୧୬% ବୃଦ୍ଧି ପାଇଛି କୋଇଲା ଉତ୍ପାଦନ

ନୂଆଦିଲ୍ଲୀ, ୪।୧: ଗତ ଆର୍ଥିକ ବର୍ଷ ଅପେକ୍ଷା ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈ ମାସିକ ଶେଷ ସୁଦ୍ଧା ଦେଶର କୋଇଲା ଉତ୍ପାଦନ ବୃଦ୍ଧି ପାଇଥିବା କୋଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏପରିକି ୨୦୨୨-୨୩ ବର୍ଷର ପ୍ରଥମ ୯ମାସ (ଏପ୍ରିଲରୁ ଡିସେମ୍ବର) ମଧ୍ୟରେ ଦେଶରେ କୋଇଲା ଉପତ୍ାଦନ ୧୬% (୧୬.୩୯)ରୁ ଅଧିକ ବୃଦ୍ଧି ଘଟି ପ୍ରାୟ ୬୦୮ (୬୦୭.୯୭) ମିଲିୟନ୍‌ ଟନ୍‌ରେ ପହଞ୍ଚତ୍ଛି। ବିଶେଷ କରି ୨୦୨୧-୨୨ ବର୍ଷର ସମାନ ଅବଧି ମଧ୍ୟରେ ଦେଶର କୋଇଲା ଉତ୍ପାଦନ ୫୨୨ (୫୨୨.୩୪) ମିଲିୟନ୍‌ ଟନରୁ ଅଧିକ ରହିଥିଲା ହେଲେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ସଂଖ୍ୟା ବୃଦ୍ଧି ପାଇଥିବା ମଙ୍ଗଳବାର କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କୋଲ୍‌ ଇଣ୍ଡିଆ ଲିମିଟେଡ଼୍‌ ଉତ୍ପାଦନରେ ୧୫.୮୨% ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର ସୁଦ୍ଧା ୪୭୯.୦୫ ନିୟୁତ ଟନ୍‌ ଶୁଖଲା ଇନ୍ଧନ ଉତ୍ପାଦନ ରେକର୍ଡ କରାଯାଇଛି। ଦେଶରେ ବନ୍ଦ ହୋଇ ପଡିରହିଥିବା କୋଇଲା ବ୍ଲକ୍‌ ଗୁଡ଼ିକର ଖଣି କ୍ଷମତା ଅଧିକ ବ୍ୟବହାର ହେତୁ କୋଇଲା ଉତ୍ପାଦନରେ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ,କୋଇଲା ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ୧୪୧ଟି ନୂତନ କୋଇଲା ବ୍ଲକ୍‌ ନିଲାମ ପାଇଁ ରଖାଯାଇଛି ବୋଲି କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri