ବିଧାୟକ ଶଶିଭୂଷଣଙ୍କ କାର୍‌କୁ ଅଣ୍ଡାମାଡ଼, ଜଣେ ଅଟକ

କେନ୍ଦ୍ରାପଡ଼ା ଅଫିସ,୨୯ା୧୨: କେନ୍ଦ୍ରାପଡ଼ା ଜିଲାରେ ଶାସକ ଦଳର ନେତାଙ୍କୁ ବିରୋଧ ଜାରି ରହିଛି। ଗତ ଅକ୍ଟୋବରରେ ରାଜ୍ୟ ସମବାୟ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଜମ୍ବୁଘାଟଠାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ଗୁରୁବାର ପୂର୍ବାହ୍ନରେ ଏପରି ବିରୋଧ କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ମିଶନ ଶକ୍ତିର ସ୍ବାବଲମ୍ବୀ ଗୃହ ଉଦ୍‌ଘାଟନକୁ ଯାଉଥିବା ବେଳେ ବଗଡ଼ାଠାରେ ବିଧାୟକ ବେହେରାଙ୍କ କାର୍‌ ଉପରକୁ ଅଣ୍ଡାମାଡ଼ ହୋଇଛି। ତେବେ ଅଣ୍ଡା ପଛରେ ଆସୁଥିବା ସମର୍ଥକଙ୍କ କାର୍‌ ଉପରେ ମାଡ଼ ହୋଇଛି। ଏହି ଘଟଣାରେ ବଗଡ଼ା ଗ୍ରାମର ରାଜେନ୍ଦ୍ର ପ୍ରଧାନ ଓରଫ ଆବୁଆଙ୍କୁ ସଦର ଥାନା ପୋଲିସ ଘଟଣାସ୍ଥଳରୁ ଆଣି ଥାନାରେ ଅଟକ ରଖିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ, ବଗଡ଼ାଠାରେ ସ୍ବାବଲମ୍ବୀ ଗୃହ ଉଦ୍‌ଘାଟନ ପାଇଁ ବିଧାୟକ ବେହେରା ଗ୍ରାମ ରାସ୍ତାରେ ଯାଉଥିଲେ। ଏହି ସମୟରେ ଗ୍ରାମ ରାସ୍ତା ନିକଟରେ ଠିଆ ହୋଇଥିବା ଆବୁଆ ବିଧାୟକଙ୍କୁ ଫେରିଯାଅ କହି ଅଣ୍ଡାମାଡ଼ କରିଥିଲେ। ଏହାର କାରଣ ସମ୍ପର୍କରେ ସେ କହିଛନ୍ତି, ଗତ ନିର୍ବାଚନ ପର ଠାରୁ ବଗଡ଼ା ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସମାଧାନ ଲୋଡ଼ିଥିଲେ। ଏଥିରୁ କୌଣସି ସୁଫଳ ମିଳିନାହିଁ। ବିଧାୟକ ବେହେରାଙ୍କର ଗତ ସମୟ ଅବଧି ମଧ୍ୟରେ ଦେଖା ନ ଥିବା ବେଳେ କେବଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ସମୟରେ ଦେଖା ଯାଉଛନ୍ତି। ଏହାବ୍ୟତୀତ ବିଧାୟକଙ୍କ ପୁଅ ମଧ୍ୟ ବିଭିନ୍ନ ଉନ୍ନୟନ ଯୋଜନାରେ ହସ୍ତକ୍ଷେପ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ୁଛି। ଅନ୍‌ଲାଇନ୍‌ର ଓ୍ବାନ ଟାଇମ୍‌ ପାଶଓ୍ବାର୍ଡ (ଓଟିପି) ପରି ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ବେହେରା ଓ୍ବାନ୍‌ ଟାଇମ ଏମ୍‌ଏଲ୍‌ଏ (ଏଟିଏମ୍‌) ପରି ବ୍ୟବହାର ଦେଖାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ବିରୋଧ କରାଅଣ୍ଡା ମାଡ଼ ସମ୍ପର୍କରେ ବିଧାୟକ ବେହେରାଙ୍କୁ ବ୍ଲକ ଅଧୀନ କପାଳେଶ୍ୱର ସ୍ବାବଲମ୍ବୀ ଗୃହଠାରେ ପଚାରିବାରୁ ଏସମ୍ପର୍କରେ କୌଣସି ମତ ନ ରଖି ଗାଡ଼ିରେ ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ସଦର ଥାନା ଏସ୍‌ଆଇ ତଥା ତଦନ୍ତ ଅଧିକାରୀ ପ୍ରଭୂପ୍ରସାଦ ସାହାଣୀ କହିଛନ୍ତି, ଅଣ୍ଡାମାଡ଼ ସମ୍ପର୍କରେ କୌଣସି ଅଭିଯୋଗପତ୍ର ମିଳିନାହିଁ। ସ୍ଥାନୀୟ ଅଞ୍ଚଳରୁ ସୂଚନା ମିଳିବା ପରେ ଆବୁଆଙ୍କୁ ଥାନାକୁ ଅଣାଯାଇଛି। ଘଟଣା ସମ୍ପର୍କରେ ଏବେ ଅନୁଧ୍ୟାନ ଚାଲିଛି। ଆବଶ୍ୟକ ହେଲେ ଥାନା ପକ୍ଷରୁ ମାମଲା ହେବ ବୋଲି ଏସ୍‌ଆଇ ସାହାଣୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri