Odisha Elections 2024

ମକା ନଡ଼ା ବ୍ୟବହାର କରି ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ ଲକ୍ଷ୍ୟ

ନବରଙ୍ଗପୁର,୧୬।୧(ବି.ପ୍ର.): ନବରଙ୍ଗପୁର ଜିଲା ସାମାଜିକ ଓ ଆର୍ଥିକ ବିକାଶ କାର୍ଯ୍ୟକ୍ରମରେ ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ଲକ୍ଷ୍ୟରେ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ପ୍ରଫେସର ଶୁଦ୍ଧସ୍ବତ ବାସୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାର ବିଭିନ୍ନ ବ୍ଲକ ପରିଦର୍ଶନ କରିଛି।
ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରେ ବିକାଶର ନୂତନ ସମ୍ଭାବନାକୁ ଅନୁଧ୍ୟାନ କରିବା ସହ ଜିଲାର ଆଖୁ, ସୁଗନ୍ଧି ଫସଲ ଓ ମାଛ ଚାଷ, ଉଦ୍ୟୋଗୀ ବିକାଶ ଦିଗରେ ନୂତନ ଯୋଜନା କାର୍ଯ୍ୟକାରୀ କରିବା ନେଇ ଜିଲାପାଳ ଡ. କୋମଳ ଲୋଚନ ମିଶ୍ର ଓ ଜିଲା ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇଥିଲା l
ମାର୍ଚ୍ଚ ଶେଷ ସୁଦ୍ଧା ନବରଙ୍ଗପୁରରେ ଜିଲାର ଫଳ ଓ ପନିପରିବାରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ ପାଇଁ ଜିଲା ପ୍ରଶାସନ ସହିତ ଆଲୋଚନା କରାଯାଇଥିଲା। ଜିଲାରେ ଚାଷ ହେଉଥିବା ମକା ନଡ଼ାକୁ ବ୍ୟବହାର କରି ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ ଦିଗରେ ଭାରତୀୟ ପେଟ୍ରୋଲିୟମ ସଂସ୍ଥାନ ପକ୍ଷରୁ ଉମରକୋଟରେ ଏକ ପାଇଲଟ୍‌ ପ୍ରକଳ୍ପ ମାର୍ଚ୍ଚ ଶେଷ ସୁଦ୍ଧା କରାଯିବ। ଏ ଦିଗରେ ପ୍ରଶାସନ ସହଯୋଗ କରନ୍ତୁ ବୋଲି ନିର୍ଦ୍ଦେଶକ ବାସୁ ଅନୁରୋଧ କରିଥିଲେ। ଜୈବସାର ବ୍ୟବହାର ଓ ନୂତନମାନର ଗୁଡଭାଟି ପ୍ରତିଷ୍ଠା ଦିଗରେ ପଦକ୍ଷେପ ଗ୍ରହଣ କରିବା ନେଇ ଓରମାସ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ଆଲୋଚନା ହୋଇଥିଲା । ଏହି ପରିଦର୍ଶନରେ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ବିଜ୍ଞାନ ପ୍ରତିଷ୍ଠାନ ପ୍ରଧାନ ବୈଜ୍ଞାନିକ ଡ. ସତ୍ୟଜିତ ରଥ, ନବରଙ୍ଗପୁର ଜିଲାରେ କାର୍ଯ୍ୟକାରୀ ହେଉଥବା ପ୍ରକଳ୍ପ ପରାମର୍ଶ ଅଧିକାରୀ ସନ୍ତୋଷ କୁମାର ମିଶ୍ର, ପ୍ରଧାନ ବୈଷୟିକ ଅଧିକାରୀ ବିଭୁଦତ୍ତ ପ୍ରଧାନ, ବିଜ୍ଞାନ ଓ କାରିଗରି ବିଦ୍ୟା ପ୍ରକଳ୍ପ କ୍ରିୟାନ୍ବୟନ କମିଟି ସଦସ୍ୟ ଲକ୍ଷ୍ମୀନାରାୟଣ ବକ୍ସି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସହରରୁ ଉଜୁଡ଼ିଗଲା ସବୁଜିମା

ନବରଙ୍ଗପୁର,୧୭।୫(ସଦାଶିବ ପ୍ରହରାଜ): ଜାତୀୟ ରାଜପଥ କଡ଼ରୁ କଟିଲା ଅତି ପୁରୁଣା ବିରାଟକାୟ ଗଛ। ନବରଙ୍ଗପୁର ସହର ଅସ୍ଥାୟୀ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଗଛ...

ବନ୍ଧୁକ ମୁନରେ ଲୁଟିନେଲେ ସର୍ବସ୍ବ, ଶିକ୍ଷୟିତ୍ରୀ ଆଣିଲେ ଅଭିଯୋଗ

ନବରଙ୍ଗପୁର,୧୫।୫(ସଦାଶିବ ପ୍ରହରାଜ): ବନ୍ଧୁକ ମୁନରେ ଡକାୟତି ଅଭିଯୋଗ। ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା। ନବରଙ୍ଗପୁର ଜିଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ଗ୍ରାମର...

ବୁଥ୍‌ ବାହାରେ ଭାଜପା ବିଧାୟକ ପ୍ରାର୍ଥୀଙ୍କୁ ମାଡ଼: ଧସ୍ତାଧସ୍ତି ବେଳର ଭିଡିଓ ଭାଇରାଲ

ଝରିଗାଁ,୧୩।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ): ଅବାଧ, ମୁକ୍ତ, ନିରପେକ୍ଷ ଏବଂ ସୁରକ୍ଷାର ସହ ମତଦାନ ସବ୍ୟସ୍ତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଚାଲିଛି। ଝରିଗାଁ ବ୍ଲକ...

ଘାଟିରେ ଓଲଟିଲା ଅଟୋ, ୧୮ ଆହତ

ଝରିଗାଁ,୧୨ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଘାଟିରେ ରବିବାର ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ...

ବିଜେଡିର ଟଙ୍କାବଣ୍ଟା ଫଟୋ ଭାଇରାଲ

ନବରଙ୍ଗପୁର, ୧୨।୫(ସଦାଶିବ ପ୍ରହରାଜ)ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଚାର ସମୟରେ ନେତାଙ୍କ ଉପସ୍ଥିତିରେ ଟଙ୍କା ବଣ୍ଟାଯାଉଥିବାର ଫଟୋ ଭାଇରାଲ ହୋଇଛି। ଏହି ଫଟୋଟି ଗତ ୯ ତାରିଖ...

ବାଇକ୍‌ ଧକ୍କାରେ ଚାଲିଗଲା ପୋଲିଂ କର୍ମଚାରୀଙ୍କ ଜୀବନ

ଉମରକୋଟ,୧୧ା୫: ନିର୍ବାଚନ ଡ୍ୟୁଟିକୁ ଆସିଥିବା ବେଳେ ଶନିବାର ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ବୁଥ୍‌ ସମ୍ମୁଖରେ ବସ୍‌ରୁ ଓହ୍ଲାଇବା ବେଳେ ଏକ ବାଇକ୍‌...

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri