Posted inଫୁରସତ

ରକ୍ତରେ ଚିତ୍ର

କାନ୍‌ଭାସ୍‌ରେ ଚିତ୍ରକର ରଙ୍ଗତୂଳୀ ସାହାଯ୍ୟରେ ଚିତ୍ର କରେ। ହେଲେ ଫିଲିପାଇନ୍ସର ଏଲିଟୋ ସିର୍‌କା ନାମକ ଜଣେ ଚିତ୍ରକର ଏଭଳି ଜିନିଷକୁ ବ୍ୟବହାର କରି ଚିତ୍ର କରୁଛନ୍ତି, ଯେଉଁଥିପାଇଁ ସେ ପ୍ରଶଂସିତ ହେବା ସହ ଅନେକେ ତାଙ୍କୁ କ୍ରିଟିସାଇଜ୍‌ ବି କରୁଛନ୍ତି। ସେ ନିଜ ରକ୍ତକୁ ବ୍ୟବହାର କରି ତିଆରି କରୁଛନ୍ତି ଅନେକ ଆକର୍ଷକ କାନ୍‌ଭାସ୍‌ ପେଣ୍ଟିଂ। ଗରିବ ପରିବାରରେ ଜନ୍ମ ହୋଇଥିବାରୁ ଏଲିଟୋ ସିର୍‌କା ଚିତ୍ର କରିବା ଲାଗି ସାମଗ୍ରୀ କିଣି ପାରୁ ନ ଥିଲେ। ତେଣୁ ସେ ପେଣ୍ଟିଂ କରିବା ପାଇଁ ବିଭିନ୍ନ ପ୍ରକାରର ଅଦରକାରୀ ସାମଗ୍ରୀ ବ୍ୟବହାର କରିବା ଆରମ୍ଭ କରିଥିଲେ। ଆଉ ଶେଷରେ ସେ ନିଜ ରକ୍ତକୁ ବ୍ୟବହାର ଚିତ୍ର କରିବା ଆରମ୍ଭ କଲେ। ସେହି ପେଣ୍ଟିଂଗୁଡିକୁ ତାଙ୍କୁ ବେଶି ନିଜର ଲାଗିଲା। ତାହା ତାଙ୍କ ଜୀବନର ଅଙ୍ଗ ପାଲଟିଗଲା। ତେବେ ଏହି ରକ୍ତକୁ ନିଜ ଶରୀରରୁ ବାହାର କରିବା ପାଇଁ ୩ ମାସରେ ଥରେ କ୍ଲିନିକ୍‌କୁ ଯାଇ ନିଜ ରକ୍ତକୁ ଶରୀରରୁ ବାହାର କରନ୍ତି। ଆଉ ତାକୁ ତାଙ୍କ ଷ୍ଟୁଡିଓର ଫ୍ରିଜର୍‌ରେ ଷ୍ଟୋର କରି ରଖନ୍ତି। ଆବଶ୍ୟକ ବେଳେ ସେଥିରୁ କିଛି କିଛିକୁ ବାହାର କରି ପେଣ୍ଟିଂ କରନ୍ତି। ସେ କୁହନ୍ତି, ରକ୍ତରେ ପେଣ୍ଟିଂ କରୁଥିବାରୁ ଅନେକେ ମତେ କ୍ରିଟିସାଇଜ କରନ୍ତି। ହେଲେ ମୁଁ ଲୋକଙ୍କ ମନରେ ରକ୍ତକୁ ନେଇ ଥିବା ଭୟକୁ ଦୂର କରିବାକୁ ଚାହେଁ। ରକ୍ତର ଅର୍ଥ ମୃତ୍ୟୁ ନୁହେଁ ବରଂ ପ୍ରେମ ଓ ଜୀବନ ବୋଲି ଜଣାଇବାକୁ ଚାହେଁ।


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri