Posted inଜାତୀୟ

ଓବିସିଙ୍କ ପାଇଁ ଜାତି ଭିତ୍ତିକ ଜନଗଣନା: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଜବାବ ତଲବ…

ନୂଆଦିଲ୍ଲୀ,୨୪।୧୨ : ଆଗାମୀ ଜନଗଣନାରେ ଅନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ଜାତି ଭିତ୍ତିକ ଜନଗଣନା ଲାଗି ନିର୍ଦ୍ଦେଶ ଲୋଡିଥିବା ଆଦେବନରେ ସୁପ୍ରିମକୋର୍ଟ କେନ୍ଦ୍ର ତଥା ଅନ୍ୟ ପକ୍ଷକାରମାନଙ୍କୁ ଜବାବ ତଲବ କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦଚୂଡ଼ ଏବଂ ବିଚାରପତି ପି.ଏସ୍‌.ନରସିଂହାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଓବିସିଙ୍କ ପାଇଁ ଜାତି ଭିତ୍ତିକ ଜନଗଣନା ଦାବି ଉପରେ କେନ୍ଦ୍ର ସରକାର, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ତଥା ଅନ୍ୟମାନଙ୍କୁ ନୋଟିସ ଜାରି କରି ପ୍ରତିକ୍ରିୟା ଲୋଡିଛନ୍ତି।

ଏହି ପ୍ରସଙ୍ଗରେ ଯୁକ୍ତି ଶୁଣିବା ପରେ କୋର୍ଟ ଅନ୍ୟ ଏକ ସମାନ ମାମଲା ସହିତ ତାଲିକାଭୁକ୍ତ କରିଛନ୍ତି।

ସୂଚନାନୁସାରେ, ଆଡଭୋକେଟ କୃଷ୍ଣ କହ୍ନେୟା ପାଲ ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଆବେଦନ କରିଥିଲେ। ଏଥିରେ ସେ କହିଥିଲେ ଯେ ଜାତି ଭିତ୍ତିକ ସର୍ଭେ ଏବଂ ଜାତି ଭିତ୍ତିକ ଜନଗଣନା ଅଭାବରୁ ସରକାର ପଛୁଆ ବର୍ଗର ସମସ୍ତ ବିଭାଗ ସହିତ କଲ୍ୟାଣ ଯୋଜନାର ଲାଭ ବାଣ୍ଟିବାକୁ ଅସମର୍ଥ। ଏହି ଶ୍ରେଣୀଗୁଡ଼ିକରେ ଓବିସି ଗୁରୁତ୍ୱପୂର୍ଣ୍ଣ ।

ଏହା ସହିତ ସେ ଆବେଦନରେ ଯୁକ୍ତି ଦର୍ଶାଇଥିଲେ ଯେ ଉପଯୁକ୍ତ ତଥ୍ୟର ଅଭାବରେ ସଠିକ ନୀତି ପ୍ରସ୍ତୁତ ହୋଇପାରିବ ନାହିଁ। ୨୦୧୮ ରେ ତତ୍କାଳୀନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଓବିସି ଜନଗଣନା ଘୋଷଣା କରିଥିଲେ। ସେ କହିଥିଲେ ଯେ୨୦୨୧ ଜନଗଣନା ସମୟରେ ଓବିସି ଜନସଂଖ୍ୟାର ଜନଗଣନା ତଥ୍ୟ ପୃଥକ ଭାବରେ ସଂଗ୍ରହ କରାଯିବ। ଏହା ସତ୍ତ୍ୱେ କେନ୍ଦ୍ର ସରକାର ୨୦୧୭ ରେ ପ୍ରସ୍ତୁତ ରୋହିନୀ ଆୟୋଗର ରିପୋର୍ଟ ଉପସ୍ଥାପନ କରିନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

ଆଜି ପୁଣି ରାଜଧାନୀରେ ବାତିଲ ହେଲା ୧୦୦ ବିମାନ, ଏହି କାରଣରୁ…

ନୂଆଦିଲ୍ଲୀ,୨୦ା୧୨: ଶନିବାର ରାଜଧାନୀ ଦିଲ୍ଲୀରେ ପୁଣି ବହୁ ବିମାନ ବାତିଲ କରାଯାଇଛି। ତେବେ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ୧୦୦ରୁ ଊଦ୍ଧର୍‌ବ ବିମାନ ବାତିଲ କରାଯାଇଛି।...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

ପାକିସ୍ତାନକୁ କଲେ ଖୁବ ପ୍ରଶଂସା, ଟ୍ରମ୍ପଙ୍କୁ କହିଲେ ଶାନ୍ତି ଦୂତ, ରୁବିଓଙ୍କ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା!

ଓ୍ବାଶିଂଟନ,୨୦।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ

ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...

ବାଂଲାଦେଶ ହିଂସାକୁ ନେଇ ବଡ଼ ଚେତାବନୀ ଦେଲେ ଶଶି ଥରୁର! କହିଲେ ଏହା ଭାରତ ପାଇଁ…

ନୂଆଦିଲ୍ଲୀ,୨୦।୧୨: ବରିଷ୍ଠ କଂଗ୍ରେସ ନେତା ଏବଂ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଶଶି ଥରୁର ବାଂଲାଦେଶରେ ବଢୁଥିବା ରାଜନୈତିକ ସଙ୍କଟ ସମ୍ପର୍କରେ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri