Posted inଜାତୀୟ

ନଡ୍ଡା-ବୋମ୍ମାଇଙ୍କ ବିରୋଧରେ ମାମଲା ରୁଜୁ କଲା କଂଗ୍ରେସ, ବିଧାନସଭା ନିର୍ବାଚନରେ ଜିତିବା ପାଇଁ ୩୦ ହଜାର କୋଟି ଟଙ୍କା ବଣ୍ଟନ ଷଡଯନ୍ତ୍ର…

ବେଙ୍ଗାଲୁରୁ,୨୫।୧ : ଚଳିତ ବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଶାସକ ଭାଜପା ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ରାଜନୈତିକ ଛକାପଞ୍ଝା ଜାରି ରହିଛି। ସଦ୍ୟତମ ମାମଲାରେ କଂଗ୍ରେସ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏବଂ ବିଧାୟକ ରମେଶ ଜାରକିହୋଲିଙ୍କ ବିରୋଧରେ ପୋଲିସ ଷ୍ଟେଶନରେ ମାମଲା ରୁଜୁ କରିଛି।

ଭାଜପା ନେତାମାନେ ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ଲାଞ୍ଚ ପ୍ରଦାନ କରୁଥିବା ଅଭିଯୋଗ କଂଗ୍ରେସ କରିଛି।
କଂଗ୍ରେସ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ଡି.କେ ଶିବକୁମାର, ବିରୋଧୀ ଦଳର ନେତା ସିଦ୍ଧରମୈୟା ଅଭିଯୋଗ ପତ୍ରରେ ଦସ୍ତଖତ କରି ଏ ସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ଭାଜପା ନେତା ରମେଶ ଜାରକିହୋଲି ନିକଟରେ ବେଲଗାଭିରେ ଏକ ସାଧାରଣ ସଭାରେ କହିଥିଲେ ଯେ ଯଦି କଂଗ୍ରେସ ବିଧାୟକମାନେ ୩ ହଜାର ଟଙ୍କା ମୂଲ୍ୟର ଉପହାର ଏବଂ ନଗଦ ଦେବେ, ତେବେ ମୁଁ ଭୋଟରଙ୍କୁ ୬ ହଜାର ଟଙ୍କା ମୂଲ୍ୟର ଉପହାର ଦେବି। ତେବେ ଭାଜପା ରମେଶଙ୍କ ବିବୃତ୍ତିରୁ ନିଜକୁ ଦୂରେଇ ରଖିଛି ଏବଂ ଏହାକୁ ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହିଛି। ରମେଶ ଗୋକକ ବିଧାନସଭାର ଜଣେ ବିଧାୟକ ଥିଲେ କିନ୍ତୁ ଏକ ଅଶ୍ଳୀଳ ଭିଡିଓ ମାମଲାରେ ତାଙ୍କ ନାମ ପ୍ରକାଶ ପାଇବା ପରେ ୨୦୨୧ ମସିହାରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା।

କଂଗ୍ରେସ ଅଭିଯୋଗ କରିଛି ଯେ ଭାଜପା ଗଣତନ୍ତ୍ରକୁ ଅପହରଣ କରିବାର ପ୍ରୟାସ କରୁଛି। ଆଇପିସିର ଧାରା ୧୭୧-ବି, ୧୦୭,୧୨୦-ବି, ୫୦୬ ଅନୁଯାୟୀ ଏହା ଏକ ଅପରାଧ। କର୍ନାଟକରେ ୫ କୋଟି ଭୋଟର ଅଛନ୍ତି ଏବଂ ଭାଜପା ୩୦ ହଜାର କୋଟି ଟଙ୍କା ବଣ୍ଟନ କରି ବିଧାନସଭା ନିର୍ବାଚନରେ ଜିତିବା ପାଇଁ ଏକ ବଡ ଷଡଯନ୍ତ୍ର କରୁଛି। କଂଗ୍ରେସ ଆଇଟି ବିଭାଗ ଏବଂ ଇଡିକୁ ଏହାର ତଦନ୍ତ କରିବାକୁ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପୂର୍ବରୁ ପ୍ରଭୁ ଶିବଙ୍କ ଉପରେ ପାଣି ଢାଳିଲେ ପ୍ରତିରକ୍ଷା ମନ୍ତ୍ରୀ

ଲକ୍ଷ୍ନୌ,୨୯।୪: ଉତ୍ତର ପ୍ରଦେଶର ଲକ୍ଷ୍ନୌର ଭାଜପା ପ୍ରାର୍ଥୀ ରାଜନାଥ ସିଂ ଆଜି ନାମାଙ୍କନ ପତ୍ର ଦାଖୂଳ କରିବେ। ନାମାଙ୍କନ ପୂର୍ବରୁ ରାଜନାଥ ସିଂ ଲକ୍ଷ୍ନୌର ହନୁମାନ...

କାହିଁକି ଭାଜପାକୁ ଓଡ଼ିଶାରେ ଦରକାର ଗୋଟିଏ ସୁଯୋଗ? କାରଣ ବାହାର କରି ବୁଝାଇଲେ ମୋଦି

ନୂଆଦିଲ୍ଲୀ,୨୯।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଘରୋଇ ଟେଲିଭିଜନକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି। ଦିଆଯାଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ...

ଭାଜପା ଏମପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପରଲୋକ, ଗୋଟିଏ ମାସ ପୂର୍ବରୁ ରାଜନୀତିରୁ ନେଇଥିଲେ ସନ୍ୟାସ

ବେଙ୍ଗାଲୁରୁ,୨୯।୪: କର୍ନାଟକର ଚାମରାଜନଗରରୁ ଭାଜପା ଏମପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି ଶ୍ରୀନିବାସ ପ୍ରସାଦଙ୍କ ଦେହାନ୍ତ ହୋଇଛି। ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ...

ଦୁଇଭାଗ ହେବ କଂଗ୍ରେସ: ବ୍ୟାପିପାରେ ଲଭଲିଙ୍କ ଇସ୍ତଫାର ନିଆଁ

ନୂଆଦିଲ୍ଲୀ,୨୯।୪: ଆମ ଆଦମୀ ପାର୍ଟି (ଏଏପି) ସହିତ ମେଣ୍ଟ, ବାହ୍ୟ ପ୍ରାର୍ଥୀ ଚୟନ ଏବଂ ପ୍ରଦେଶ କଂଗ୍ରେସର ମନମାନିକୁ ନେଇ ପୂର୍ବତନ ମନ୍ତ୍ରୀ ରାଜକୁମାର ଚୌହାନଙ୍କ...

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ...

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି।...

ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର

ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ...

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri