ଖତ ଖାଉଛି ସ୍ବଚ୍ଛ ସବାରି, ହୋଇପାରୁନାହିଁ ମରାମତି

ନବରଙ୍ଗପୁର,୧୮।୧(ବି.ପ୍ର.): ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ ପ୍ରାୟ ୨ ବର୍ଷ ତଳେ ବ୍ୟାଟେରିଚାଳିତ ସ୍ବଚ୍ଛ ସବାରିର ବ୍ୟବସ୍ଥା କରାଯାଇଥିଲା। କେବଳ ପରିବେଶ ପ୍ରଦୂଷଣମୁକ୍ତ ନୁହେଁ, ମହିଳାଙ୍କୁ ସଶକ୍ତୀକରଣ କରିବା ନିମନ୍ତେ ଏହି ଗାଡ଼ିର ବ୍ୟବହାର ଅନ୍ୟ ଏକ ପ୍ରମୁଖ କାରଣ ରହିଥିଲା। ତେବେ ଏହାର ଦାୟିତ୍ୱରେ ଥିବା ଅଧିକାରୀଙ୍କ ମନମୁଖି ଶାସନ, ଅବହେଳା ଏବଂ ମରାମତି ପାଇଁ ଚୁକ୍ତି କରିଥିବା ସଂସ୍ଥା ହାତ ଛାଡ଼ିଦେବାରୁ ଏହି ସମସ୍ତ ଗାଡ଼ି ବର୍ତ୍ତମାନ ଅଚଳ ହୋଇପଡ଼ି ଖତ ଖାଉଛି। ସରକାରୀ ଅର୍ଥର ଦୁରୁପଯୋଗ କିଭଳି ହେଉଛି ତାହାର ଜ୍ୱଳନ୍ତ ଉଦାହରଣ ନବରଙ୍ଗପୁର ପୌରପାଳିକାରେ ଦେଖିବାକୁ ମିଳିଛି।
ନବରଙ୍ଗପୁର ପୌରପାଳକା ପକ୍ଷରୁ ୨ବର୍ଷ ତଳେ ପ୍ରାୟ ୨୫ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି ବ୍ୟାଟେରିଚାଳିତ ଗାଡ଼ି କିଣାଯାଇଥିଲା। ଏହି ଗାଡ଼ିଗୁଡ଼ିକୁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇ ଏହାର ନାମ ‘ସ୍ବଚ୍ଛ ସବାରି’ ରଖା ଯାଇଥିଲା । ପ୍ରତ୍ୟେକ ଗାଡ଼ିରେ ୨ ଜଣ ଲେଖାଏ ମହିଳାଙ୍କୁ ନିୟୋଜିତ କରାଯାଇଥିଲା। ମହିଳାମାନେ ଏହି ଗାଡ଼ି ଚଳାଇ ନବରଙ୍ଗପୁର ସହରର ୧୭ ୱାର୍ଡର ପ୍ରତି ସାହି ଓ ଗଳିକନ୍ଦି ଓ ଘରୁ ଓଳିଆ ସଂଗ୍ରହ କରୁଥିଲେ। ଉକ୍ତ ଅଳିଆକୁ ନେଇ ସହରର ଗାବ୍ରାଏଲଗୁଡ଼ାସ୍ଥିତ ଆବର୍ଜନା ପ୍ରକ୍ରିୟା କେନ୍ଦ୍ରରେ ଗଚ୍ଛିତ କରୁଥିଲେ; ଯାହାକୁ ରୂପାନ୍ତରିତ କରାଯାଇ ‘ମୋ ଖତ ’ ତିଆରି କରାଯାଉଥିଲା। ଅନ୍ୟପଟେ ମହିଳାମାନେ ମଧ୍ୟ ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରିପାରୁଥିଲେ। କିନ୍ତୁ ପ୍ରାୟ ବର୍ଷକ ପରେ ୧୦ଟି ଯାକ ଗାଡ଼ି ଖରାପ ହୋଇ ମୋ ଖତ କେନ୍ଦ୍ରରେ ଖତ ଖାଉଛି। ଏହି ଗାଡ଼ିଗୁଡିକ ଯୋଗାଇଥିବା ସଂସ୍ଥା, ଯୋଗାଣ ହେବା ସମୟରେ ନବରଙ୍ଗପୁର ଜିଲା ରାଇଘର ଆଇଟିଆଇ ତାଲିମ କେନ୍ଦ୍ରର ମୋଟର ମେକାନିକାଲ ପାଠ୍ୟକ୍ରମର ଛାତ୍ରୀଛାତ୍ର ଏହାକୁ ମରାମତି କରିବା ପାଇଁ ଚୁକ୍ତି ସ୍ବାକ୍ଷର କରିଥିଲା। ରାଇଇଘରରୁ ନବରଙ୍ଗପୁରର ଦୂରତା ପ୍ରାୟ ୧୦୦ କି.ମି. ଦୂର ହୋଇଥିବା ସହ ଯାତାୟାତ ପାଇଁ ସେଭଳି କୌଣସି ସୁବିଧା ନ ଥିବାରୁ ଛାତ୍ରୀଛାତ୍ରମାନେ ଗାଡ଼ି ମରାମତି ପାଇଁ ନବରଙ୍ଗପୁର ଯିବା ପାଇଁ ରାଜି ହେଉନାହାନ୍ତି। ଫଳରେ ଚୁକ୍ତିନାମା ବାତିଲ ହୋଇଥିବା ସୂଚନା ଦେଇଛନ୍ତି ପୌରାଧ୍ୟକ୍ଷ କୁନୁ ନାୟକ। ଅନ୍ୟପଟେ ଅଚଳ ଗାଡ଼ିଗୁଡ଼ିକୁ ମରାମତି କରିବା ପାଇଁ ଗତବର୍ଷ ହୋଇଥିବା ପୌର ପରିଷଦର ପ୍ରଥମ ବୈଠକରେ କାଉନ୍‌ସିଲରମାନେ ଦାବି କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମରାମତି କରାଯାଇ ନ ଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଗାଡ଼ିଗୁଡିକ ନ ଚାଲିବାରୁ ସେଠାରେ ନିୟୋଜିତ ହୋଇଥିବା ମହିଳାମାନେ ରୋଜଗାର ହରାଇଥିବାବେଳେ ରାସ୍ତାଘାଟରେ ମଧ୍ୟ ଅଳିଆ ପଡିରହୁଛି। ନବରଙ୍ଗପୁର ପୌରପାଳିକା ମଞ୍ଜୁ ସର୍ଭିସ୍‌କୁ ଅଳିଆ ଆବର୍ଜନା ଉଠାଇବାକୁ ଚୁକ୍ତିନାମା କରିଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଗାଡି ନ ଥିବାରୁ ଓଳିଆ ଉଠିପାରୁ ନ ଥିବା ଅଭିଯୋଗ ହେଉଛି। ଲୋକେ ନିଜ ଇଚ୍ଛାରେ ଇଆଡ଼େ ସିଆଡ଼େ ଓଳିଆ ଫିଙ୍ଗୁଥିବାରୁ ମଶା, ମାଛି ଉତ୍ପନ୍ନ ହୋଇ ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସେହି ଗାଡ଼ିଗୁଡିକର ଗ୍ୟାରେଣ୍ଟି ଅବଧି ଥିବାରୁ ତୁରନ୍ତ ପୌରପାଳିକା ଅଧିକାରୀ ହସ୍ତକ୍ଷେପ କରି ମରାମତି କରି ଲୋକଙ୍କ ପାଇଁ ବ୍ୟବହାର କରାଯାଉ ବୋଲି ଦାବି ହୋଇଛି। ଏ ନେଇ ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକଙ୍କୁ ପଚାରିବାରୁ ଗାଡ଼ିର ମରାମତି କରାଯାଇ ଶୀଘ୍ର ଅଳିଆ ଉଠା କାମରେ ଲଗାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri