ଅଫ୍‌ଲାଇନ, ଅନ୍‌ଲାଇନରେ ସାମଗ୍ରୀ ବିକ୍ରି

କେନ୍ଦ୍ରାପଡ଼ା ଅଫିସ, ୧।୨: ସୁନେଲି ରଙ୍ଗର ବଣୁଆ ଘାସ କାଇଁଚ। ଏହି ଘାସ ଏବେ କେନ୍ଦ୍ରାପଡ଼ା ଜିଲାର ୧୮୬୪ ପରିବାରର ମହିଳାଙ୍କୁ ରୋଜଗାର ଦେବା ସହ ଏଥିରୁ ଉପତ୍ନ୍ନ ସାମଗ୍ରୀ ଦେଶ ବିଦେଶରେ ଚାହିଦା ବଢ଼ାଇଛି। ଏ ସମ୍ପର୍କରେ କାଇଁଚ କାରିଗର କେନ୍ଦ୍ରାପଡ଼ା ବ୍ଲକ ଜଜାଙ୍ଗ ଗଁାର ଭଗବତୀ ତ୍ରିପାଠୀ କହିଛନ୍ତି, ଜିଲା ଶିଳ୍ପକେନ୍ଦ୍ର, ମିଶନ ଶକ୍ତି, ଓର୍‌ମାସ ପ୍ରମୁଖ କାଇଁଚ କଳାକୁ ପ୍ରୋତ୍ସାହିତ କରୁଛନ୍ତି। ବ୍ଲକର ଜଜାଙ୍ଗଠାରେ କାଇଁଚ କ୍ଲଷ୍ଟର ଆରମ୍ଭ ହୋଇଛି। ଅନ୍‌ଲାଇନ ଓ ଅଫ୍‌ଲାଇନରେ ଏହାର ବିକ୍ରି ଚାଲିଛି। ବାରୋ ଗଁାର ଜାନକୀ ପଣ୍ଡା କହିଛନ୍ତି, ଏହି ଗ୍ରାମ ସହ ଜଜାଙ୍ଗ, କପାଳେଶ୍ୱର, ସମଲପୁର, ପୋଇପାଟ, ତରାଣ୍ଡୋ, ତ୍ରିଲୋଚନପୁର, କେରୋ ଆଦି ଗଁାରେ କାଇଁଚ ପ୍ରଚୁର ମାତ୍ରାରେ ମିଳିଥାଏ। ଏଥିସହ ଡେରାବିଶ ବ୍ଲକର ଛତା, ବଳଭଦ୍ରପୁର, ଲକ୍ଷ୍ମୀନାରାୟଣପୁର, ମାର୍ଶାଘାଇ ବ୍ଲକର ତୁଳସୀପୁର, ଭିରଙ୍ଗ, ପଳାସପୁର, ଛଘରିଆ, ଅଙ୍ଗୁଳାଇ, ପଟ୍ଟାମୁଣ୍ଡାଇ ବ୍ଲକର ବଳଭଦ୍ରପୁର, ଓଉପଦା, ଓସମରା, ଡାମରପୁର ଆଦି କାଇଁଚର ଗନ୍ତାଘର। ବର୍ଷାଦିନେ ଏହା ୫ରୁ ୬ ଫୁଟ୍‌ ପର୍ଯ୍ୟନ୍ତ ବଢ଼ିଥାଏ। ଏହାକୁ ସଂଗ୍ରହ କରି ଖରାରେ ଶୁଖାଇବା ପରେ ସବୁଜରୁ ସୁନେଲି ରଙ୍ଗ ଧାରଣକରେ। ପରେ ଆବଶ୍ୟକ ଅନୁଯାୟୀ କାଇଁଚ ଡାଙ୍ଗକୁ ରଙ୍ଗ କରାଯାଇ ସାମଗ୍ରୀ ନିର୍ମାଣରେ ବ୍ୟବହାର ହୁଏ। କାରିଗର ମନୋରମା ତ୍ରିପାଠୀ କହିଛନ୍ତି, ଏଥିରେ ରଙ୍ଗବେରଙ୍ଗର ଟୋପି ସହ ବାସ୍କେଟ, ହାତପଙ୍ଖା, ଖେଳଣା, ପେଡ଼ି, ଫୁଲଦାନୀ ଆଦି ନିର୍ମାଣ ହୁଏ। ଖରାଦିନେ ଏହାର ଟୋପି ପିନ୍ଧିଲେ ଭଲ ଦେଖାଯିବା ସହିତ ମୁଣ୍ଡକୁ ଥଣ୍ଡା ରଖେ। ଏହା ବ୍ୟତୀତ କାଇଁଚରେ ତିଆରି ଅଳଙ୍କାର ଦେଶ ବିଦେଶରେ ଯୁବତୀଙ୍କ ଆକର୍ଷଣ ହୋଇଛି। କାନଫୁଲ, ବେକରେ କାଇଁଚ ମାଳ ଏବେ ଅତ୍ୟାଧୁନିକ ଯୁବତୀଙ୍କ ଫ୍ୟାଶନରେ ସାମିଲ ହୋଇଛି। ପ୍ଲାଷ୍ଟିକ ବଦଳରେ ଏହାର ବହୁଳ ବ୍ୟବହାର ହେଉଛି। ବଟୁଆ, ହ୍ୟାଣ୍ଡବ୍ୟାଗ୍‌, ଚାବି ରିଂ, ମୋବାଇଲ ଷ୍ଟାଣ୍ଡ ଆଦି କାଇଁଚ ସାମଗ୍ରୀ ମେଳା ମହୋତ୍ସବ ଅପେକ୍ଷା ଅନ୍‌ଲାଇନରେ ବିକ୍ରି ବୃଦ୍ଧି ହୋଇଛି। ବିଭିନ୍ନ ମେଳାରେ ଦେଶ ବିଦେଶର ଲୋକ ଏହାକୁ କିଣିବା ବେଳେ କେନ୍ଦ୍ରାପଡ଼ା ଜିଲାର ଏହି ହସ୍ତକଳା ପ୍ରତି ଗର୍ବ ଆସୁଥିବା ସେ ପ୍ରକାଶ କରିଛନ୍ତି। ହସ୍ତଶିଳ୍ପୀ ରଶ୍ମିତା ବେହେରା କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ପାରମ୍ପରିକ ଭାବେ କାଇଁଚ ସାମଗ୍ରୀ ବ୍ୟବହାର ହେଉଥିଲା। ତେବେ ୨୦୦୬ରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ସାମୂହିକ ଭାବେ ସାମଗ୍ରୀ ଉପତ୍ାଦନ କରାଗଲା। ଏହି ସମୟରେ ଜିଲା ଶିଳ୍ପକେନ୍ଦ୍ର ପକ୍ଷରୁ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମପ୍ରାପ୍ତ ମହିଳାଙ୍କ ସଂଖ୍ୟା ଏବେ ୨ ହଜାରରୁ ଅଧିକ ହୋଇଛି। ଏ ସମ୍ପର୍କରେ ଜିଲା ଶିଳ୍ପକେନ୍ଦ୍ର ପରିଚାଳକ ଗଣେଶ ଚନ୍ଦ୍ର ବେହେରା କହିଛନ୍ତି, ବିଭିନ୍ନ ହସ୍ତଶିଳ୍ପ ପାଇଁ ତାଲିମ ପ୍ରଦାନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ବାରୋ, ଜଜାଙ୍ଗ ବ୍ୟତୀତ ଜିଲାର ସମସ୍ତ ଅଞ୍ଚଳରେ କାଇଁଚ ଶିଳ୍ପ ଆରମ୍ଭ ହୋଇଛି। ଏଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସ୍ଥାନୀୟ ବ୍ୟାଙ୍କ ସହ ଅନୁବନ୍ଧିତ କରାଇ ଋଣ ଅର୍ଥ ଯୋଗାଇ ଦିଆଯାଉଛି। ଓର୍‌ମାସର ଡେପୁଟି ସିଇଓ ନିରୋଦ କୁମାର ଜେନାଙ୍କୁ ପଚାରିବାରେ ପୂର୍ବରୁ ପଲ୍ଲିଶ୍ରୀ ମେଳା, ବିଭିନ୍ନ ଯାତ୍ରା ମହୋତ୍ସବରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ସାମିଲ ହୋଇ ଉତ୍ପାଦିତ ସାମଗ୍ରୀ ବିକ୍ରି କରୁଥିଲେ। ଏବେ ଜଜାଙ୍ଗଠାରେ କାଇଁଚ କ୍ଲଷ୍ଟର ନିର୍ମାଣ ପରେ ଅନ୍‌ଲାଇନରେ ବିକ୍ରି ବୃଦ୍ଧି ହୋଇଛି। ନିକଟରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ପକ୍ଷରୁ ଏହି ହସ୍ତକଳାର ବିକ୍ରି ବୃଦ୍ଧି ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ କଟିବା ପରେ ସୂର୍ଯ୍ୟମଣିଙ୍କ ଘର ଆଗରେ ମେଳି

ଖଲ୍ଲିକୋଟ,୨୮ା୪(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକା ପ୍ରାର୍ଥୀ ରୂପେ ସୂର୍ଯ୍ୟମଣି ବୈଦ୍ୟଙ୍କ ନାମ ଘୋଷଣା ହୋଇଥିଲା କିନ୍ତୁ ଟିକେଟ୍‌ ପାଇଁ ନାମ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri