Odisha Elections 2024

ଆବାସ ଯୋଜନାରୁ ବଞ୍ଚିତ ୭ ଭୂମିହୀନ ପରିବାର

ରସୁଲପୁର,୨୦ା୧୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅଧୀନ ଭୋଟକା ପଞ୍ଚାୟତ ସମ୍ମୁଖରେ ଭଙ୍ଗାକୁଡିଆରେ ବସବାସ କରୁଥିବା ୭ ଭୂମିହୀନ ପରିବାର ସରକାରୀ ଆବାସରୁ ବଞ୍ଚତ୍ତ ହୋଇ ଆସୁଛନ୍ତି। ଚଳିତ ମାସ ୩୧ ତାରିଖ ସୁଧା ସମ୍ପୃକ୍ତ ଭୂମିହୀନ ପରିବାରକୁ ମୋ ଡିହ ଯୋଜନାରେ ଘରବାଡି ପଟ୍ଟା ପ୍ରଦାନ କରା ନ ଗଲେ ଆବାସ ଯୋଜନା ପାଇଁ ଉର୍ଦ୍ଦିଷ୍ଟ ସରକାରୀ ଅନୁଦାନ ଫେରିଯିବ ବୋଲି ସୂଚନା ମିଳିଛି। ଏପରି ହେଲେ ଉପରୋକ୍ତ ପରିବାର ସଦସ୍ୟଙ୍କ ଛାତ ଘରେ ବାସ କରିବାର ଆଶା ଧୂଳିସାତ୍‌ ହୋଇଯିବ ବୋଲି ମତ ପ୍ରକାଶ ପାଇଛି।
ସୂଚନ ଅନୁଯାୟୀ, ଆଜିକୁ ପ୍ରାୟ ୫୦ବର୍ଷ ଶ୍ରୀପତି ବେହେରା, କବି ବେହେରା, ଧ୍ୟାନ ବେହେରା, କୈଳାସ ବେହେରା, ରବି ବେହେରା, ଫକୀର ବେହେରାଙ୍କ ସେମେତ ୧୦ରୁ ଊର୍ଦ୍ଧ୍ୱ ପରିବାର ଭୋଟକା ପଞ୍ଚାୟତରେ ବସବାସ କରିଆସୁଛନ୍ତି ା ଏହି ପାଛିଆ ବୁଣା ଯାଯାବର ପରିବାର କାମଧନ୍ଦା ଖୋଜିବାକୁ ଆସି ଏଠାରେ ରହିଯାଇଥିଲେ। ସେମାନଙ୍କ ବଂଶଧର କେହି ନାହାଁନ୍ତି କି ସେମାନଙ୍କ ନାମରେ ଅନ୍ୟ କୌଣସି ସ୍ଥାନରେ ପୈତୃକ ସମ୍ପତ୍ତି ନାହିଁ। ଏହି ସ୍ଥାନରେ ରହି ସେମାନେ ଭୋଟଦାନ କରୁଛନ୍ତି। ରାଶନକାର୍ଡ ଜରିଆରେ ଚାଉଳ ଓ ଗହମ ପାଉଛନ୍ତି। ନିଜ ଠିକଣାରେ ଆଧାର କାର୍ଡ ରହିଛି। ଏହାକୁ ଆଧାରକରି ସେମାନଙ୍କ ନାମକୁ ପଞ୍ଚାୟତ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ପ୍ରସ୍ତୁତ ଅଗ୍ରାଧିକାର ତାଲିକାରେ ସ୍ଥାନ ଦିଆଯାଇ ଆସୁଛି। ୨୦୧୭ରୁ ଉପରୋକ୍ତ ପରିବାର ଆବାସ ପ୍ରଦାନ କରିବା ପାଇଁ ବାରମ୍ବାର ତଦନ୍ତ କରାଯାଉଛି। ସେମାନଙ୍କ ନାମରେ ଘର ନିର୍ମାଣ କରିବା ପାଇଁ ନିଜସ୍ବ ଘରବାଡି ଜମି ନ ଥିବାରୁ ଆବାସ ତାଲିକା କ୍ରମରେ ପରିବର୍ତ୍ତନ କରିଦିଆଯାଉଛି। ତଦନ୍ତ ଅଧିକାରୀଙ୍କ ପକ୍ଷରୁ ହିତାଧିକାରୀମାନଙ୍କ ନାମରେ ଜମି ନାହିଁ ବୋଲି ଦର୍ଶାଇ ଉକ୍ତ ପରିବାରକୁ ଅଣଦେଖା କରାଯାଇଆସୁଛି। ଏହି କ୍ଷେତ୍ରରେ ତହସିଲ ପକ୍ଷରୁ ଜମି ପ୍ରଦାନ କରିବାରେ ବିଳମ୍ବ କରାଯାଉଛି। ସରକାରୀ ଘୋଷଣା ମୁତାବକ ବାସହୀନ ପରିବାର, କଚ୍ଚାଘର, କୁଡିଆ, ପଲିଥିନ, ଗଛତଳେ, ବନ୍ୟା, ବାତ୍ୟା, ଅଗ୍ନି ବିପନ୍ନ ଆଦି ପରିବାରଗୁଡିକୁ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଯୋଜନାରେ ସରକାରୀ ଆବାସ ଯୋଗାଇ ଦିଆଯିବ। ଏଥିସହ ଯେଉଁମାନେ ଭୂମିହୀନ ସମ୍ପୃକ୍ତ ପରିବାରକୁ ଜମିପଟ୍ଟା ସହ ସରକାରୀ ଆବାସ ଜରିଆରେ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ବିଧି ରହିଛି। ଏହି ନିୟମକୁ ପ୍ରଶାସନିକସ୍ତରରେ କାର୍ଯ୍ୟକାରୀ କରିବାକୁ କଡା ନିର୍ଦ୍ଦେଶ ରହିଛି। ମାତ୍ର ଏହାକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ୭ ବାସହୀନ ପରିବାର ପାଇଁ ମଞ୍ଜୁର ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଅନୁଦାନ ଫେରିଯିବା ସ୍ପଷ୍ଟ ହୋଇଯାଇଛି।
ରାଜସ୍ବ ନିରୀକ୍ଷକ କ୍ଷେତ୍ର ପରିଦର୍ଶନ କରି ଫେରି ଯାଇଛନ୍ତି। ଏଯାଏଁ ସେମାନଙ୍କୁ ପଟ୍ଟା ମିଳିବାରେ ପ୍ରଶାସନ ପକ୍ଷରୁ ଟାଳଟୁଳନୀତି ଅବଲମ୍ବନ କରାଯାଇ ଆସୁଛି। ଏହି ପରିବାରକୁ ତୁରନ୍ତ ପଟ୍ଟା ପ୍ରଦାନ କରା ନ ଗଲେ ସେମାନେ ସରକାରୀ ଆବାସରୁ ବଞ୍ଚତ୍ତ ହେବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏ ଦିଗରେ ହିତାଧିକାରୀମାନଙ୍କୁ ପଚାରିଲେ ଆମେ ନିରକ୍ଷର ଓ ଗରୀବ ଲୋକ, ସରକାରୀ ନିୟମ କାନୁନ ଜାଣୁ ନାହୁଁ। ସରକାରୀ ବାବୁମାନେ ଯଦି ଦୟାକରିବେ ଆମେ ଛାତ ତଳେ ବାସ କରିବାର ସୁଯୋଗ ପାଇବୁ ବୋଲି ମତ ରଖିଛନ୍ତି। ଏ ଦିଗରେ ଯାଜପୁର ଜିଲା ଉପ-ଜିଲାପାଳ ଗୋପୀନାଥ କୁଅଁରଙ୍କୁ ପଚାରିବାରୁ ଭୂମିହୀନ ପରିବାରକୁ ପଟ୍ଟା ମିଳିବାରେ ଅସୁବିଧା ନାହିଁ। ରସୁଲପୁର ତହସିଲ ଅଧୀନରେ ଯେତୋଟି କେସ୍‌ ରହିଥିବ ତାକୁ ତୁରନ୍ତ ଫଇସଲା କରି ଦିଆଯିବ। ଏ ଦିଗରେ ସଂପୃକ୍ତ ତହସିଲଦାରଙ୍କ ସହ ଯୋଗାଯୋଗକରି ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିବା କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri