ଆଦାୟ ଅର୍ଥରେ କୁପାରୀ ମକରମେଳା

ଖଇରା,୧୪।୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀଠାରେ ପ୍ରସିଦ୍ଧ କପିଳମୁନି ମକର ମେଳା ଜାକଜମକରେ ଆରମ୍ଭ ହେବ। ମେଳା ଯଜ୍ଞ ଓ ମହୋତ୍ସବକୁ ଶାନ୍ତିଶୃଙ୍ଖଳାରେ କିପରି ଆୟୋଜନ କରାଯାଇପାରିବ ସେଥିପାଇଁ କମିଟି କର୍ମକର୍ତ୍ତାମାନେ ଦିନରାତି ଏକ କରିଦେଇଛନ୍ତି । ମେଳା ଆରମ୍ଭ ସମ୍ପର୍କରେ କୁହାଯାଏ ସ୍ବାଧୀନତା ପୂର୍ବରୁ କୁପାରୀ ୩ ଶାସକଙ୍କ ଅଧୀନରେ ଥିଲା ।
ଗୋଟିଏ ଅଂଶ ନୀଳଗିରି ଗଡଜାତ ରାଜାଙ୍କ ଅଧୀନରେ ଥିବା ଅନ୍ୟ ଏକ ଅଂଶ ଶାସକ ରତ୍ନାକର ବାବୁଙ୍କ କଚେରୀ ଅଧୀନରେ ଏବଂ ଶେଷ ଭାଗ ଖାସମାହାଲ ଶାସକଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଘଟଣାକ୍ରମେ ୧୯୩୭ ମସିହାରେ ଡାହି ତିଶଳପୁର ଗ୍ରାମର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ବିବାଦୀୟ ମାମଲାରେ ଜଡିତ ହେବା ମୀମାଂସା ପରେ ତାଙ୍କ ନିକଟରୁ ୩ଶହ ଟଙ୍କା ଆଦାୟ କରାଯାଇଥିଲା। ଖାସମାହାଲ ଅଧୀନରେ ଥିବା ଜାଗା(ବର୍ତ୍ତମାନର ମେଳାସ୍ଥାନ)ରେ ମକର ମେଳା ଆରମ୍ଭ ପାଇଁ ତତ୍କାଳୀନ ତହସିଲଦାର ନାରାୟଣ ଲେଙ୍କାଙ୍କ ପ୍ରଚେଷ୍ଟାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ତାଙ୍କୁ ଦିବଙ୍ଗତ ବନମାଳୀ ମହାପାତ୍ର, ସଚ୍ଚିଦାନନ୍ଦ ମହାପାତ୍ର, ହାଡିବନ୍ଧୁ ଜେନା, ଭୋଗିରାମ ମୁଖୀଙ୍କ ସମେତ ଆହୁରି ଅନେକ ବ୍ୟକ୍ତି ସହଯୋଗ କରିଥିଲେ। ନିଜେ ତହସିଲଦାର ଗଙ୍ଗାସାଗରରୁ ମାଟି ଆଣବା ପରେ ଟିକିରା ପ୍ରତିଷ୍ଠା କରି କପିଳମୁନୀଙ୍କ ମାଟି ମୂର୍ତ୍ତୀ ରଖି ମୀମାଂସ ଏବଂ ବିଭିନ୍ନ ଗ୍ରାମରୁ ସଂଗ୍ରହୀତ ଅର୍ଥରେ ପୂଜା ହୋଇଥିଲା । ପ୍ରଥମେ ଏହା ଗଡପୋଖରୀ ପଞ୍ଚାୟତ ଅଧୀନରେ ଥିବା ବେଳେ ପରବର୍ତ୍ତୀ ସମୟରେ କୁପାରୀ ପାଠାଗାର ଅଧୀନକୁ ଆସିଥିଲା ।
ତା’ପରେ ଗ୍ରାମ କମିଟିକୁ ହସ୍ତାନ୍ତର କରାଯାଇଥିଲା । ଏବେ ମେଳାର କଳେବର ଯଥେଷ୍ଟ ବଢିଯାଇଥିବା ବେଳେ ବିଗତ ଦିନରେ ସ୍ବର୍ଗତ ଗଜେନ୍ଦ୍ର ରାଉତ, ପରେ ଗଜେନ୍ଦ୍ର ଦାସ ଏବଂ ବର୍ତ୍ତମାନ ଅମ୍ବିକାର ଆଶ୍ରମର ମହନ୍ତ ଶୁଭେନ୍ଦୁ ମୁନୀ ଓ ଯୁବନେତା ଜୟନ୍ତ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୯ବର୍ଷ ଧରି ମେଳା ହୋଇଆସୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri