ଜନବସତି ଉପରେ ୧୧ କେ.ଭି. ବିଦ୍ୟୁତ୍‌ ତାର

ରସୁଲପୁର,୨ା୧(ଡି.ଏନ.ଏ.):ରସୁଲପୁର ବ୍ଲକ ଅଧୀନ କୁଆଖିଆ ବାଜରର ଜନବହୁଳ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ସ୍ଥିତି ଦୟନୀୟ ଅବସ୍ଥାରେ ରହିଛି। ଏଠାରେ ଜନବସତି ଉପରେ ୧୧ ଓ ୩୩ କେ.ଭି. ବିଦ୍ୟୁତ୍‌ ତାର ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଝୁଲି ରହିଛି। ବିଦ୍ୟୁତ୍‌ ବିଭାଗର ଟାଳଟୁଳନୀତି ଯୋଗୁ ବଜାରର ଅନେକ ସ୍ଥାନରେ ବିଦ୍ୟୁତ୍‌ ସେବା ପ୍ରଦାନ ଆଳରେ ଧନଜୀବନ ବିପଦ ମଧ୍ୟକୁ ଠେଲି ହୋଇଯାଇଛି। ଏଭଳି ସମସ୍ୟା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗର ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଉଛି। ହେଲେ ଏହାର ପ୍ରତିକାର ଦିଗରେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଆଶୁ ପଦକ୍ଷେପ ନିଆଯାଉ ନାହିଁ। ବିଭାଗ ପକ୍ଷରୁ ବିଦ୍ୟୁତ୍‌ ଦେୟ ଆଦାୟରେ ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ସେହି ପରିମାଣରେ ମରାମତି ଓ ବିଦ୍ୟୁତ୍‌ ସେବା ପ୍ରଦାନ କରାଯାଉ ନ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ବଜାର ଅଞ୍ଚଳରେ ବିଦ୍ୟୁତ୍‌୍‌ ସରବରାହକୁ ମାଟିତଳେ କେବୁଲ ଜରିଆରେ ସଞ୍ଚାଳନ କରିବା ସହ ଖୋଲା ଆକାଶ ଓ ବାସସ୍ଥାନ ଉପରେ ଯାଇଥିବା ବିଦ୍ୟୁତ୍‌ ତାରକୁ କେବୁଲିଙ୍ଗ କରାଯାଇ ଧନଜୀବନକୁ ସୁରକ୍ଷା ଦେବା ଦିଗପେଦକ୍ଷେପ ଗ୍ରହଣ କରିବାକୁ ବଜାର ବ୍ୟବସାୟୀ, ସ୍ଥାୟୀ ବାସିନ୍ଦା ଓ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
ସୂଚନା ମୁତାବକ, ୧ ଏପ୍ରିଲ ୨୦୨୧ରୁ ଟାଟା ପାୱାର ହାତକୁ ବିଦ୍ୟୁତ୍‌ ବିଭାଗକୁ ଟେକି ଦିଆଯାଇଛି। ବିଦ୍ୟୁତ୍‌ ସରବରାହ କାର୍ଯ୍ୟ କମ୍ପାନୀ ହାତକୁ ନେବା ଅବଧି ୨୧ ମାସ ବିତିସାରିଲାଣି। ମାତ୍ର ସେବାରେ ସେଭଳି କିଛି ଆଖିଦୃଶିଆ ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ଟାଟା ପାଓ୍ବାର ବିଦାୟୀ କମ୍ପାନୀ ନେସ୍କୋ ପକ୍ଷରୁ ଉପଭୋକ୍ତାଙ୍କ ନାଁରେ ଥିବା ବକେୟା ବିଲକୁ ଆଦାୟ କରିବାରେ ଅଧିକ ଗୁୁରୁତ୍ୱ ଦେଉଛି। କମ୍ପାନୀ ସହ ଚୁକ୍ତି ବେଳେ ନିରନ୍ତର ବିଦ୍ୟୁତ୍‌ ସେବା, ଜନବସତି, ଛକ ବଜାର, ସହରାଞ୍ଚଳ ଆଦି ସ୍ଥାନରେ ସୁରକ୍ଷିତ ବିଦ୍ୟୁତ୍‌ ସଞ୍ଚାଳନ, ବିଦ୍ୟୁତ୍‌ ଚୋରିକୁ ରୋକିବା ପାଇଁ ବିଦ୍ୟୁତ୍‌କୁ କେବୁଲିଂ କରିବା, ଶିକ୍ଷାନୁଷ୍ଠାନ, ସ୍ବାସ୍ଥ୍ୟକେନ୍ଦ୍ର, ଅଙ୍ଗନୱାଡି କେନ୍ଦ୍ର, ହାଟ, ବାଜର, ଜଙ୍ଗଲ, ନଦୀ, କୃଷିକ୍ଷେତ ଆଦି ସ୍ଥାନରେ ସୁରକ୍ଷିତ ବିଦ୍ୟୁତ୍‌ ସରବରାହକୁ ଗୁରୁତ୍ୱ ଦିଆଯିବାକୁ ନିୟମ ରହିଛି। ହେଲେ ଏ ଦିଗରେ ଟାଟା ପାୱାର ଆଦୌ ଯତ୍ନବାନ ରହିଥିବା ଭଳି ମନେ ହେଉନାହିଁ। ବଡ଼ ଗଛ ଭିତରେ ଦେଇ ଯାଇଥିବା ବିଦ୍ୟୁତ୍‌ ତାରକୁ ସୁରକ୍ଷିତ ରଖିବା ପାଇଁ ବିଭାଗ କଣ୍ଡକ୍ଟର ବ୍ୟବହାର କରିବା ବଦଳରେ ଗଛକୁ କାଟି ସଫା କରିଦେଇ ପରିବେଶ ପ୍ରତି ପ୍ରତିକୂଳ ସ୍ଥିତି ସୃଷ୍ଟି କରୁଛି। ବଜାର ଅଞ୍ଚଳରେ ବିଦ୍ୟୁତ୍‌ ତାର ତଳେ ବହୁ ଜନବସତି ଗଢି ଉଠିଲାଣି। ଅନେକ ସ୍ଥାନରେ ବିଦ୍ୟୁତ୍‌ ତାର ଛାତ ଉପର ଦେଇ ଗତି କରିଛି। ଉକ୍ତ ଘରେ ବସବାସ କରୁଥିବା ଜନସାଧାରଣ ଛାତ ଉପରକୁ ଆସିଲେ ସେମାନଙ୍କ ଜୀବନ ପ୍ରତି ଭୟ ରହୁଛି। ଦୁର୍ବଳ ବିଦ୍ୟୁତ୍‌ ତାରରୁ ନିଆଁ ଝୁଲ ଉଡି ଅଗ୍ନିକାଣ୍ଡ ଭଳି ଅବସ୍ଥା ଉପୁଜୁଛି। ଏହାର ପ୍ରତିକାର ପାଇଁ ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଷଣ କରାଯାଉଛି। ଏ ଦିଗରେ ବିଭାଗ ସହଯୋଗ କରିବା ବଦଳରେ ଅଭିଯୋଗକାରୀଙ୍କୁ ନିଜସ୍ବ ଖର୍ଚ୍ଚରେ ମରାମତି କରିବାକୁ ପରାମର୍ଶ ଦେଇ ଚୁପ୍‌ ବସିଯାଉଛି। ଜନବସତି ସ୍ଥାନରେ ବିଦ୍ୟୁତ୍‌ ତାରଗୁଡିକୁ କେବୁଲିଂ କରିବାକୁ ନିୟମ ରହିଛି। ତାକୁ ବିଭାଗ ପକ୍ଷରୁ ଆଦୌ କାର୍ଯ୍ୟକାରୀ କରାଯାଉ ନାହିଁ। ବଜାର ଅଞ୍ଚଳରେ ବିପଦ ସଂକୁଳ ଅବସ୍ଥାରେ ଝୁଲୁଥିବା ବିଦ୍ୟୁତ୍‌ ମିଟର ବକ୍ସଗୁଡିକୁ ଠିକ୍‌ ଭାବେ ସ୍ଥାନିତ କରାଯାଇ ପାରିନାହିଁ। କୁଆଖିଆ ବଜାରଠାରୁ ମାତ୍ର ୫୦୦ମିଟର ଦୂରରେ ବିଦ୍ୟୁତ୍‌ ଡିଭିଜନ ଓ ସବଡିଭିଜନ କାର୍ଯ୍ୟାଳୟ ଏବଂ ବଜାର ଉପରେ କୁଆଖିଆ ସେକ୍ସନ ଅବସ୍ଥିତ। ଏହିଭଳି ତ୍ରୁଟି ବିଚ୍ୟୁତି ସର୍ବଦା ବିଭାଗୀୟ ଅଧିକାରୀଙ୍କ ନଜରରେ ପଡୁଛି। ହେଲେ ସେଥିରେ ସୁଧାର ଆଣିବାରେ ବିଭାଗ ପକ୍ଷରୁ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଉ ନାହିଁ। ଏନେଇ ଟାଟା ପାୱାରର କୁଆଖିଆ ସବ୍‌ଡିଭିଜନର ସହକାରୀ ଯନ୍ତ୍ରୀ ସୀତାଶୁଂ ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ବଜାର ଅଞ୍ଚଳ ଘର ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଥିବା ତାରଗୁଡ଼ିକୁ ଘର ମାଲିକମାନେ ନିଜସ୍ବ ଖର୍ଚ୍ଚରେ ସ୍ଥାନାନ୍ତର କରିବେ। ସେମାନେ ତା’ର ତଳେ କାହିଁକି ଘର କରୁଥିଲେ ବୋଲି ସେ ଓଲଟା ପ୍ରଶ୍ନ କରିବା ସହ ଲୋକେ ଯଦି ଭାବୁଛନ୍ତି ବିଭାଗ କରୁନାହିଁ ତେବେ ସେମାନେ କୋର୍ଟର ଆଶ୍ରୟ କାହିଁକି ନେଉନାହାନ୍ତି ବୋଲି ଶତପଥୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri