ବିକାଶଠାରୁ ବିନାଶ ବଳି ପଡୁଛି

ଯାଜପୁରର ଅଫିସ,୧୬ା୧:ଯାଜପୁର ଜିଲାରେ ଯେଉଁ ପରିମାଣରେ ବିକାଶ ହେଉଛି ତାହାର ବହୁ ଗୁଣ ଅଧିକ ବିନାଶ ହେବାରେ ଲାଗିଛି। ଶିଳ୍ପ, ଖଣି, ପର୍ଯ୍ୟଟନ, ସ୍ବାସ୍ଥ୍ୟ, ପାନୀୟ ଜଳ, କୃଷି ଭଳି କେତେକ କ୍ଷେତ୍ରକୁ ଅବଲୋକନ କଲେ ଏହା ଜଳଜଳ ହୋଇ ଦିଶୁଛି। ଉପରୋକ୍ତ ବିଭାଗଗୁଡିକୁ ବର୍ଷକୁ ବର୍ଷ ଆଶାନୁରୂପ ଅନୁଦାନ ଆସୁଥିବାବେଳେ ଠିକାଦାରି ରାଜନୀତି ବିକାଶର ଧାରାକୁ ପଛକୁ ପକାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି ା ଏହାସହ ଜିଲା ପ୍ରଶାସନର ସ୍ଥାଣୁତା ବିକାଶରେ ବାଧକ ସାଜିଛି ବୋଲି ମତପ୍ରକାଶ ପାଇଛି।
କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ସୁକିନ୍ଦା ଖଣି ଅଞ୍ଚଳ ପାଇଁ ଯାଜପୁରକୁ ସମୃଦ୍ଧ ଜିଲା ଭାବେ ଗଣତି କରାଯାଉଛି। କିନ୍ତୁ ସେହି ତୁଳନାରେ ନିୟମିତ ସ୍ଥାନୀୟ ନିଯୁକ୍ତ ନିରାଶାଜନକ ରହିଛି ା ଏବେ ବି ଜିଲାରେ ୫୦ ହଜାରରୁ ଊର୍ଦ୍ଧ୍ୱ ପଞ୍ଜୀକୃତ ବେକାର ରହିଛନ୍ତି ା ସର୍ବାଧିକ ଅଣଓଡ଼ିଆ ଠିକାସଂସ୍ଥାଙ୍କ ଜରିଆରେ ଚାଲିଥିବା ଶିଳ୍ପ କାରଖାନାଗୁଡ଼ିକରେ ରାଜ୍ୟ ବାହାର ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ନିଜ ଇଚ୍ଛାରେ ଶ୍ରମିକଙ୍କୁ ଛଟେଇ ଏବଂ ପରେ ଅଶାନ୍ତି ଜିଲାର ଶାନ୍ତ ବାତାବରଣକୁ କଳୁଷିତ କରୁଛି। ଏହା ବିରୋଧରେ କେହି ସ୍ବର ଉତ୍ତୋଳନ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ସ୍ଥାନୀୟ ନେତୃବର୍ଗ ନୀରବ। ଏକାଧିକ ସଙ୍ଗଠନ ରହିଥିଲେ ବି କାହା ସ୍ବାର୍ଥରେ ପ୍ରତିବାଦ କରାଯାଉନାହିଁ ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଯଦି କଁା ଭଁା କୌଣସି ସଙ୍ଗଠନ ପକ୍ଷରୁ ସ୍ଥାନୀୟ ନିଯୁକ୍ତିକୁ ନେଇ ଥରେ ଆନ୍ଦୋଳନ ହେଉଛି ପରବର୍ତ୍ତୀ ସମୟରେ ସେମାନଙ୍କ ଦେଖା ମିଳେ ନାହିଁ। ଫଳରେ ଶିଳ୍ପ ଓ ଖଣି କମ୍ପାନୀଗଡ଼ିକଙ୍କ ମନମାନି ଏତେ ବଢିଛି ଯେ ସେମାନେ ଆଉ କାହାରିକୁ ଖାତିର କରୁନାହାନ୍ତି ବୋଲି ମତପ୍ରକାଶ ପାଉଛି।
ସ୍ବାସ୍ଥ୍ୟ କ୍ଷେତ୍ରରେ ଏହି ଜିଲା ବହୁ ପଛରେ ରହିଛି ା ବିଶେଷଜ୍ଞ ଡାକ୍ତର ପଦବୀ ଅଭାବ ଏହାକୁ ଦ୍ୱିଗୁଣିତ କରିଛି ା ବେସରକାରୀ ଭାବେ ପ୍ରାୟ ଦେଢଲକ୍ଷ ଲୋକ ସଂଖ୍ୟା ବିଶିଷ୍ଟ ଯାଜପୁର ରୋଡ୍‌ ସହରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ପ୍ରତିଶ୍ରୁତି ପ୍ରାୟ ଏକ ଦଶନ୍ଧି କାଳ ଅତିକ୍ରାନ୍ତ ହୋଇ ସାରିଛି। ଏହାର ସୁଯୋଗରେ ପ୍ରାୟ ଔଷଧ ଦୋକାନଗୁଡିକ ବେସରକାରୀ ଡାକ୍ତରଖାନାରେ ପରିଣତ ହୋଇଛି। ଏକ ସୁପରସ୍ପେଶାଲିଟି ଡାକ୍ତରଖାନା ପାଇଁ କେହି ଲୋକପ୍ରତିନିଧି ଚେଷ୍ଟା କରୁନାହାନ୍ତି ା
ପର୍ଯ୍ୟଟନ କ୍ଷେତ୍ରରେ ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବରର ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏବେ ଏନ୍‌ଜିଟି ଜାଲରେ ପଡିଛି। ତେଣୁ ଆଗକୁ ପ୍ରାୟ ୭୦୦ ବର୍ଷର ପୁରୁଣା ବ୍ୟାସ ସରୋବର ମେଳା ଅନୁଷ୍ଠିତ ହେବା ନେଇ ଆଶଙ୍କା ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ବ୍ୟାସନଗର ପୌର ପରିଷଦର ବିଜେଡି କାଉନସିଲର ପାର୍ଥସାରଥି ନାୟକ ବ୍ୟାସ ସରୋବର ମେଳା କିମ୍ବା ବ୍ୟାସ ସରୋବର ବିକାଶ କାର୍ଯ୍ୟକୁ ବନ୍ଦ କରିବା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସେ ବିଜେଡିରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏହାବାଦ ରନତ୍ଗିରି, ଉଦୟଗିରି, ଲଳିତଗିରି, ଲାଙ୍ଗୁଡିି, ଓଳାଶୁଣି, ମହାବିନାୟକ, ଚଣ୍ଡିମନ୍ଦିର, ହାଟିଆଶୁଣି, ଦେଉଳି ଆଦି ପର୍ଯ୍ୟଟନସ୍ଥଳୀର ବିକାଶ କାଯର୍‌ୟ ଆଶାନୁରୂପ ହୋଇପାରିନାହିଁ।
ଖଣି ପ୍ରଭାବିିତ ସୁକିନ୍ଦା ଅଞ୍ଚଳ ସମେତ ଦାନଗଦି, ବଡ଼ଚଣା, ଧର୍ମଶାଳା, ରସୁଲପୁର, ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ଲୋକଙ୍କ ପାଇଁ ୮ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଚାଲିଛି। ଏଥିପାଇଁ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ରହିଛି। ଅଣଓଡ଼ିଆ ଠିକାସଂସ୍ଥାଗୁଡିକୁ ଏହି ପ୍ରକଳ୍ପଗୁଡିକ କାର୍ଯ୍ୟ ଦାୟିତ୍ୱ ଦିଆଯାଇଛି। ହେଲେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ଫଳରେ ସ୍ବଚ୍ଛ ପାନୀୟ ଜଳ ପାଇବା ଜିଲାବାସୀଙ୍କ ପାଇଁ କଷ୍ଟକର ହୋଇଛି। ଏହାସହ ୨୦୧୧-୧୨ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ପାର୍ବତୀ ଗିରି ମେଗା ଉଠା ଜଳସେଚନ ଯୋଜନାରେ ନିର୍ମାଣାଧୀନ ୧୨ଟି ଉଠା ଜଳସେଚନ ପ୍ରକଳ୍ପରୁ ଗୋଟିଏ ବି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ପାରିନାହିଁ।
ଚଣ୍ଡୀଖୋଲ-ଡୁବୁରୀ ୫୩ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଥିବାରୁ ଏହା ମରଣଯନ୍ତା ପାଲଟିଛି। ପ୍ରାୟ ପ୍ରତ୍ୟେକ ମାସ ୨ ରୁ ୩ ଜଣଙ୍କ ଦୁର୍ଘଟଣାରେ ଜୀବନ ଯାଉଛି। ଏହିସବୁ ଅବହେଳାଗୁଡ଼ିକର ସମାଧାନ କରିବାକୁ ଜିଲା ପ୍ରଶାସନ ପାଖରେ ସମୟ ନ ଥିବା ମନେ ହେଉଛି। ତେଣୁ ମିଳିତ ମଞ୍ଚ, ନାଗରିକ କମିଟି ଆଦି ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ପ୍ରସ୍ତୁତି ଚାଲିଥିବା ଜଣାପଡିଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, ବ୍ୟାସ ସରୋବର ଏବଂ ଜାତୀୟ ରାଜପଥ ମାମଲା ଏନ୍‌ଜିଟିରେ ବିଚାରାଧୀନ ରହିଛି। ତଥାପି କେତେକାଂଶରେ କାମ ଚାଲିଛି। ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହେବା ସ୍ଥିତିରେ ରହିଛି। ମେଗା ଉଠାଜଳସେଚନ ପ୍ରକଳ୍ପ କାମ ସମ୍ପର୍କରେ ତାଙ୍କ ଧାରଣା ନାହିଁ, ରିପୋର୍ଟ ଦେଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ଉଦ୍‌ଘାଟନ କଲେ ଚାଷୀ, ପ୍ରଶାସନ ଗୁରୁତ୍ୱ ଦେଇ…

ରିଷିଡ଼ା,୧୮।୧୨(ସୁଶାନ୍ତ ମଲ୍ଲିକ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପାକ୍ସ ଅଧୀନ ଖରଝୁରା ତାରିଣୀଛକଠାରେ ଗୁରୁବାର ଏକ ଧାନମଣ୍ଡି ଚାଷୀମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଉପମଣ୍ଡି...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ , ପାଟି ଶୁଣି ପଡ଼ୋଶୀ ପହଞ୍ଚି…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରେ ଅଚାନକ ଲାଗିଗଲା ନିଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ପରିବାର। ଏଭଳି ଏକ...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri