ନରହନ୍ତା ହାତୀ ଦଳରେ ମିଶିଲା

ଢେଙ୍କାନାଳ ଅଫିସ,୧୦ା୧: ଅନୁଗୋଳ ଜିଲାରେ ୪ଟି ଜୀବନ ନେଇଥିବା ନରହନ୍ତା ହାତୀ ଢେଙ୍କାନାଳ ଜିଲାରେ ପ୍ରବେଶ କରି ସୋମବାର ହିନ୍ଦୋଳ ରେଞ୍ଜ ତର୍କାବେଡା ଜଙ୍ଗଲରେ ଏକ ହାତୀ ଦଳରେ ମିଶିଯାଇଥିବା ଜଣାପଡିଛି। ତଥାପି ଉକ୍ତ ନରହନ୍ତା ହାତୀକୁ ନେଇ ବନବିଭାଗର ଚିନ୍ତା ବଢିବାରେ ଲାଗିଛି। ହାତୀଟିର ଗତିବିଧି ଉପରେ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି।
ହାତୀ ଆକ୍ରମଣରେ ଅନୁଗୋଳ ଜିଲାରେ ଗୋଟିଏ ଦିନରେ ୪ଜଣଙ୍କ ମୃତ୍ୟୁ ପରେ ଢେଙ୍କାନାଳ ଜିଲା ପ୍ରଶାସନ ସତର୍କ ହୋଇଉଠିଛି। ଜିଲାର ହାତୀ ଉପଦ୍ରବ ଅଞ୍ଚଳ ଗୁଡିକରେ ଲୋକଙ୍କୁ ସତର୍କ କରାଇବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିବାକୁ ସମସ୍ତ ଉପଖଣ୍ଡର ଉପଜିଲାପାଳ, ସମସ୍ତ ତହସିଲଦାର ଓ ବନ ଅଧିକାରୀଙ୍କୁ ଜିଲାପାଳ ସରୋଜ କୁମାର ସେଠୀ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ସନ୍ଧ୍ୟାରେ, ରାତି ଓ ଭୋର ସମୟରେ ବାହାରକୁ ନ ଯିବା ପାଇଁ ଜିଲାପାଳ ନିବେଦନ କରିଛନ୍ତି। ଏଥିସହିତ ହାତୀ ଉପଦ୍ରବ ଅଞ୍ଚଳର ରାସ୍ତାରେ ଲୋକମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସାଇରନ ବଜାଇବା ସହିତ ପାଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ଜିଲାପାଳ, ଜିଲା ବନଖଣ୍ଡ ଅଧିକାରୀଙ୍କୁ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ କହିଛନ୍ତି, ଯେହେତୁ ପଡ଼ୋଶୀ ଅନୁଗୋଳ ଜିଲାରେ ହାତୀ ଆକ୍ରମଣରେ ୪ଜଣଙ୍କ ଜୀବନହାନି ଘଟିଛି, ଏହାକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି ା ସମସ୍ତ ଉପଜିଲାପାଳ ଓ ତହସିଲଦାରଙ୍କୁ ହାତୀ ଥିବା ଅଞ୍ଚଳର ଲୋକମାନଙ୍କୁ ମାଇକ ଦ୍ୱାରା ସଚେତନ କରିବା ପାଇଁ କୁହାଯାଇଛି। ସେହିପରି ବନବିଭାଗ ପକ୍ଷରୁ ମଧ୍ୟ ପାଟ୍ରୋଲିଂକୁ କଡାକଡି କରିବା ସହିତ ଲୋକମାନେ ଯେପରି ହାତୀକୁ ବିଚଳିତ ତଥା ହଇରାଣ କରିବେ ନାହିଁ ସେ ନେଇ ସଚେତନ କରାଇବାକୁ ପରାମର୍ଶ ଦିଆଯାଇଛି। କାରଣ ହାତୀ ବିଚଳିତ ହେଲେ ଅଧିକ ହିଂସ୍ର ହୋଇ କ୍ଷୟକ୍ଷତି କରାଇବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri