ବିରଜା ରିଂରୋଡ୍‌ବାସୀ ବାଲି, ଧୂଳିରେ ନୟାନ୍ତ

ଯାଜପୁର ଟାଉନ,୨ା୨(ଡି.ଏନ.ଏ.): ଯାଜପୁର ସହର ଏକ ପୁରାତନ ସହର। ଏହି ସହରକୁ ଟ୍ରାଫିକ୍‌ ମୁକ୍ତ କରିବା ପାଇଁ ବିରଜା ରିଂରୋଡ ନିର୍ମାଣ କରାଯାଇଛି। ଯାଜପୁରର ମୁଖ୍ୟ ଦ୍ୱାର କିଆନାଳୀକୂଳଠାରୁ ସିନ୍ଦୁରାଇମୁହଁ ପର୍ଯ୍ୟନ୍ତ ବୈତରଣୀ ନଦୀକୁ ଚୌଡ଼ା କରି ‘ବିରଜା ରିଂରୋଡ’ନାମରେ ନାମିତ କରାଯାଇଛି। ଯାଜପୁର ସହରକୁ ସବୁଜ ସୁନ୍ଦର କରିବା କ୍ଷେତ୍ରରେ ଏହି ରୋଡ୍‌ ଗୁରୁତ୍ୱ ବହନ କରୁଛି। ମାତ୍ର ଏବେ ଏହି ରିଂରୋଡ ଅତ୍ୟନ୍ତ କଦର୍ଯ୍ୟ ଅବସ୍ଥା ଦେଇ ଗତି କରୁଛି। ଯାଜପୁର ପ୍ରଶାସନିକ ଭବନ ଓ ମେଡିକାଲ କଲେଜ ନିର୍ମାଣ ପାଇଁ ଦେବୀଗଡ଼ା ଘାଟରୁ ବାଲି ଉଠାଯାଇ ପୋତିବା କାମ ଆରମ୍ଭ କରାଯାଇଛି, ଯଦ୍ଦ୍ବାରା ଦେବୀଗଡ଼ା ଘାଟରୁ କିଆନାଳୀକୂଳ ଛକ ପର୍ଯ୍ୟନ୍ତ ରାସ୍ତାରେ ଫୁଟେ ବହଳର ବାଲି ବିଛେଇ ହୋଇପଡିଲାଣି। ରାସ୍ତାରେ ପିଚୁ ଦେଖାଯାଉନାହିଁ। ଏହି ରାସ୍ତାଦେଇ ପ୍ରତ୍ୟେକ ଦିନ ହଜାରହଜାର ବାଇକ୍‌ ଯାଉଥିବାବେଳେ ବାଲି ଯୋଗୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି। ଏହି ରାସ୍ତାରେ ସଞ୍ଜ ନଇଁବା ପରେ ଯିବା ଆସିବା କରିବା କଷ୍ଟକର ହୋଇପଡିଛି। ସହରବାସୀ ପ୍ରାତଃ ଭ୍ରମଣ ପାଇଁ ରିଂରୋଡକୁ ବାଛି ଥିବାବେଳେ ଏବେ କୌଣସି ସହରବାସୀ ପ୍ରାତଃ ଭ୍ରମଣରେ ଆସୁ ନ ଥିବା ଦେଖାଦେଇଛି। ସବୁଠାରୁ କଷ୍ଟରେ ଅଛନ୍ତି ନଦୀକୂଳରେ ବସବାସ କରୁଥିବା ଶହସ୍ରାଧିକ ପରିବାର। ଉକ୍ତ ପରିବାରଗୁଡ଼ିକ ଏହି ଧୂଳି, ବାଲି ଯୋଗୁ କବାଟ, ଝରକା ଖୋଲିପାରୁନାହାନ୍ତି। ଦେବୀଗଡ଼ା ଘାଟରୁ ୫ରୁ୬ଶହ ହାଇୱା ଦୈନିକ ବାଲି ପରିବହନ କରୁଛନ୍ତି। ବାଲିପରିବହନ ବେଳେ ହାଇୱା ଉପରେ ପାଲ ଢାଙ୍କିବାର ବ୍ୟବସ୍ଥା କରାଯାଉନାହିଁ। ବିଶେଷକରି ପାଣି ମିଶା ବାଲି ହାଇୱାରେ ଓଭରଲୋଡ୍‌ କରି ନିଆଯାଉଛି। ଫଳରେ ଏହି ରାସ୍ତାରେ ବାଲି ପଡି ଯାତାୟାତ ସମ୍ଭବ ହୋଇପାରୁନାହିଁ।

ବିରଜା ରିଂରୋଡର କିଆନାଳୀକୂଳ ଛକଠାରୁ ଦେବୀଗଡ଼ା ଘାଟ ପର୍ଯ୍ୟନ୍ତ ୫୦୦ରୁ ଊର୍ଦ୍ଧ୍ୱ ଘର ରହିଥିବାବେଳେ ଏହି ରାସ୍ତା କଡ଼ରେ ୨ଟି ବିଦ୍ୟାଳୟ ମଧ୍ୟ ରହିଛି। ରିଂରୋଡ ସଂଲଗ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ଥିବାରୁ ପ୍ରତ୍ୟେକ ଦିନ ପ୍ରଶାସନିକ ଅଧିକାରୀ ଏହି ରାସ୍ତାଦେଇ ଯାତାୟାତ କରୁଛନ୍ତି। ହେଲେ ଏଥିପ୍ରତି କେହି ନଜର ନଦେବା ସମସ୍ତଙ୍କୁ ଚକିତ କରିଛି। ବାଲି ଓ ଧୂଳି ଯୋଗୁ ରିଂରୋଡ୍‌ କଡରେ ବସବାସ କରୁଥିବା ଲୋକେ ନୟାନ୍ତ ହୋଇପଡିଥିବାବେଳେ ଅନେକ ପରିବାରରେ ଯଖ୍ମା ଓ ଶ୍ୱାସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ଯାଜପୁର ସହରର ବିକାଶମୂଳକ ପ୍ରକଳ୍ପ ପାଇଁ ନଦୀରୁ ବାଲି ପରିବହନ ଆବଶ୍ୟକତା ରହିଛି। ମାତ୍ର ବିକାଶ ନାଁରେ ପରିବେଶ ପ୍ରଦୂଷଣ କରାଯିବା କେତେଦୂର ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି। ଏ ସମ୍ପର୍କରେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କୁ ପଚାରିବାରେ ସେ କହିଛନ୍ତି, ବାଲି ପରିବହନ କରୁଥିବା ଠିକାଦାରଙ୍କୁ ରାସ୍ତା ସଫେଇ ସହ ପାଣି ସିଞ୍ଚନ କରିବାକୁ କୁହାଯାଇଛି। ଯଦି ସେ ଏଥିରେ ଅବହେଳା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri