ବଟନଦୀରେ ମାଛ ମରିବା ଘଟଣା: ନଦୀପଥ ଅବରୋଧ, ପ୍ରଦୂଷଣ ଯୋଗୁ ଏପରି ଘଟୁଛି

ପାରାଦୀପ,୨ା୨(ସ୍ବ.ପ୍ର.): ପାରାଦୀପର ବାଲିଝରା ବସ୍ତି ନିକଟସ୍ଥ ବଟନଦୀରେ ୨୦୨୨ ଡିସେମ୍ବର ୩୧ରେ ବହୁ ମାଛ ମରି ଭାସିଥିଲେ। ଶୀତ ଋତୁରେ ଏପରି ମାଛ ମଡ଼କ ପ୍ରଥମ ଘଟଣା ଥିଲା। ଉକ୍ତ ମଲାମାଛ ଓ ପାଣିର ନମୁନା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାରାଦୀପ କାର୍ଯ୍ୟାଳୟ ପକ୍ଷରୁ ସଂଗ୍ରହ କରାଯାଇଥିଲା। ଏହା ମଧ୍ୟରେ ଉକ୍ତ ରିପୋର୍ଟ ଆସିସାରିଛି। ବଟନଦୀ ସଙ୍କୁଚିତ ହେବା, ସେଥିରେ ଆବର୍ଜନା, ମଳ ତ୍ୟାଗ, ପଲଥିନ୍‌ ପ୍ଲାଷ୍ଟିକ ରହିବା ଓ ଦଳ ଥିବାରୁ ତାହା ଅତ୍ୟଧିକ ପ୍ରଦୂଷିତ ହୋଇଛି। ଯେଉଁଥିପାଇଁ ପାଣିର ଅମ୍ଳ ହ୍ରାସ ଯୋଗୁ ମାଛ ମରିଛନ୍ତି ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା କହିଛନ୍ତି। ଏହାର ପ୍ରତିକାର ପାଇଁ ନଦୀକୁ ସଫେଇ କରିବା ସହ ଜଳପଥ ମୁକ୍ତ କରିବା ଦରକାର। ଅନ୍ୟଥା ଏପରି ମାଛ ମଡ଼କ କିଛିଦିନ ବ୍ୟବଧାନରେ ପୁଣି ହେବ।

ସୂଚନାଯୋଗ୍ୟ, ୧୯୬୦ ଦଶକରେ ପାରାଦୀପର ଚତୁଃପାଶର୍‌ବରେ ୧୮ଟି ନଦୀ ସୈରାତ, ଯୋର, ଜଳଧାର ଆଦି ଥିଲା। ପାରାଦୀପ ବନ୍ଦର ହେବା ପରେ ତାକୁ ଆୟୁଧ କରି ୧୫ଟି ବୃହତ୍‌ ଶିଳ୍ପ ଏହା ମଧ୍ୟରେ ହୋଇସାରିଛି। ବର୍ଦ୍ଧିତ ଶିଳ୍ପ ଓ ସହରାଞ୍ଚଳ ହେବା ଯୋଗୁ ଅନେକ ନଦୀପଥ ସଙ୍କୁଚିତ ହୋଇଗଲାଣି। ଏପରି କି କେତେଗୋଟି ନଦୀର ଅବସ୍ଥିତ ଆଦୌ ନାହିଁ କହିଲେ ଚଳେ। ଉଦାହରଣ ସ୍ବରୂପ, ବଟନଦୀ, ଶାମୁକାତି ମୁଣ୍ଡା, କପିଳଜୋର, ହଳଦୀପାଣି, କାଉଡ଼ିଆ, ମଝିଡିଆ, ସାହାରାପେଣ୍ଠ ମତ୍ସ୍ୟଡିଆ, ଭଳି ନଦୀ ଏବେ ଆଉ ଦେଖିବାକୁ ମିଳୁନାହିଁ। ଏବେ ନାମକୁମାତ୍ର କଂସାରୀପାଟିଆ ନଦୀ, ଷଣ୍ଢକୁଦ ନଦୀ କିଛି ସ୍ଥାନରେ ଦୃଶ୍ୟମାନ ହେଉଛି। ଆଉ କେତେକ ଜାଗାରେ ନଦୀଗୁଡ଼ିକ ଅସ୍ଥିତ୍ୱ ହରାଇ ଜଳାଶୟ ଭଳି ହୋଇ ଗଲାଣି। ଯେଉଁ ବଟନଦୀରେ ମାଛ ମରିଥିଲେ ତା’ର ଚତୁଃପାଶର୍‌ବରେ ବିଜୟଚନ୍ଦ୍ରପୁର କଲୋନୀ ୧୫ ବର୍ଷ ମଧ୍ୟରେ ହୋଇଛି। ସେଠାରେ ୨ ହଜାରରୁ ଅଧିକ ବହୁତଳ କୋଠାଘର ହୋଇଛି। ସମ୍ପୃକ୍ତ କଲୋନୀର ବର୍ଯ୍ୟପାଣି ଏହି ବଟନଦୀରେ ମିଶୁଛି।

ବାଲିଝରା ବସ୍ତିର କେତେଜଣ ଲୋକ ନଦୀ ପାଣିରେ ବାଉଁଶ ଭାଡ଼ି କରି ସେଥିରେ ଶୌଚାଳୟ କରିଛନ୍ତି। ଅପରପାର୍ଶ୍ୱରେ ରହିଛି ଶୁଖୁଆଖଳା ବସ୍ତି। ଶୁଖୁଆ ପ୍ରସ୍ତୁତ କଲାବେଳେ ସେଥିରୁ ଉଦ୍‌ବୃତ୍ତ ପାଣି ମଧ୍ୟ ସେଥିରେ ମିଶୁଛି। ସବୁଠାରୁ କୌତୁହଳ ହେଲା ଶୁଖୁଆରେ ମିଶୁଥିବା ଫର୍ମାଲିନ୍‌ ନାମକ କେମିକାଲ ପାଣିରେ ମିଶୁଛି। ଆଉ କେତେଜଣ ଲୋକ ନଦୀକୁ ପୋତି ସେଥିରେ ଘର ନିର୍ମାଣ କରୁଛନ୍ତି। ଏହା ଦ୍ୱାରା ନଦୀ ଏବେ ଘେରି ଭଳି ଦେଖାଯାଉଛି। ଏକଦା ଏହି ନଦୀର ସୀମା ପାରାଦୀପଗଡ଼ଠାରୁ ଆରମ୍ଭ କରି ଉଦୟବଟ ଦେଇ ଅଠରବାଙ୍କିଠାରେ କଂସାରୀପାଟିଆ ନଦୀରେ ମିଶିଥିଲା। ଯାହାର ଲମ୍ବ ପ୍ରାୟ ୨୫ କି.ମି.ରୁ ଅଧିକ ବୋଲି ମତ୍ସ୍ୟଜୀବୀ ଆଲୋକ ରାଉତ କୁହନ୍ତି, ଏବେ ଯେଉଁଭଳି ଜବରଦଖଲ ହେଉଛି ଆଉ କିଛିବର୍ଷ ମଧ୍ୟରେ ବଟନଦୀ ସମ୍ପୂର୍ଣ୍ଣ ଅଦୃଶ୍ୟ ଯେ ନ ହେବ ସେ କଥା ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri