ଅନ୍ତ ହେଉନାହିଁ ଜାଗା ବିବାଦ

ଢେଙ୍କାନାଳ ଅଫିସ, ୧୯।୧: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୨ ନଭେମ୍ବର ୨୨ରେ ବିଶ୍ୱପ୍ରସିଦ୍ଧ ମହିମା ଗାଦିରେ ବିବାଦୀୟ ଉପାସନାସ୍ଥଳୀ ଉଚ୍ଛେଦ କରାଯାଇଥିଲା। ଏହାପରଠାରୁ କୌପୀନଧାରୀ ଏବଂ ବଳ୍କଳଧାରୀ ଗୋଷ୍ଠୀ ମଧ୍ୟରେ ନୂତନ ଉପାସନାସ୍ଥଳୀକୁ ନେଇ ଆରମ୍ଭ ହୋଇଥିବା ଜାଗା ବିବାଦର ଅନ୍ତ ହେଉନାହିଁ। କୌପୀନଧାରୀ ମହିମା ସମାଜକୁ ନୂତନ ଜାଗା ପ୍ରଦାନ କରିବାକୁ ବିପକ୍ଷ ଗୋଷ୍ଠୀ ସହମତି ପ୍ରଦାନ କରୁ ନ ଥିବାରୁ ଅଡୁଆ ବଢ଼ିବାରେ ଲାଗିଛି।

ଉଚ୍ଛେଦ ପରେ କୌପୀନଧାରୀ ମହିମା ସାଧୁସନ୍ଥମାନେ ଉପାସନା ପାଇଁ ଅଡୁଆରେ ପଡ଼ିଛନ୍ତି। ସେମାନଙ୍କୁ ନୂଆ ଜାଗା ପ୍ରଦାନ କରିବା ଲାଗି ଏକାଧିକଥର ବୈଠକ ବସିଥିଲେ ମଧ୍ୟ ସୁଫଳ ମିଳିପାରୁନାହିଁ। ବୁଧବାର ଅପରାହ୍ନରେ ଯୋରନ୍ଦାରେ ଜିଲାପାଳ ସରୋଜ କୁମାର ସେଠୀ, ବିଧାୟକ ସୁଧୀର କୁମାର ସାମଲ, ଉଭୟ ଗୋଷ୍ଠୀର ସାଧୁସନ୍ଥ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। କୌପୀନଧାରୀ ମହିମା ସମାଜକୁ ଗାଦିମନ୍ଦିର ନିକଟ ଦଲକଠାରେ ଜାଗା ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ସମସ୍ତେ ଫେବୃୟାରୀ ୪ରେ ହେବାକୁ ଥିବା ମାଘମେଳା ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ଲାଗି ସହମତି ଜଣାଇଥିଲେ। ଏଥିଲାଗି ଉଭୟ ଗୋଷ୍ଠୀର ସାଧୁସନ୍ନ୍ୟାସୀ ଜିଲାପାଳ, ବିଧାୟକଙ୍କୁ ସାଧୁବାଦ ଜଣାଇଥିଲେ। ତେବେ ବୈଠକ ପରେ ପ୍ରସ୍ତାବିତ ଜାଗା ଦେଖିବାକୁ ଯାଇଥିବା ବେଳେ ବଳ୍କଳଧାରୀ ଗୋଷ୍ଠୀ ଜାଗା ପ୍ରଦାନ ନିଷ୍ପତ୍ତିରେ ରାଜି ନ ହୋଇ ପଳାଇଥିଲେ। ବାରମ୍ବାର ବୁଝାଇବା ସତ୍ତ୍ୱେ ସେମାନେ ଆଲୋଚନାକୁ ଫେରି ନ ଥିଲେ। ତେଣୁ ଗୁରୁବାର ପୁଣିଥରେ ଜାଗା ଚିହ୍ନଟ ପାଇଁ ନିଷ୍ପତ୍ତି ହୋଇଛି।

ଏ ସଂକ୍ରାନ୍ତରେ ବିଧାୟକ ସାମଲ କୁହନ୍ତି, ମହିମା ଗୋସାଇଁଙ୍କ ପୀଠ ଉପରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ଏହା ଯେପରି ବଦନାମ ନ ହେବ ସେଥିଲାଗି ସମସ୍ତେ ଧ୍ୟାନ ଦେବା ଉଚିତ। ଜିଲାପାଳ ସେଠୀ କୁହନ୍ତି, ବିବାଦର ସମାଧାନ ନିଶ୍ଚିତ କରାଯିବ। ଦଲକଠାରେ ପ୍ରସ୍ତାବିତ ଜାଗାକୁ କୌପୀନଧାରୀ ମହିମା ସମାଜକୁ ପ୍ରଦାନ କରାଯିବ। ସେଠାରେ ଉପାସନା ବ୍ୟବସ୍ଥା ମଧ୍ୟ ହେବ। ଆଗକୁ ମାଘମେଳା ଆସୁଛି। ଉଭୟ ଗୋଷ୍ଠୀ ଭାଇଚାରା ବଜାୟ ରଖି ଏହାର ଆୟୋଜନ କରିବାକୁ ସେ ନିବେଦନ କରିଛନ୍ତି।
ବୈଠକରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର, ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶ ଚାନ୍ଦ ଗୋଗିନେନି, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ବିଡିଓ ଆଶିଷ ରଞ୍ଜନ ସାହୁ, ବଳ୍କଳଧାରୀ ମହିମା ସମାଜର ବରିଷ୍ଠ ସନ୍ନ୍ୟାସୀ ନିତ୍ୟାନନ୍ଦ ବାବା, କୌପୀନଧାରୀ ମହିମା ସମାଜ ସଭାପତି ରଘୁନାଥ ବାବା ପ୍ରମୁଖ ଉପସ୍ଥିତ ଥିଲେ। ଏଥିପୂର୍ବରୁ ବୁଧବାର ଜିଲା କାର୍ଯ୍ୟାଳୟରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଉଭୟ ଗୋଷ୍ଠୀର ସାଧୁସନ୍ଥଙ୍କୁ ନେଇ ବୈଠକ ବସିଥିଲା। ହେଲେ କୌଣସି ନିଷ୍କର୍ଷ ନ ବାହାରିବାରୁ ଯୋରନ୍ଦାଠାରେ ପୁଣି ବୈଠକ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି,...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ତାଣ୍ଡବ ରଚିଲା କାଳ ବୈଶାଖୀ: ଉପୁଡିଲା ଗଛ, ଘର କାନ୍ଥ ପଡି ୩ ଗୁରୁତର

ପାଟଣା,୨।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଏବଂ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଛି। କାଳ ବୈଶାଖୀ ପ୍ରଭାବରେ ପ୍ରବଳ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri