୨୦ ବର୍ଷରେ ୨୦ ଗୁଣା ବଢ଼ିଛି ଆରଆଇଏଲ୍‌ ରାଜସ୍ବ

ନୂଆଦିଲ୍ଲୀ,୨୯।୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି (ଆର୍‌ଆଇଏଲ୍‌)ର ବର୍ତ୍ତମାନର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆର୍‌ଆଇଏଲ୍‌ରେ ୨୦ ବର୍ଷ ପୂରଣ କରିଛନ୍ତି। ଏପରିକି ୨୦୦୨ରେ ରିଲାଏନ୍ସର ପ୍ରତିଷ୍ଠାତା ତଥା ମୁକେଶଙ୍କ ପିତା ଧୀରୁ ଭାଇ ଅମ୍ବାନୀଙ୍କ ଅକାଳ ବିୟୋଗ ପରେ ମୁକେଶ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାର ଗ୍ରହଣ କରିଥିଲେ। ବିଶେଷକରି ସେ କମ୍ପାନୀର ନେତୃତ୍ୱ ଭାର ନେବା ପରଠାରୁ ଯେଉଁ ସଫଳତାର ଧାରା ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି। ଅପରପକ୍ଷରେ ମୁକେଶ ରିଲାଏନ୍ସର ମଙ୍ଗ ସମ୍ଭାଳିବା ପରେ ଗତ ୨ ଦଶନ୍ଧି ମଧ୍ୟରେ କମ୍ପାନୀର ରାଜସ୍ବ ଓ ଲାଭ ସହ ବଜାର ପୁଞ୍ଜୀକରଣରେ ମଧ୍ୟ ଲଗାତର ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହୋଇଛି। ଗତ ୨୦ ବର୍ଷ ମଧ୍ୟରେ କମ୍ପାନୀର ଲାଭ ୨୦ (୨୦.୬) ଗୁଣା ବଢ଼ିଥିବା ବେଳେ ବଜାର ପୁଞ୍ଜୀକରଣ ପ୍ରାୟ ୪୨ ଗୁଣା ବୃଦ୍ଧି ପାଇଛି।

ସେହିଭଳି ମୁକେଶଙ୍କ ବ୍ୟବସାୟ ପରିଚାଳନା ଶୈଳୀ ଅନ୍ୟ ଶିଳ୍ପପତିମାନଙ୍କଠାରୁ ଭିନ୍ନ ବୋଲି କୁହାଯାଉଛି। ଫଳରେ ରିଲାଏନ୍ସରେ କେବଳ ବଡ଼ ଧରଣର ରୂପାନ୍ତରଣ ହୋଇନି, ବରଂ ନିବେଶକମାନେ ମଧ୍ୟ ବେଶ ୍‌ ଲାଭବାନ୍‌ ହୋଇଛନ୍ତି। ପ୍ରତିବର୍ଷ ୮୭ ହଜାର କୋଟି ଟଙ୍କା ହିସାବରେ ନିବେଶକମାନେ ୧୭.୪ ଲକ୍ଷ କୋଟି ଟଙ୍କା ପାଇଛନ୍ତି। ଏହି ସ୍ବଳ୍ପ ସମୟ ମଧ୍ୟରେ ରିଲାଏନ୍ସ ବିଶ୍ୱର ବଡ଼ ବଡ଼ ସଂସ୍ଥାଠାରୁ ଅନେକ ନିବେଶ ହାସଲ କରିଛି। ବିଶେଷକରି ଫେସ୍‌ବୁକ୍‌, ଗୁଗଲ୍‌ ଏବଂ ବିପି ଭଳି ବିଶ୍ୱସ୍ତରୀୟ ସଂସ୍ଥା ରିଲାଏନ୍ସରେ ନିବେଶ କରିବାକୁ ଆଗେଇ ଆସିଛନ୍ତି। ସେହିଭଳି ଦେଶର ସବୁଠୁ ବଡ଼ କମ୍ପାନୀର ସଫଳତା କାହାଣୀର ଅନେକ ଅଧ୍ୟାୟକୁ ମୁକେଶ ତାଙ୍କ ହାତରେ ଲେଖିଛନ୍ତି। ପେଟ୍ରୋଲିୟମ କାରବାରରୁ ଯାତ୍ରା ଆରମ୍ଭ କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ବର୍ତ୍ତମାନ ଟେଲିକମ୍‌ ଏବଂ ରିଟେଲ କ୍ଷେତ୍ରରେ ଏକ ଅଗ୍ରଣୀ ବ୍ୟବସାୟୀ ସାଙ୍ଗକୁ ଅନେକ ସଫଳତା ମଧ୍ୟ ହାସଲ କରିଛି। ମୁକେଶ ହିଁ ପ୍ରଥମେ ଡାଟାକୁ ‘ନୂଆ ତୈଳ’ ବୋଲି କହିଥିଲେ। ଜିଓର ଡାଟା ଦେଶରେ ସାଧାରଣ ଲୋକଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ଦେଶ ନୁହେଁ ସାରା ଦୁନିଆର ଅନ୍ୟତମ ବୃହତ୍‌ ଟେଲିକମ୍‌ କମ୍ପାନୀ ଜିଓକୁ ମୁକେଶ ପ୍ରତିଷ୍ଠା କରିଛନ୍ତି। ବହୁ କମ୍‌ ସମୟ ମଧ୍ୟରେ ଜିଓ ଅନେକ ସଫଳତା ପାଇଛି। ଡିଜିଟାଲ ଦୁନିଆରେ ଏହାର ପ୍ରଭାବ ସମସ୍ତଙ୍କୁ ଚକିତ କରିଛି। ଏପରିକି ସବୁଠୁ ଅଧିକ ଡିଜିଟାଲ ନେଣଦେଣର ରେକର୍ଡ ମଧ୍ୟ ଭାରତ ନାଁରେ ରହିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଠେଲା ବେପାରୀଙ୍କଠାରୁ ଆରମ୍ଭ କରି ପଞ୍ଚତାରକା ହୋଟେଲ ପର୍ଯ୍ୟନ୍ତ ସବୁଆଡ଼େ ଡିଜିଟାଲ ପେମେଣ୍ଟ ସୁବିଧା ରହିଛି।

ଏଥିପାଇଁ ସରକାର ଭରପୂର ପ୍ରୟାସ କରିଥିବା ବେଳେ ରିଲାଏନ୍ସ ଜିଓର ମଧ୍ୟ ବଡ଼ ହାତ ରହିଛି। ଯେଉଁ ୧ ଜିବି ଡାଟା ପୂର୍ବରୁ ୨୫୦ ଟଙ୍କାରେ ମିଳୁଥିଲା, ଜିଓ ଆସିବା ପରେ ସେହି ଦାମ୍‌ ପ୍ରାୟ ୧୦ ଟଙ୍କାକୁ ଖସିଆସିଛି। ଡାଟା ବ୍ୟବହାରରେ ଭାରତ ୨୦୧୬ରେ ୧୫୦ତମ ସ୍ଥାନରେ ଥିଲା। ଏବେ ତାହା ସବୁ ଦେଶକୁ ପଛରେ ପକାଇ ୧ ନମ୍ବର ହୋଇଛି। ସେହିପରି ରିଟେଲ କ୍ଷେତ୍ରରେ ରିଲାଏନ୍ସ ବିଶ୍ୱର ବଡ଼ବଡ଼ କମ୍ପାନୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଅନ୍‌ଲାଇନରୁ ଆରମ୍ଭକରି ଅଫ୍‌ଲାଇନ, ରିଟେଲ ଏବଂ ପାଇକାରୀ ଆଦି କ୍ଷେତ୍ରରେ ମୁକେଶଙ୍କ ନେତୃତ୍ୱରେ ରିଲାଏନ୍ସ ଏହାର ସ୍ଥିତିକୁ ବେଶ୍‌ ମଜଭୁତ କରିଛି। ଆମାଜନ, ଫ୍ଲପିକାର୍ଟ ଓ ୱାଲ୍‌ମାର୍ଟ ଭଳି କମ୍ପାନୀ ରିଲାଏନ୍ସକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର କରୁଛନ୍ତି। ରିଲାଏନ୍ସ ରିଟେଲ ଦ୍ରୁତଗତିରେ ଷ୍ଟୋର ସଂଖ୍ୟା ବଢ଼ାଉଛି। ଗତବର୍ଷ ପ୍ରତିଦିନ କମ୍ପାନୀ ହାରାହାରି ୭ଟି ନୂଆ ଷ୍ଟୋର ଖୋଲିବାର ରେକର୍ଡ କରିଛି। ରାଜସ୍ବ ଦୃଷ୍ଟିରୁ ମଧ୍ୟ ରିଲାଏନ୍ସ ରିଟେଲ ଦେଶର ୧ ନମ୍ବର ରିଟେଲ କମ୍ପାନୀ ହୋଇଛି।

ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଜାମନଗରରେ ନ୍ୟୁ ଏନର୍ଜି ପାଇଁ ୭୫ ହଜାର କୋଟି ଟଙ୍କା ନିବେଶକରି ନୂଆ ଗିଗା ଫ୍ୟାକ୍ଟ୍ରି ସ୍ଥାପନ ସହ ସୋଲାର ଏନର୍ଜି (ସୌରଶକ୍ତି) ଓ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଉପରେ ମଧ୍ୟ ବେଶ୍‌ ଦ୍ରୁତଗତିରେ କାମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri