷକଙ୍କୁ ଡେପୁଟେସନରେ ପଠାଇବା ନିର୍ଦ୍ଦେଶକୁ ବାତିଲ ପାଇଁ ଅଭିଭାବକଙ୍କ ପକ୍ଷରୁ ଜିଲାପାଳ, ଜିଲା ଶିକ୍ଷାଧିକାରୀଙ୍କୁ ଅନୁରୋଧ କରାଯାଇଥିଲେ ବି ପ୍ରୟାସ ମୂଲ୍ୟହୀନ ହୋଇପଡିଛି। ସୋମବାର ଶିକ୍ଷକ ଜଣକ ଅନ୍ୟତ୍ର ଯୋଗଦେବାକୁ ଏକପ୍ରକାର ନିଶ୍ଚିତ ଜାଣି ବିଦ୍ୟାର୍ଥୀମାନେ ଧାରଣାରେ ବସିଥିଲେ। ବିଦ୍ୟାଳୟ ସମସ୍ୟା ସମାଧାନ ନହେବା ଯାଏଁ ବିଦ୍ୟାର୍ଥୀ ଶ୍ରେଣୀଗୃହ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ଜିଲା ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନ ଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ସୁଦର୍ଶନ ମଲିକଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଅବଗତ ନାହାନ୍ତି। ସିଆରସିସିଙ୍କୁ ପଚାରି ବୁଝିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଜିଲାପାଳଙ୍କ ପକ୍ଷରୁ ଡେପୁଟେଶନ ଆଦେଶ ଦିଆଯାଇଛି। ତେଣୁ ସେ କିଛି ପଦକ୍ଷେପ ନେଇ ପାରିବେ ନାହିଁ ବୋଲି ମତ ରଖିଛନ୍ତି। ସରପଞ୍ଚ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣା ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ। ମାତ୍ର ଶିକ୍ଷା ଅଧିକାରୀ କହିଥିଲେ, ଡେପୁଟେଶନ ଆଦେଶ ଜିଲାପାଳ କରିଛନ୍ତି। ବିଦ୍ୟାର୍ଥୀ ଆନ୍ଦୋଳନ କଲେ କିଛି ପ୍ରଭାବ ପଡ଼ିବ ନାହିଁ। ତେଣୁ ପିଲାଙ୍କୁ ବୁଝାଇ ଶ୍ରେଣୀ କକ୍ଷକୁ ଫେରାଇ ନିଅ, ପାଠପଢ଼ା ସ୍ବାଭାବିକ କରାଅ ବୋଲି ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri