ବଡ଼ବଡ଼ିଆଙ୍କୁ ଉଚ୍ଛେଦ କରିପାରୁନି ବିଏମ୍‌ସି

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଭୁବନେଶ୍ୱରରେ ଅନେକ ସରକାରୀ ଜମି ଲୋକଙ୍କ କବ୍‌ଜାରେ ରହିଛି। ଏହା ଉପରେ ଜବରଦଖଲ କରି କେତେଜଣ ଲୋକ ବ୍ୟବସାୟ ପ୍ରତିଷ୍ଠାନ ଗଢି ଲାଭବାନ୍‌ ହେଉଛନ୍ତି। ତେବେ ସରକାରୀ ଜମିକୁ ଜିଏ ବିଭାଗ ବିଏମ୍‌ସିକୁ ହସ୍ତାନ୍ତର କରିବା ପରେ ବି ସମ୍ପୃକ୍ତ ସ୍ଥାନରୁ ଜବରଦଖଲ ଉଚ୍ଛେଦ ହୋଇପାରୁ ନାହିଁ। ବିଏମ୍‌ସି କେବଳ ବସ୍ତିଲୋକ, ଉଠାଦୋକାନୀଙ୍କୁ ଉଚ୍ଛେଦ କରୁଥିବାବେଳେ ଜବରଦଖଲ କରିଥିବା ବଡ଼ବଡ଼ିଆ ଲୋକଙ୍କୁ ଉଚ୍ଛେଦ କରିପାରୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଲୋକଙ୍କ ସ୍ବାର୍ଥ ହାସଲ ପାଇଁ କର୍ପୋରେଟରଙ୍କୁ ରାସ୍ତାକୁ ଓହ୍ଲାଇ ଧାରଣା ଦେବାକୁ ପଡୁଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି। ଗତ କିଛିଦିନ ତଳେ ଓ୍ବାର୍ଡ ନଂ.୩୭ରେ ସରକାରୀ ପ୍ଲଟ୍‌ରୁ ଜବରଦଖଲ ଉଚ୍ଛେଦ ପାଇଁ ସ୍ଥାନୀୟ କର୍ପୋରେଟର ବନ୍ଦିତା ପାଲ୍‌ ଧାରଣାରେ ବସିଥିଲେ। ୮ଦିନର ଧାରଣା ପରେ ତାଙ୍କ ଦାବି ପୂରଣ ହୋଇଥିଲା। ଏବେ ପୁଣି ଓ୍ବାର୍ଡ ନଂ. ୫୫ରେ ସମାବସ୍ଥା ହେବାରୁ କର୍ପୋରେଟର ନୃପେଶ କୁମାର ନାୟକ ଆମରଣ ଅନଶନ ଆରମ୍ଭ କରିଛନ୍ତି।
ଉକ୍ତ ଓ୍ବାର୍ଡର ଗୌତମ ନଗର ଅଞ୍ଚଳର ପ୍ଲଟ୍‌ ନଂ. ୩୪୭/୪୧୮୮ (୮୪ ଡିସିମିଲ୍‌) ଏବଂ ପ୍ଲଟ ନଂ. ୨୪୭ (୮୫ ଡିସିମିଲ୍‌) ସରକାରୀ ଜାଗାକୁ ଜଣେ ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି। ଏହାକୁ ବିଏମ୍‌ସିକୁ ହସ୍ତାନ୍ତର କରିବା ପାଇଁ ଜିଏ ବିଭାଗ ୨୫ ସେପ୍ଟେମ୍ବର ୨୦୧୭ରେ ନିର୍ଦ୍ଦେଶନାମା ଜାରି କରିଥିଲେ। ମାତ୍ର ଏହା ମଧ୍ୟରେ ୫ବର୍ଷ ବିତି ଯାଇଥିଲେ ବି ସମ୍ପୃକ୍ତ ଅଞ୍ଚଳରୁ ଜବରଦଖଲ ହଟାଯାଇ ନାହିଁ। ଏପରିକି ନୂତନ କର୍ପୋରେଶନ ଆସିବା ପରେ ଚଳିତବର୍ଷ ୩ଥର ଜବରଦଖଲ ହଟାଇବା ପାଇଁ ବିଏମ୍‌ସି ପକ୍ଷରୁ ଅର୍ଡର ଜାରି କରିବା ପରେ ବି ଉଚ୍ଛେଦ ନ ହୋଇ ଟିମ୍‌ ଫେରିଯାଉଛି। ତେଣୁ ବିଏମ୍‌ସି, ବିଡିଏ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ସଲାସୁତରାରେ ଏହା ହେଉଥିବା କର୍ପୋରେଟର ନାୟକ ଅଭିଯୋଗ କରିଛନ୍ତି। ଗୁରୁବାର ସେଠାରେ ଉଚ୍ଛେଦ ହେବାକୁ ଥିବାରୁ ଟିମ୍‌ ଯେପରି ଖାଲି ହାତରେ ନ ଫେରେ ସେଥିପାଇଁ କର୍ପୋରେଟର ନିଜେ ସମର୍ଥକଙ୍କ ସହ ସେଠାକୁ ଯାଇଥିଲେ। ହେଲେ ଉଚ୍ଛେଦକାରୀ ଟିମ୍‌ ଫେରି ଯାଉଥିବାବେଳେ କର୍ପୋରେଟର ଏହାକୁ ବିରୋଧ କରିଥିଲେ। ସନ୍ଧ୍ୟାରେ କୌଣସି ଉଚ୍ଛେଦ କାର୍ଯ୍ୟ ହେବନାହିଁ ନିୟମ ଥିବାରୁ ଜାଣିଶୁଣି ସନ୍ଧ୍ୟାବେଳକୁ ନାମକୁ ମାତ୍ର ଭଙ୍ଗା ଆରମ୍ଭ କରାଯାଇ ଟିମ୍‌ ଫେରିଯାଇଥିଲା। ଥରେ ଟିମ୍‌ ଫେରିଯିବା ପରେ ପୁଣିଥରେ ସେଠାରେ ଉଚ୍ଛେଦ କରିବା ପାଇଁ ଅତି କମ୍‌ରେ ୧ମାସ ସମୟ ଲାଗିବ। ତେଣୁ ଜାଣିଶୁଣି ଅଧିକାରୀମାନେ ଏଭଳି କରିଛନ୍ତି। ଏ ସମ୍ପର୍କରେ କର୍ପୋରେଟର ନୃପେଶ କହିଛନ୍ତି, ଜବରଦଖଲ କରିଥିବା ବ୍ୟକ୍ତି ପୁରୁଣା ଷ୍ଟେ ଅର୍ଡର ଦେଖାଇବା ସହ ଅଧିକାରୀମାନଙ୍କୁ ଅର୍ଥଲୋଭ ଦେଇ ହାତରେ ରଖିଛନ୍ତି। ଯେଉଁଥିପାଇଁ ଲୋକମାନଙ୍କ ସ୍ବାର୍ଥ୍ୟ ବଳି ପଡୁଛି। ଏ ସମ୍ପର୍କରେ ବିଏମ୍‌ସି କର୍ପୋରେଶନ ବୈଠକରେ ମଧ୍ୟ ଦାବି ଉପସ୍ଥାପନ କରିଥିଲି। ଏଠାରେ ଏକ ଶିଶୁ ଉଦ୍ୟାନ ଏବଂ କମ୍ୟୁନିଟି ସେଣ୍ଟର ହେବ ପାଇଁ ଯୋଜନା ରହିଛି। ଲୋକଙ୍କ ସ୍ବାର୍ଥ ପାଇଁ ଜବରଦଖଲ ଉଚ୍ଛେଦ ହେବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବି ବୋଲି ନୃପେଶ କହିଛନ୍ତି। ଗୋଟେପଟେ ହକି ବିଶ୍ୱକପ୍‌ ନଁାରେ ବିଏମ୍‌ସି, ବିଡିଏ ଦୋକାନ ବଜାର ଉଚ୍ଛେଦ କରି ସାଧାରଣ ଲୋକଙ୍କୁ ପେଟକୁ ନାତ ମାରୁଥିବାବେଳେ, ଅପରପକ୍ଷେ ଲାଭଖୋର ଅସାଧୁ ଲୋକଙ୍କୁ ପ୍ରଶୟ ଦେଇ ନିଜ ପକେଟ ଗରମ କରୁଛି। ଅଧିକାରୀମାନଙ୍କ ଏଭଳି ଦୋମୁହଁା ନୀତିକୁ ନେଇ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri