Posted inRasifala

ରାଶିଫଳ: ବୁଧବାର, ଜାନୁୟାରୀ ୪ ତାରିଖ – Daily Horoscope

ମେଷ
ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡ଼ିକୁ ପୁଣି ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତ୍ତିକା ନକ୍ଷତ୍ର ବନ୍ଧୁ ମାନଙ୍କ ପରାମର୍ଶକୁ ସମ୍ମାନ ଦେଇ କାମରେ ଲଗାଇ ପାରନ୍ତି। ଦକ୍ଷତାର ସହ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବାରେ ସମର୍ଥ ହେବେ। ଅଫିସରେ ଜଣେ ବନ୍ଧୁଙ୍କ ଅବୁଝା କଥାକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
ବୃଷ
ବୃଷ
ଦୃଢ଼ ମନୋବଳ ନେଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ ଏବଂ ପୂର୍ଣ୍ଣ ସଫଳତା ପାଇବେ। ମୃଗଶିରା ନକ୍ଷତ୍ରର ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ବେଶ୍‌ ଭଲରେ ଚାଲିବ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସଭାସମିତି, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା କ୍ଷେତ୍ରରେ ଆଶଙ୍କା ଦୂର ହେବ।
ମିଥୁନ
ମିଥୁନ
ଆଜି କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ପ୍ରଶଂସା ପ୍ରାପ୍ତି ସଙ୍ଗକୁ ଉପହାର କିମ୍ବା ଉପଢ଼ୌକନ ପାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଆର୍ଥିକ ଉନ୍ନତି ହେବ। ମନ ଭୁଲାଣିଆ କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ବିଭିନ୍ନ ଯୋଜନା, ସାଂଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ଆଶା ରହିଛି।
କର୍କଟ
କର୍କଟ
କୌଣସି ଦ୍ୱନ୍ଦ୍ୱାମତ୍କ ଆଲୋଚନା କର୍ମକ୍ଷେତ୍ରର ଆଶାକୁ ନୈରାଶ୍ୟଜନକ କରିପାରେ। ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବତା ହେତୁ ନିର୍ଦ୍ଦିଷ୍ଟ ସମୟରେ କରିବାକୁଥିବା କାମ ବିଗିଡ଼ି ଯାଇପାରେ। ସ୍ବାଭିମାନୀ ହେବା ମାନସିକ ଅଶାନ୍ତିର କାରଣ ହେବ। ପୁନର୍ବସୁ ନକ୍ଷତ୍ରର ବିବାଦର ସମାଧାନ ଓ ନୂତନ କାମରେ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବେ।
ସି˚ହ
ସି˚ହ
ବନ୍ଧୁଙ୍କ ସହୃଦୟତା ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ସହାନୁଭୂତିପୂର୍ଣ୍ଣ ଚିନ୍ତାଧାରା ପାରିବାରିକ ଜୀବନକୁ ସରସ ଓ ସୁନ୍ଦର କରିବ। ଅପରାହ୍ନେ କୌଣସି ମାଙ୍ଗଳିକ କାର୍ଯ୍ୟ ସକାଶେ ବିତର୍କର ସମ୍ମୁଖୀନ ହୋଇପାରନ୍ତି। ମଘା ନକ୍ଷତ୍ର ବିସ୍ମରଣଜନିତ କେତେକ ବ୍ୟତିକ୍ରମ ଯାତ୍ରା ସମୟରେ ଅନୁଭବ କରିବେ।
କନ୍ୟା
ମାନସିକ ଅସ୍ଥିରତା ହେତୁ କୌଣସି ଠିକ୍‌ ନିଷ୍ପତ୍ତି ନେଇ ନ ପାରି ଦ୍ୱନ୍ଦ୍ୱରେ ପଡ଼ିବେ। ଯେତେ ଭଲ କାମ କଲେ ମଧ୍ୟ ଧନହାନି କାରଣରୁ ମନ ଅଶାନ୍ତ ରହିବ। ଭଲ ପଡୁ ନ ଥିବା ଲୋକଙ୍କ ଗୁଜବ ମନକୁ ଚହଲାଇ ଦେଇପାରେ। ଅବଶ୍ୟ ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଲକ୍ଷ୍ୟ ପୂରଣ ସଙ୍ଗକୁ ସାହାଯ୍ୟ, ସହଯୋଗ ଓ ସମ୍ମାନ ପାଇ ଆନନ୍ଦିତ ହେବେ।
ତୁଳା
ତୁଳା
ଆଜି ଆର୍ଥିକ ଉନ୍ନତି, ପ୍ରତିଦ୍ୱନ୍ଦ୍ୱିତାରେ ବିଜୟ, ନୂତନ ବନ୍ଧୁ ସମ୍ପର୍କ ଓ ସହମତିର କାର୍ଯ୍ୟଧାରା ସକାଶେ ସାହାଯ୍ୟ କରିବ। ଜଣେ ପଡ଼ୋଶୀଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ସ୍ବାତୀ ନକ୍ଷତ୍ର ସକାଶେ ଧର୍ମକାର୍ଯ୍ୟ ପାଇଁ ସତ୍‌ସଙ୍ଗୀଙ୍କ ପ୍ରେରଣା ମିଳିପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣଜନିତ ବିରକ୍ତି ଅନୁଭବରେ ଆସିବ।
ବିଛା
ବିଛା
ଦୀର୍ଘଦିନର ସମସ୍ୟା ସହଜରେ ସମାଧାନ ହେବାରୁ ଖୁସି ହୋଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ଅନୁରାଧା ନକ୍ଷତ୍ରର ସାଧାରଣ କଥାକୁ କେନ୍ଦ୍ର କରି ଅପରାହ୍ନରେ ଟେନ୍‌ସନ ବଢ଼ିପାରେ। ସତ୍ୟ, ସଚ୍ଚୋଟ ଓ ନିର୍ଭୀକ ବିଚାରଧାରା ଶତ୍ରୁତା ସୃଷ୍ଟିକଲେ ମଧ୍ୟ ପ୍ରଶଂସିତ ହେବେ।
ଧନୁ
ଧନୁ
ହଠାତ୍‌ ରାଗି କିଛି ଅଶୋଭନୀୟ କାଣ୍ଡ ଘଟାଇପାରନ୍ତି। ପୂର୍ବାଷାଢ଼ା ନକ୍ଷତ୍ର ରାଶିଗୁଣାନୁସାରେ ଧନୁ ପରି ବଙ୍କାକଥାକୁ ସହି ନ ପାରି ଅସନ୍ତୁଷ୍ଟ ରହିବେ। ଅବଶ୍ୟ ବନ୍ଧୁମାନଙ୍କ ସହ ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ଅଭାବ ରହିବନି ଏବଂ ଶିଳ୍ପ,ବାଣିଜ୍ୟ,ବ୍ୟବସାୟରେ ମଧ୍ୟ ଉନ୍ନତି କରିବେ।
ମକର
ମକର
କର୍ମକ୍ଷେତ୍ରରେ ଅଥବା ଆନୁଷ୍ଠାନିକ କାମରେ ସହଭାଗିତା ହୋଇ ପ୍ରଶଂସିତ ହୋଇପାରନ୍ତି। ଜମିଜମା, ନିର୍ମାଣ, ଗବେଷଣା, ଯାତ୍ରା କ୍ଷେତ୍ରରେ ଉନ୍ନତ ଫଳ ପାଇବେ। ପାରିବାରିକ ସମସ୍ୟା ପ୍ରତିହତ କରିବାରେ ସମର୍ଥ ହେବେ। ଧନିଷ୍ଠା ନକ୍ଷତ୍ର ନିକଟ ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ, ସେଥିପାଇଁ ପାଖ ମାଡ଼ିବେ ନାହିଁ।
କୁମ୍ଭ
କୁମ୍ଭ
ଆଜି କେତେକ ସାଧାରଣ ଅସୁବିଧାକୁ ବାଦ୍‌ ଦେଲେ ଦିନଟିରେ ବହୁତ ଭଲ କାମ କରିବେ। ଗତକାଲିର ସ୍ଥଗିତ ଆଶା ପୂରଣ ହୋଇଯିବ, ଅର୍ଥ ପାଇ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବେ। ଅପରିହାର୍ଯ୍ୟ ଆବଶ୍ୟକତାକୁ ନେଇ ନୂତନ ଜିନିଷ କ୍ରୟ ପାଇଁ ମନ ବଳିବ। ପୂର୍ବଭାଦ୍ରବ ନକ୍ଷତ୍ର ପରିଚାଳନାଗତ ସମସ୍ୟାରେ ବ୍ୟସ୍ତତା ପ୍ରକାଶ କରିପାରନ୍ତି।
ମୀନମୀନ
କୌଣସି ବନ୍ଧୁଙ୍କୁ ପ୍ରତୀକ୍ଷା କରି ଆଖିରୁ ପାଣି ମରିଯିବ ସିନା ଦେଖା ପାଇବେ ନାହିଁ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ ତଥାପି ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ଆଶଙ୍କାକୁ ଏଡ଼ି ହେବ ନାହିଁ। ସଞ୍ଚତ୍ତ ଅର୍ଥକୁ ଉତ୍ତରଭାଦ୍ରବ ନକ୍ଷତ୍ର କୌଣସି ଅନ୍ୟ ଭିନ୍ନ ଉଦ୍ଦେଶ୍ୟରେ ବିନିଯୋଗ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri