ତଟକ୍ଷୟ: ବିପଦରେ ନାଶୀ-୨, ହାବେଳିଖଟି, ଏକକୁଳା

କେନ୍ଦ୍ରାପଡ଼ା ଅଫିସ, ୨୭ା୧୨:କେନ୍ଦ୍ରାପଡ଼ା ଜିଲାରେ ତଟକ୍ଷୟ ଏବେ ଚିନ୍ତାଜନକ ସ୍ଥିତିରେ ଅଛି। ଜିଲାର ୪୮ କିଲୋମିଟର ତଟ ମଧ୍ୟରୁ ୨୮ କି.ମି. ଅଞ୍ଚଳରେ ସମୁଦ୍ର ମାଡି ଆସୁଛି। ପୂର୍ଣ୍ଣିମା, ଅମାବାସ୍ୟା ତିଥିରେ ସମୁଦ୍ର ଲୁଣା ବନ୍ଧ ଡେଇଁ ଚାଷକୁ କ୍ଷତି କରୁଛି। ଗତ ବର୍ଷକ ମଧ୍ୟରେ ପ୍ରାୟ ୨ ବର୍ଗ କି.ମି.ର ଅଗରନାଶୀ ଦ୍ୱୀପ ସମୁଦ୍ର ମଧ୍ୟରେ ହଜିଯାଇଛି। ସେହିପରି ଏହି ଜୁଆର ମାଡ ଯୋଗୁ ନାଶୀ- ୨, ହାବେଳିଖଟି, ଏକକୁଳା ଆଦି ତଟକ୍ଷୟ ଯୋଗୁ ବିପଦରେ ପଡିଛି। ତେବେ ସମୁଦ୍ରତଟରେ ଥିବା ଘଞ୍ଚ ହେନ୍ତାଳବଣ ପ୍ରାୟ ୨୦ କି.ମି. ଅଞ୍ଚଳର ତଟକ୍ଷୟକୁ ରୋକି ପାରିଛି। ଅପରପକ୍ଷରେ ୱାର୍ଲଡ ବ୍ୟାଙ୍କ ସହାୟତାରେ ରାଜନଗର ପେଣ୍ଠଠାରେ ନିର୍ମିତ ଜିଓ ସିନ୍ଥେଟିକ ଟ୍ୟୁବ୍‌ୱାଲ ପ୍ରକଳ୍ପ ଫେଲ ମାରିଛି। ଟିୟୁବୱାଲକୁ ସୁରକ୍ଷା ଯୋଗାଇ ଦେଉଥିବା ପଥରବନ୍ଧ ନଷ୍ଟ ହୋଇଛି। ସେହିପରି ଟ୍ୟୁବ୍‌ୱାଲ ନିକଟସ୍ଥ ଘେରିବନ୍ଧ ଉପରେ ସମୁଦ୍ର ଜୁଆର ପ୍ରଭାବ ପକାଇଛି। ସମୁଦ୍ର ତଟଠାରୁ ୧୦ କି.ମି. ପରିଧି ମଧ୍ୟରେ ହେନ୍ତାଳବଣ ସୃଷ୍ଟି କରାଗଲେ ବନ୍ୟା, ବାତ୍ୟା ଓ ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ରାପଡ଼ା ଜିଲାକୁ ସୁରକ୍ଷିତ ରଖାଯାଇପାରିବ ବୋଲି ପରିବେଶବିତମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ଭିତରକନିକା ଇକୋ ସେନ୍‌ସିଟିଭ ମନିଟରିଂ ଜୋନ୍‌ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଜନ ଅଧିକାର ମଞ୍ଚ ସଭାପତି ଭୂବନ ମୋହନ ଜେନା, ଭିତରକନିକା ବଞ୍ଚାଅ ଅଭିଯାନର କର୍ମକର୍ତ୍ତା ସଞ୍ଜୟ ବେହୁରା, କ୍ଷୀତିଶ କୁମାର ସିଂହ ପ୍ରମୁଖ କହିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲାବାସୀଙ୍କ ପାଇଁ ହେନ୍ତାଳବଣ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷା ପ୍ରାଚୀର ଭାବେ ଛିଡା ହୋଇଛି। ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର, ବିରଳ ଅଲିଭରିଡଲେ କଇଁଛଙ୍କ ମିଳନସ୍ଥଳ ଭାବେ ପରିଚିତ ଗହୀରମଥା, ଓଡ଼ିଶାର ସର୍ବାଧିକ ଡଲ୍‌ଫିନ୍‌ ରହିଥିବା ସାମୁଦ୍ରିକ ଅଞ୍ଚଳ ଆଦି କ୍ଷେତ୍ରରେ ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ଜାତୀୟ ଉଦ୍ୟାନ ଏବେ ତଟକ୍ଷୟର ସମ୍ମୁଖୀନ ହୋଇଛି। ତେବେ ଏହାର ନିରାକରଣ ପାଇଁ ଅଧିକ ହେନ୍ତାଳ ବଣ ସୃଷ୍ଟି ଆବଶ୍ୟକ। ହେନ୍ତାଳର ନମନୀୟ ଗୁଣ ଗଛକୁ ଜୁଆର ମାଡରୁ ରକ୍ଷା କରୁଥିବା ବେଳେ ତଟକ୍ଷୟକୁ ରୋକିଥାଏ। ୧୯୯୯ ମହାବାତ୍ୟା ସମୟରେ ଏହାର ପ୍ରମାଣ ଦେଖିବାକୁ ମିଳିଥିଲା। ଜୁଆର ଉତ୍ତାଳ ହୋଇଥିଲେ ମଧ୍ୟ ଜିଲା ମଧ୍ୟକୁ ପ୍ରବେଶ କରୁଥିବା ସମୁଦ୍ର ପାଣିକୁ ରୋକୁଥିଲା। ଫଳରେ ଜଗତ୍‌ସିଂହପୁର ଜିଲା ପରି ଏତେସଂଖ୍ୟକ ଧନଜୀବନ ନଷ୍ଟ ହୋଇ ନ ଥିଲା। ୧୯୬୦ ମସିହାରୁ ତଟବର୍ତ୍ତୀ ଅଞ୍ଚଳରେ ବସତି ସ୍ଥାପନ ଫଳରେ ଭିତରକନିକାର ବହୁ ହେନ୍ତାଳବଣ ଜବରଦଖଲକୁ ଚାଲିଯାଇଛି। ଏଠାରେ ଥିବା ହେନ୍ତାଳ ବଣକୁ କାଟି ଚିଙ୍ଗୁଡି ଘେରି ଆଦି ନିର୍ମାଣ ଫଳରେ ତଟକ୍ଷୟ ଦ୍ରୁତ ବେଗରେ ବଢ଼ି ଚାଲିଛି। ଏହାଯୋଗୁ ସାତଭାୟା ପଞ୍ଚାୟତର ୫ଟି ଗ୍ରାମ ରାଜସ୍ବ ମାନଚିତ୍ରରୁ ହଜି ଯାଇଥିବା ବେଳେ ୬ଷ୍ଠତମ ରାଜସ୍ବ ଗ୍ରାମ ବରାହୀପୁର ନିଶ୍ଚିହ୍ନ ଅପେକ୍ଷାରେ ଅଛି। ସେହିପରି ୩୪ କୋଟି ଟଙ୍କା ବ୍ୟୟରେ ପେଣ୍ଠଠାରେ ନିର୍ମିତ ଜିଓ ଟିଉବୱାଲର ସ୍ଥାୟିତ୍ୱ ପ୍ରତି ସନ୍ଦେହ ଆସୁଛି। ମଧୁର ଜଳ ସଙ୍କଟ ଆଗାମୀ ଦିନରେ ଭିତରକନିକାର ଜୈବ ବିବିଧତାକୁ ନଷ୍ଟ କରିବ। ସମୁଦ୍ର ତଟଠାରୁ ୧୦ କି.ମି. ପରିଧି ମଧ୍ୟରେ ହେନ୍ତାଳବଣ ସୃଷ୍ଟି ହୋଇପାରିଲେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲାବାସୀଙ୍କ ଧନ ଜୀବନ ରକ୍ଷା ହେବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଯୋଗେନ୍ଦ୍ର ଯାଦବଙ୍କୁ ପଚାରିବାରେ ତଟରକ୍ଷା ପାଇଁ ହେନ୍ତାଳବଣ ଜରୁରୀ। ଏଥିପାଇଁ ବନ ବିଭାଗ କାର୍ଯ୍ୟ କରୁଛି। ଅନଧିକାର ପ୍ରବେଶକୁ ରୋକାଯିବା ସହ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଚିଙ୍ଗୁଡି ଘେରକୁ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ଉଚ୍ଛେଦ ଚାଲିଛି। ବନ ବିଭାଗ ପକ୍ଷରୁ ହେନ୍ତାଳ ବଣ ସୃଷ୍ଟି ପାଇଁ ପ୍ରୟାସ ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ହଜିଯାଇଥିବା ମନି ପର୍ସକୁ ଫେରାଇଲେ ଫରେଷ୍ଟ ଗାର୍ଡ

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପକାଇବାକୁ ଯାଉଥିବା ବେଳେ ସେଠାରୁ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ନାୟକଙ୍କୁ ଏକ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri