କଡ଼ାକଡ଼ି ହେବ ଟ୍ରାଫିକ୍‌ ବ୍ୟବସ୍ଥା

ଢେଙ୍କାନାଳ ଅଫିସ,୧୩ା୧: ଢେଙ୍କାନାଳ ସହରରେ ଟ୍ରାଫିକ୍‌ ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜିଲା ପୋଲିସ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଗଡାଠାରୁ ବାଜିଚୌକ, ମହିଷାପାଟ ଓ କଣ୍ଟାନାଳି ଛକରେ ଟ୍ରାଫିକ୍‌ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ। ୧୮ବର୍ଷରୁ କମ୍‌ ବୟସ୍କ ପିଲା ବାଇକ୍‌ ଚଳାଇ ଧରାପଡ଼ିଲେ ଜରିମାନା ଗଣିବେ। ଦ୍ରୁତଗତିରେ ଗାଡ଼ିଚାଳନା, ଟ୍ରାଫିକ୍‌ ନିୟମ ଭାଙ୍ଗିଲେ କିମ୍ବା ବେଆଇନ ପାର୍କିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିଲାଗି ୧୫ଦିନ ଯାଏ ସଚେତନ କରାଯିବ। ଏହାପରେ ଜରିମାନା ଆଦାୟ ସହ ଥାନାରେ ମାମଲା ଦାର କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ବୈଠକରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ ମିଶ୍ର, ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର, ଏମ୍‌ଭିଆଇ ଦେବାଶିଷ ସ୍ବାଇଁ, ବଜରଙ୍ଗ କ୍ଲବର ସନ୍ଦୀପ ଷଡ଼ଙ୍ଗୀ, ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଶିଳ୍ପ ଓ ବାଣିଜ୍ୟ ସଂଘ ସଭାପତି ରାଜେନ୍ଦ୍ର ଦାସ, ପୌର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର, ଗଣେଶ ବଜାର ପୂଜା କମିଟି କାର୍ଯ୍ୟକାରୀ ସଭାପତି ଶରତ ସାହୁ, ସମ୍ପାଦକ ବିଶ୍ୱନାଥ ବେହେରା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭ ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ଜୋର୍‌ଦାର

ହାଟଡିହୀ,୧୫ା୫(ଶୁଭକାନ୍ତ ନାୟକ): ବୁଧବାର ୭ଟି ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ଜୋର୍‌ଦାର କରିଛି ବିଜେଡି। ପ୍ରଥମେ କର୍ମୀମାନେ ବିଦ୍ୟାଧରପୁର ବଜାରଠାରେ ଏକଜୁଟ୍‌ ହୋଇଥିଲେ। ପରେ ବିଜେଡି ବିଧାୟକ...

ଭାଜପା ସରକାର ଜନବିରୋଧୀ ସରକାର: ପାଣ୍ଡିଆନ

ଦେବଗଡ଼,୧୫ା୫: ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ବୁଧବାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମୟରେ ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା...

ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏହି ୩ ବଡ଼ ପ୍ରତିଶ୍ରୁତି, କହିଲେ…

ଦେବଗଡ଼,୧୫ା୫: ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ବୁଧବାର ଜୋର୍‌ଦାର୍‌ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ଯଥା ବିଏସ୍‌କେଓ୍ବାଇ...

ଓଡ଼ିଶାରେ ଓମ୍‌ ବିର୍ଲା : ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି

ଭୁବନେଶ୍ୱର,୧୫।୫: ଲୋକସଭା ବାଚସ୍ପତି ତଥା ଭାଜପା ନେତା ଓମ ପ୍ରକାଶ ବିର୍ଲା ବୁଧବାର ବାଲେଶ୍ୱରରେ ପହଞ୍ଚିଛନ୍ତି। ଦଳୀୟ ସମାବେଶକୁ ସମ୍ବୋଧନ କରି ବାଚସ୍ପତି ଓମ ବିର୍ଲା...

ରାହୁଲଙ୍କ ବଡ଼ ଘୋଷଣା, ଜୁଲାଇ ୪ରୁ ଅକାଉଣ୍ଟକୁ ଆସିବ ଟଙ୍କା, ଅଙ୍ଗନବାଡି କର୍ମୀଙ୍କୁ ମିଳିବ…

ବଲାଙ୍ଗୀର,୧୫।୫: ବଲାଙ୍ଗୀରରେ କଂଗ୍ରେସ କରିଛି ତଗଡା ପ୍ରଚାର। କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଜନସଭାକୁ...

ବିଭାଗର ଦୂରଦୃଷ୍ଟି ଅଭାବରୁ ରାଥିବାଲି ଜଳପ୍ରପାତ ନେଉଛି ଜୀବନ

ପଟ୍ଟାଙ୍ଗି,୧୫ା୫(ଶରତ ଧଳ): ଖରାଦିନ ହେଉ ବା ପର୍ଯ୍ୟଟନ ଋତୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ନିଜ ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ସହ ବୁଲିବାକୁ ଯାଇଥାନ୍ତି। ତେବେ...

କଂଗ୍ରେସର ବଡ଼ ପ୍ଲାନ, ଓଡ଼ିଶାରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୫: ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଝାରସୁଗୁଡାରେ ପହଞ୍ଚିଛନ୍ତି ରାହୁଲ । ବର୍ତ୍ତମାନ ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗୀର ଅଭିମୁଖେ...

ବାଲିଚୋରଙ୍କ କବଜାରେ ଋଷିକୁଲ୍ୟା

ପୁରୁଷୋତ୍ତମପୁର,୧୫ା୫(ସୀମାଞ୍ଚଳମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ବାଲି ଘାଟରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ଦିନକୁ ଦିନ ବଢିଚାଲିଛି। ଏଥିପ୍ରତି ପୋଲିସ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri