ଶିକ୍ଷକ ନିଯୁକ୍ତି, ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଦାବିରେ ସ୍କୁଲରେ ତାଲା

ଉମରକୋଟ, ୩୧।୧(ଡି.ଏନ୍‌.ଏ.): ସ୍କୁଲରେ ଶିକ୍ଷକ ନିଯୁକ୍ତି ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଇବା ଦାବିରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ରାଜପୁର ଏବଂ ଡଙ୍ଗରୀଗୁଡ଼ା ଗ୍ରାମବାସୀ ଡଙ୍ଗରିଗୁଡ଼ାସ୍ଥିତ ସରକାରୀ ଉନ୍ନୀତ ବିଦ୍ୟାଳୟରେ ତାଲା ପକାଇଛନ୍ତି। ସମସ୍ୟା ସମାଧାନ ନ ହେବା ଯାଏ ତାଲା ଖୋଲାଯିବ ନାହିଁ ବୋଲି ସେମାନେ କହିଥିଲେ। ସିଆର୍‌ସିସି ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ମଙ୍ଗଳବାର ଘଟଣା ସମ୍ପର୍କରେ ଡିଇଓଙ୍କୁ ଜଣାଇବା ସହ ତୁରନ୍ତ ସମସ୍ୟା ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସୋମବାର ପିଲାଙ୍କ ପାଠପଢ଼ା ବନ୍ଦ ଥିଲା।
ସୂଚନାନୁଯାୟୀ ରାଜପୁରସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଯାଏ ୧୧୫ ପିଲା ପଢ଼ନ୍ତି। ୨ କିଲୋମିଟର ଦୂରରେ ଥିବା ଡଙ୍ଗରୀଗୁଡା ସରକାରୀ ଉନ୍ନୀତ ବିଦ୍ୟାଳୟ (୫-ଟି)ରେ ଷଷ୍ଠ ରୁ ଦଶମ ପର୍ଯ୍ୟନ୍ତ ୨୦୧ ପିଲା ପାଠ ପଢୁଛନ୍ତି। ଡଙ୍ଗରୀଗୁଡ଼ା ସ୍କୁଲ ସେପ୍ଟେମ୍ବରରେ ଆରମ୍ଭ ହୋଇଛି। ଶିକ୍ଷା ବିଭାଗ ପକ୍ଷରୁ ଦୁଇଟି ସ୍କୁଲକୁ ମିଶାଇବାକୁ ଚେଷ୍ଟା କରାଯାଇଥିଲା। ରାଜପୁର ଗ୍ରାମବାସୀ କିନ୍ତୁ ଏହାକୁ ବିରୋଧ କରିଥିଲେ। ସ୍ଥାୟୀ ସମସ୍ୟା ସମାଧାନ ନ ହେବା ଯାଏ ୫-ଟି ବିଦ୍ୟାଳୟରେ ପଢ଼ୁଥିବା ଷଷ୍ଠରୁ ଅଷ୍ଟମ ଶ୍ରେଣୀର ୧୧୭ ଜଣ ପିଲା ମଧ୍ୟାହ୍ନ ଭୋଜନ ପାଇଁ ରାଜପୁର ପ୍ରାଥମିକ ବିଦ୍ୟାଳୟକୁ ଯିବେ ବୋଲି ବିଇଓ କହିଥିଲେ। ଗ୍ରାମବାସୀ କିନ୍ତୁ ଏହାକୁ ବିରୋଧ କରିଥିଲେ। ପିଲାମାନେ ୨କିମି ଯିବା ଆସିବା କରିବା ବିପଦପୂର୍ଣ୍ଣ। ତେଣୁ ଉକ୍ତ ବିଦ୍ୟାଳୟରେ ହିଁ ଷଷ୍ଠରୁ ଅଷ୍ଟମ ପିଲାଙ୍କ ପାଇଁ ଖାଇବା ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଥିଲେ। ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି, କିଛି ଦିନ ତଳେ ହିନ୍ଦୀ ଓ କ୍ରୀଡ଼ା ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଛି। ଫଳରେ ପିଲାଙ୍କ ପାଠ ପଢ଼ାରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାର ସ୍ଥାୟୀ ସମାଧାନ ଦାବିରେ ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇଥିଲେ। ଏ ନେଇ ବିଇଓ ବିକାଶ ଚନ୍ଦ୍ର ସରକାରଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକ ରଜନୀକାନ୍ତ ମାନାଙ୍କୁ ଗ୍ରାମବାସୀ ଓ ସରପଞ୍ଚଙ୍କ ସହ କଥା ହୋଇ ସମସ୍ୟା ସମାଧାନ ପାଇଁ କହିଥିଲି। ସମସ୍ୟା ସମାଧାନ ହୋଇ ଯାଇଥିବ ଭାବିଥିଲି। ମୁଁ ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀଙ୍କ ସହ କଥା ହୋଇ ସମାଧାନ କରିବି ବୋଲି ସେ କହିଛନ୍ତି। ଶିକ୍ଷକ ନିଯୁକ୍ତି ସରକାରଙ୍କ ଅଧୀନରେ। ଡିଇଓଙ୍କୁ ଜଣାଇ ଶୀଘ୍ର ସମାଧାନ ନେଇ ଚେଷ୍ଟା କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri