ସାକ୍ଷୀଗୋପାଳ ମନ୍ଦିର ନିକଟରେ ଜଳିଗଲା ତୀର୍ଥଯାତ୍ରୀ ବସ୍‌

ସାକ୍ଷୀଗୋପାଳ,୧୦।୧ (ସ୍ବ.ପ୍ର./ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ପଛପାଶର୍‌ବରେ ପାର୍କିଂ କରିଥିବା ଏକ ତୀର୍ଥଯାତ୍ରୀ ବସ୍‌ରେ ସୋମବାର ମଧ୍ୟାହ୍ନରେ ନିଅଁା ଲାଗିଯାଇଛି। ବସ୍‌ର ଯାତ୍ରୀମାନେ ସ୍ନାନ,ଶୌଚ ଓ ମନ୍ଦିର ବୁଲିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ଫଳରେ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି। ହେଲେ ବସ୍‌ରେ ନିଅଁା ବ୍ୟାପୀ ଯିବାରୁ କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଜଳିଯାଇଥିଲା। କିନ୍ତୁ ବସ୍‌ରେ ଥିବା ଯାତ୍ରୀମାନଙ୍କର ଆସବାବପତ୍ର, ଟଙ୍କା, ଜରୁରୀ କାଗଜପତ୍ର ଜଳିଯାଇଛି।
ଅନୁଯାୟୀ, ମଧ୍ୟପ୍ରଦେଶ ଗ୍ବାଲିୟର ଅଞ୍ଚଳରୁ ୩ଟି ବସ୍‌ରେ ପ୍ରାୟ ୧୨୦ଜଣ ତୀର୍ଥଯାତ୍ରୀ ଗଙ୍ଗାସାଗର ଓ ଚାରିଧାମ ଯାତ୍ରାରେ ବାହାରିଥିଲେ। ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ତୀର୍ଥଯାତ୍ରାର ସାକ୍ଷୀଦେବାକୁ ଶ୍ରୀସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ ପାଇଁ ସେମାନେ ସାକ୍ଷୀଗୋପାଳରେ ପହଞ୍ଚତ୍ଥିଲେ। ଏଠାରେ ଦର୍ଶନ ସାରି ସେମାନେ ଅପରାହ୍ନରେ ରାମେଶ୍ବର ତୀର୍ଥ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଥିଲେ। ୩ଟି ବସ୍‌ ସତ୍ୟବାଦୀ ହାଇସ୍କୁଲ ସମ୍ମୁଖ ଓ ସାକ୍ଷୀଗୋପାଳ ମନ୍ଦିର ନିକଟରେ ପାର୍କିଂ କରିବା ସହ କେତେଜଣ ଯାତ୍ରୀ ମନ୍ଦିର ଯାଇଥିବା ବେଳେ ଅନ୍ୟ କେତେଜଣ ସ୍ନାନ ପାଇଁ ଯାଇଥିଲେ। ଏହି ସମୟରେ ମନ୍ଦିର ପଛ ପାର୍ଶ୍ୱରେ ଥିବା ନଂ. ୟୁପି ୭୫ ଏଟି ୧୭୭୬ ବିଶିଷ୍ଟ ବସ୍‌ର ପଛରୁ ଧୂଅଁା ବାହାରିଥିଲା। ସେଠାରେ ଥିବା ଉପସ୍ଥିତ ବସ୍‌ କର୍ମଚାରୀ ଏହା ଦେଖି ପାଣି ପକାଇଥିଲେ। କିନ୍ତୁ ବସ୍‌ର ସିଟ ଓ ଆଗପାର୍ଶ୍ୱ ପ୍ଲାଷ୍ଟିକ ସାମଗ୍ରୀରେ ନିଅଁା ଲାଗି ବ୍ୟାପିଯାଇ ନିମିଷକ ମଧ୍ୟରେ ସମ୍ପୂର୍ଣ୍ଣ ବସ୍‌କୁ ଲାଗିଯାଇଥିଲା। ଫଳରେ ପ୍ରବଳ ଧୂଆଁ ବାହାରି ଆକାଶରେ ଏକ କଳା ବାଦଲ ଛାଇଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଓ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଖବରପାଇ ସାକ୍ଷୀଗୋପାଳ ଦମକଳ କେନ୍ଦ୍ର ଅଧିକାରୀ ମନୋଜ କୁମାର ପାତ୍ର ଓ ତାଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁ ଲିଭାଇଥିଲେ। ପରେ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଡିଓ, ତହସିଲଦାର, ସତ୍ୟବାଦୀ ଥାନାଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚତ୍ ଯାତ୍ରୀମାନଙ୍କୁ ସାକ୍ଷୀଗୋପାଳ ମନ୍ଦିର ପାନ୍ଥଶାଳାରେ ରହିବା ସହିତ ଖାଦ୍ୟ ଯୋଗାଇଥିଲେ। ସମସ୍ତ ବ୍ୟବସ୍ଥା ସହିତ ଖୁବ ଶୀଘ୍ର ତୀର୍ଥ ଯାତ୍ରୀମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇ ଦିଆଯିବାର ବନ୍ଦୋବସ୍ତ କରାଯିବ ବୋଲି ବିଧାୟକ କହିଛନ୍ତି। ଅନ୍ୟପଟେ ସତ୍ୟବାଦୀରେ ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଦୁର୍ଘଟଣା ଖବରପାଇ ଘଟଣାସ୍ଥଳକୁ ଯାଇଥିଲେ। ତେବେ ନିଅଁା ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ଶଟସର୍କିଟରୁ ନିଅଁା ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri