ଗୋଷ୍ଠୀ ସଂଘର୍ଷରେ ଫୁଟିଲା ଗୁଳି

ବଲାଙ୍ଗୀର ଅଫିସ,୧୫ା୧: ବଲାଙ୍ଗୀର ସଦର ଥାନା ଅଧୀନ ସଦାଇପାଲିଠାରେ ଜମି ମାପଚୁପ ବେଳେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୁଳି ଫୁଟିଛି। ଏଥିରେ ଦିଲୀପ ପଟ୍ଟନାୟକ ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ କାନ୍ଧରେ ଗୁଳି ବାଜିଛି। ରବିବାର ସଦାଇପାଲିଠାରେ ଦିଲୀପ ଏବଂ ଅନ୍ୟ କେତେଜଣ ଯୁବକ ଏକ ଜମି ମାପଚୁପ କରୁଥିଲେ। ସେତିକିବେଳେ ଲମ୍ବୋଦର ସାଏ ଏବଂ ଅନ୍ୟ କେତେକ ଲୋକ ଘଟଣାସ୍ଥଳକୁ ଆସି ତାଙ୍କ ଜମିକୁ କାହିଁକି ମାପ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ।

ଉଭୟ ପକ୍ଷ ଉକ୍ତ ଜମିକୁ ନିଜର ଦର୍ଶାଇବା ପରେ ଯୁକ୍ତିତର୍କ ଓ ପରେ ମାରପିଟ୍‌ ହୋଇଥିଲା। ସେତିକିବେଳେ କେହି ଜଣେ ବନ୍ଧୁକରୁ ଗୁଳି ଚାଳନା କରିଥିଲେ। ଗୁଳିଟି ଦିଲୀପଙ୍କ କାନ୍ଧରେ ବାଜିଥିଲା। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଆହତ ଦିଲୀପଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ଏହି ଘଟଣାରେ ପୋଲିସ ଦୁଇଟି ମାମଲା ରୁଜୁ କରି ୭ ଜଣଙ୍କୁ ଗିରଫ କରିଛି। ପ୍ରଥମ ମାମଲା (୨୬/୨୩) ଅନୁଯାୟୀ ତାଲପାଲିପଡାର ଅଭିଯୁକ୍ତ ସୁରଜ ସାଇସୁଧା ପ୍ରଧାନ (୩୪), ରାମେଶ୍ୱର ନଗରର ସନ୍ତୋଷ କୁମାର ସାହୁ (୩୫), ସିଲୁ ପ୍ରଧାନ (୨୩)ଙ୍କୁ ଗିରଫ କରାଯାଇଛି। ଅନ୍ୟ ମାମଲା(୨୭/୨୩) ଅନୁଯାୟୀ ଅଭିଯୁକ୍ତ ଲମ୍ବୋଦର ସାଏ(୫୫), ଟିଶୁ ଓରଫ ଟିସୁରାଜ୍‌ (୨୬), ଉପେନ୍ଦ୍ର ସାଏ (୬୨), ଦାମୋଦର ସାଏ (୫୬)ଙ୍କୁ ଗିରଫ କରାଯାଇଛି। ତଦନ୍ତ ଜାରି ରଖିଛି ବୋଲି ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି  ଏନେଇ ବିଭିନ୍ନ ଜ୍ୟୋତିଷ ବିସାରଦ ବିଭିନ୍ନ ଗ୍ରହ ନକ୍ଷତ୍ରର ଚାଲିକୁ ଦେଖି ନୂଆ ବର୍ଷର ଭବିଷ୍ୟବାଣୀ କରିବା ଜାରି ରଖିଛନ୍ତି  ଏହାରି ମଧ୍ୟରେ ଶନିଙ୍କ ଚାଲି ଯୋଗୁଁ ନୂଆ ବର୍ଷରେ ଉପୁଜିବାକୁ ଥିବା ବିପଦ ପ୍ରାୟ ସମସ୍ତ ରାଶିର ବ୍ୟକ୍ତି ବିସେଷଙ୍କ ଧ୍ୟାନ ଆକର୍ଷଣ କରିଛି । ଜ୍ୟୋତିଷ ଗଣନା ଅନୁସାରେ ୨୦୨୬ ମସିହାରେ ଶନିଙ୍କର କୈଣସି ଗୋଚର ଚାଲି ନାହିଁ ଏଣୁ ୨୦୨୫ ଭଳି ୨୦୨୬ରେ ମଧ୍ୟ ମେଷ, କୁମ୍ଭ ଓ ମୀନ ରାଶିରେ ଶନିଙ୍କ ସାଢେ ସାତ ଚାଲି ଜାରି ରହିବ ଏହି ସାଢେ ସାତ ଚାଲିର ପ୍ରଥମ ସୋପାନ ମେଷ ରାଶିରେ, ତୃତୀୟ ସୋପାନ କୁମ୍ଭ ରାଶିରେ ଓ ଦ୍ୱିତୀୟ ସୋପାନ ମୀନ ରାଶିରେ ସଂଗଠିତ ହେବାକୁ ଯାଉଛି ।  ମୀନ ରାଶିରେ ଶନିଦେବଙ୍କ ସାଢେ ସାତ ଚାଲିର ଦ୍ୱିତୀୟ ସୋପାନ ରହୁଥିବାରୁ ଏହି ରାଶିତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଚାକିରି, ବ୍ୟବସାୟ ଓ କ୍ୟାରିୟର କ୍ଷେତ୍ରରେ ବଡ ବାଧା ଉପୁଜିବ ।  ବାରମ୍ୱାର ଅସପଳତା ଯୋଗୁଁ ମନ ସର୍ବଦା ନିରାଶ ରହିବ । ଏହାଛଡା ଆପଣ ମାନସିକ ଚାପ ଅନୁଭବ କରିପାରନ୍ତି । ସଫଳତା ପାଇଁ ଅପଣଙ୍କୁ ଅବଶ୍ୟକତାଠୁ ଢେର ଅଧିକ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ମାମଲାରେ ଆପଣଙ୍କୁ ଅଧିକ କ୍ଷତି ସହିବାକୁ ପଡିବ । ଆପମଙ୍କ ଲାଭ ତଥା ଆୟ ତଲମୁହାଁ ହେବ । ଆପମଙ୍କର ଖର୍ଚ୍ଚ ବଢିବା ସହ ସଞ୍ଚୟର ପରିମାଣ କମିକମି ଯିବ । ଏହାଛଡା ଆପଣ ବିଭିନ୍ନ ସ୍ଥାନରେ କରିଥିବା ନିବେଶ ବୁଡିଯିବାର ଆଶଙ୍କା ମଧ୍ୟ ରହିଛି ।

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri