‘ବିର୍ଲା ଆଗ୍ରୋ ମେଶିନର ନୂତନ ଉତ୍ପାଦ ଉନ୍ମୋଚିତ’

ଭୁବନେଶ୍ୱର,୩୧ା୧୨: ମାସ୍ବାଦକର ଅଟୋଲାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ବିର୍ଲା ଆଗ୍ରୋ ମେଶିନ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ଶୁକ୍ରବାର ସ୍ଥାନୀୟ କଟକରୋଡ୍‌ସ୍ଥିତ ଏକ ହୋଟେଲ ପରିସରରେ ଦିନିକିଆ ରାଜ୍ୟସ୍ତରୀୟ ଡିଲର ମିଟ୍‌ ସାଙ୍ଗକୁ ନୂତନ ଉତ୍ପାଦ ଉନ୍ମୋଚନ କରାଯାଇଥିଲା। ବିଶେଷକରି ବିର୍ଲା ଆଗ୍ରୋ ମେଶିନର ନୂତନ ଉପତ୍ାଦ ‘ପାୱାର ୱେଡ୍‌ର ବିଏଏମ୍‌ ୭୩୨ଜି’ର ଉନ୍ମୋଚନ କରାଯାଇଥିଲା। ଏପରିକି ମାସ୍ବାଦକର ଅଟୋଲାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ନିନାଦ ଶାହ, ବିର୍ଲା ଆଗ୍ରୋ ମେଶିନର ମାର୍କେଟିଂ ମୁଖ୍ୟ ସାଜ୍ଜନ ସଇନି ଏବଂ ଜୟ କିଷାନ ଏଗ୍ରି ସଲ୍ୟୁସନ୍‌ର ସିଇଓ କଳ୍ପତରୁ ସାହୁଙ୍କ ଉପସ୍ଥିତିରେ ନୂଆ ମେଶିନ୍‌ ଓ ଟୁଲ୍‌ସକୁ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ କମ୍ପାନୀ ପକ୍ଷରୁ ‘ମିସନ୧୦୦୦’ ନାମକ ଏକ ସେଲ୍‌ସ ପ୍ରତିଯୋଗିତାର ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଥିଲା। ଉକ୍ତ ଉତ୍ପାଦଗୁଡିକ ମୁଖ୍ୟତଃ ଓଡ଼ିଶାର କୃଷକମାନଙ୍କ ପାଇଁ ପ୍ରସ୍ତୁତି କରାଯାଇଛି। ଏପରିକି ଏଠାକାର କୃଷକଙ୍କୁ ଯେଉଁସବୁ ସୁବିଧା ଆବଶ୍ୟକ ତାହାକୁ ଦୃଷ୍ଟିରେ ରଖି ଏଭଳି ଯନ୍ତ୍ରପାତି ତିଆରି କରାଯାଇଛି। ଏହି ପରିପ୍ରେକ୍ଷୀରେ ବିର୍ଲା ଆଗ୍ରୋ ମେଶିନ ପକ୍ଷରୁ ଏକ ଅଲ୍‌ ଓଡ଼ିଶା ଡିଲର ମିଟ୍‌ ସହ କୃଷି ଯାନ୍ତ୍ରିକୀକରଣ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ସରକାରଙ୍କ କୃଷି ଓ ଖାଦ୍ୟ ଉପତ୍ାଦନ ବିଭାଗର ମୁଖ୍ୟଯନ୍ତ୍ରୀ ଇଂ ରାଜେନ୍ଦ୍ର ବେସରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଯାନ୍ତ୍ରିକୀକରଣର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି କୃଷି ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କେ.ଏସ୍‌. ଚନ୍ଦ୍ରଶେଖର, ନୂଆଦିଲ୍ଲୀ ସାମାଜିକ,ଅର୍ଥନୈତିକ ଅଧ୍ୟୟନ କେନ୍ଦ୍ରର ପରାମର୍ଶଦାତା ଅକ୍ଷୟ କୁମାର ସାହୁ ଏବଂ ଜୟ କିଷାନ ଏଗ୍ରି ସଲ୍ୟୁସନ୍ସର ସିଇଓ କଳ୍ପତରୁ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷି ଯନ୍ତ୍ରପାତି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତତ ମତ ଉପସ୍ଥାପନ କରିଥିଲେ।
ଉଲ୍ଲେଖଯୋଗ୍ୟ, ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଡିଲର ମଧ୍ୟ ଅଂଶଗ୍ରହଣ କରିଥିଲେ। ଏପରିକି କାର୍ଯ୍ୟକ୍ରମରେ ଉପସ୍ଥିତ ଡିଲରମାନଙ୍କୁ ନୂଆ ମେଶିନ୍‌ ଓ ଟୁଲ୍‌ସଗୁଡିକର ବିଭିନ୍ନ ଦିଗ ଏବଂ ଲାଭ ବିଷୟରେ ଅବଗତ କରାଯାଇଥିଲା। ପରିଶେଷରେ ବିକ୍ରି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଡିଲରମାନଙ୍କୁ ସାର୍ଟିଫିକେଟ ଏବଂ ମେମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri